ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ

ଆବୁଧାବି,୪।୩: ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ହିନ୍ଦୁ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଛି। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶରେ ହିନ୍ଦୁ ଭକ୍ତଙ୍କ ଭିଡ ଜମା ହୋଇଛି। ବିଏପିଏସର ଅଫିସିଆଲ ୱେବସାଇଟ ଅନୁଯାୟୀ, ପ୍ରଥମ ଦିନରେ ୬୫,୦୦୦ରୁ ଅଧିକ ତୀର୍ଥଯାତ୍ରୀ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଏହି ମନ୍ଦିର ସାଧାରଣ ଜନତାଙ୍କ ପାଇଁ ରବିବାର ଖୋଲା ଯାଇଥିଲା। ସାରେ ମନ୍ଦିର ଖୋଲିବା ମାତ୍ରେ ଏଠାରେ ୨୫ ହଜାରରୁ ଅଧିକ ଲୋକ ପୂଜା କରିଥିଲେ। କହିବାକୁ ଗଲେ ଫେବୃଆରୀ ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମନ୍ଦିରର ଉଦଘାଟନ କରିଥିଲେ।
ସୂଚନାନୁସାରେ, ୪୦,୦୦୦ ଲୋକ ସକାଳେ ମନ୍ଦିରରେ ପହଞ୍ଚିଥିଲେ ଏବଂ ସାରେ ୨୫,୦୦୦ଲୋକ ବସ ଏବଂ ଗାଡି ଯୋଗେ ପ୍ରଥମ ଦିନରେ ମନ୍ଦିର ପହଞ୍ଚିଥିଲେ। ଫଟୋଗୁଡ଼ିକରେ ଏହା ଦେଖିବାକୁ ମିଳେ ଯେ ପ୍ରବଳ ଜନସମାଗମ ସତ୍ତ୍ୱେ ଲୋକମାନେ କୌଣସି ଅସୁବିଧା ନକରି ଧୈର୍ଯ୍ୟର ସହିତ ଧାଡିରେ ଠିଆ ହୋଇଥିଲେ। ଦିନ ଶେଷ ସୁଦ୍ଧା, ୬୫ ହଜାରରୁ ଅଧିକ ଲୋକ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ ପାଇଥିଲେ।
ଆବୁଧାବିରୁ ଭକ୍ତ ସୁମନ୍ତ ରାୟ ମନ୍ଦିର ପରିଦର୍ଶନ କରି ନିଜର ଅନୁଭୂତି ବାଣ୍ଟିଥିଲେ। ସେ କହିଛନ୍ତି ଯେ ହଜାର ହଜାର ଲୋକଙ୍କ ମଧ୍ୟରେ ସେ ଏପରି ଅଦ୍ଭୁତ ଜିନିଷ କେବେ ଦେଖି ନଥିଲେ। ମୁଁ ଚିନ୍ତିତ ଥିଲି ଯେ ମୋତେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ ଏବଂ ଶାନ୍ତିରେ ଦର୍ଶନ ମିଳିବ ନାହିଁ, କିନ୍ତୁ ଆମର ଚମତ୍କାର ଦର୍ଶନ ଥିଲା ଏବଂ ଆମେ ଅତ୍ୟଧିକ ସନ୍ତୁଷ୍ଟ ଥିଲୁ । ସମସ୍ତ ବିଏପିଏସ୍‌ ସେୱଚ୍ଛାସେବୀ ଏବଂ ମନ୍ଦିର କର୍ମଚାରୀଙ୍କୁ ନମସ୍କାର।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଅଟା କେଜି ୮୦୦ ଟଙ୍କା, ରୁଟି ୨୫ ଟଙ୍କା, ଜାଣନ୍ତୁ କାହିଁକି ସବୁ ଏତେ ମହଙ୍ଗା

ନୂଆଦିଲ୍ଲୀ,୧ା୫: ପଡୋଶୀ ଦେଶ ପାକିସ୍ତାନରେ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦାମ୍ ଆକାଶ ଛୁଆଁ ରହିଛି।ଯାହାକୁ ନେଇ ଲୋକମାନେ ସରକାରଙ୍କ ବିରୋଧରେ ଖୋଲାଖୋଲି ଭାବେ...

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri