Advertisement

ଜି.ଉଦୟଗିରିରେ ଅସହ୍ୟ ଶୀତ: ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ଦୁଇଦିନ ହେବ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହେଉଛି। ଜି.ଉଦୟଗିରି କୃଷି ପାଣିପାଗ ମାପକ କେନ୍ଦ୍ର ପକ୍ଷରୁ ଜି.ଉଦୟଗିରିରେ ସୋମବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରବିବାର ମଧ୍ୟ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରହିଥିଲା ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ପ୍ରବଳ ଶୀତ ଯୋଗୁ ସନ୍ଧ୍ୟା ୭ଟା ବେଳକୁ ଦୋକାନ ବଜାର ଶୂନ୍‌ଶାନ ହୋଇପଡୁଛି। ଜି.ଉଦୟଗିରି ବ୍ଲକର ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ ଅଧିକ ଶୀତ ଅନୁଭୂତ ହେଉଥିବା ଗ୍ରାମବାସୀ କହିଛନ୍ତି। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଯୋଗୁ ଘାଟି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଛୁରି ଆଣିବାକୁ ଯାଇ ଭାସିଗଲେ ବାପ, ପୁଅ

ବରୀ,୧୫ା୯(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମର କୁଶ ସିଂ(୫୭) ଓ ତାଙ୍କର ପୁଅ କୈଳାସ ସିଂ(୨୭) ବୁଧବାର ବ୍ରାହ୍ମଣୀର...

ଶିଳ୍ପ ପ୍ରଦୂଷଣ ଅନିୟନ୍ତ୍ରିତ

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ରାଜ୍ୟରେ ଶିଳ୍ପାୟନ ସହ ସମତାଳ ଦେଇ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଚାଲିଛି। ଶିଳ୍ପ ପ୍ରଦୂଷଣ ସାଙ୍ଗକୁ ସହରାଞ୍ଚଳ ପ୍ରଦୂଷଣ ଅଣନିଃଶ୍ୱାସୀ କଲାଣି। ଜାତୀୟ ରାଜଧାନୀ...

ଶିକାର କରିବାକୁ ଯାଇ ଜଣେ ଶିକାରୀ ମୃତ

ଦାରିଙ୍ଗବାଡ଼ି,୨।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର...

କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର...

କାହିଁକି ମାନୁନାହାନ୍ତି

ଭୁବନେଶ୍ୱର,୬।୬(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦୁଇଟି ସରକାରୀ ଚିଠି ନିକଟରେ ଧରିତ୍ରୀର ହସ୍ତଗତ ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ...

ପରିଚଏ, ଜୀବ୍‌କା ଦେଇଛେ ଜହ୍ନି ଚାଷ୍‌

ସୋହେଲା,୨୯ା୮(ଡି.ଏନ୍‌.ଏ.):  ଓଡ଼ିଶା ଗୁଟେ କୃଷି ପରଧାନ ରାଏଜ୍‌। ଇ ରାଏଜ୍‌ର ବଡ଼ଭାଗି ଲୋକ୍‌ ଚାଷ୍‌ବାସ ଉପରେ ନିରଭର କରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା...

ମେ’ ୨୪ ପର୍ଯ୍ୟନ୍ତ ବଢ଼ିଲା ଅକରପଦା କଣ୍ଟେନମେଣ୍ଟ ଜୋନ ଅବଧି

ଯାଜପୁର ଅଫିସ,୧୦।୫- କୋଭିଡ-୧୯ ଭୂତାଣୁ ସଂକ୍ରମଣକୁ ରୋକିବାକୁ ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ତାଙ୍କ ପତ୍ର ସଂଖ୍ୟା ୬୯୦/୯।୫।୨୦୨୦ରେ ଦଶରଥପୁର ବ୍ଲକ ଅକରପଦା କଣ୍ଟେନମେଣ୍ଟ...

ଦାଦନ ଖଟିବାକୁ ଯାଇଥିଲେ, ଚାଲିଗଲା ମହିଳାଙ୍କ ଜୀବନ

କୋକସରା,୧୫ା୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଥମିବାର ନା ଧରୁନି। କେତେବେଳେ ଦାଦନ ଶ୍ରମିକମାନେ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି ତ...

Advertisement
Archives

Model This Week