ଅସହ୍ୟ ହେଉଛି ପରିବା ଦର

ଭୁବନେଶ୍ୱର,୨୯ା୮(ବ୍ୟୁରୋ): କରୋନା ମାଡ଼ରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି। ଅନ୍ୟ ପକ୍ଷରେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ ସାମଗ୍ରୀ ଆଳୁ ଓ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ଖୁଚୁରା ବଜାରରେ ଆଳୁ କିଲୋ ୩୫ରୁ ୩୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ପିଆଜ ୨୪ରୁ ୨୫ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହେ ମଧ୍ୟରେ ଆଳୁ ଦର ୧୫ ଟଙ୍କା ବୃଦ୍ଧି ପାଇଥିବା ବେଳେ ପିଆଜ ୫ରୁ ୭ ଟଙ୍କା ବଢ଼ିଛି। କାମଧନ୍ଦା ହରାଇ ଆଳୁ ଓ ପିଆଜକୁ ଭରସା କରି ବଞ୍ଚୁଥିବା ଗରିବ ଲୋକମାନେ ଦର ବୃଦ୍ଧିକୁ ନେଇ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି। ପନିପରିବା କିଣିବାକୁ ପଇସା ନ ଥିବା ଲୋକମାନେ ଆଳୁକୁ ଭରସା କରି ଚଳି ଯାଉଥିଲେ। ତେବେ ଦର ବଢିବାରୁ ବୋଝ ଉପରେ ନଳିତ ବିଡା ହୋଇଛି।
କେବଳ ଆଳୁ ପିଆଜ ନୁହେଁ, ପନିପରିବା ଦର ମଧ୍ୟ ଅଚାନକ ବଢି ଯିବାରୁ ମଧ୍ୟମ ଓ ସ୍ବଳ୍ପ ଆୟ ବର୍ଗର ଖାଉଟିଙ୍କ ସମସ୍ୟା ବଢି ଯାଇଛି। ଭୁବନେଶ୍ୱର ସ୍ଥିତ ୧ ନମ୍ବର ଦୈନିକ ହାଟରେ ଶୁକ୍ରବାର ଭେଣ୍ଡି କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ ୮୦, ଝୁଡ଼ଙ୍ଗ ୭୦, ଜହ୍ନି ୬୦, ବାଇଗଣ ୬୫ରୁ ୭୦, ଟମାଟୋ ୫୦, କଞ୍ଚାଲଙ୍କା କିଲୋ ୧୫୦ ଟଙ୍କା, ଧନିଆ ପତ୍ର ବିଡା ୨୦ରୁ ୨୫ ଟଙ୍କା, କଲରା କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଛି। ଲଘୁଚାପ ବର୍ଷା ଓ ବନ୍ୟାକୁ ଆଳ କରି ଖୁଚୁରା ବ୍ୟବସାୟୀ ହଠାତ୍‌ ଦର ବୃଦ୍ଧି କରିଛନ୍ତି। ୧ ନମ୍ବର ହାଟରେ ପରିବା ବ୍ୟବସାୟ କରୁଥିବା ଜୟନ୍ତ ଖୁଣ୍ଟିଆ କହିଛନ୍ତି ଯେ, ବର୍ଷା ଯାଗୁ ଆଠଗଡ଼, ପିପିଲି, ନଖରା ଓ ଭୁବନେଶ୍ୱର ଆଖ ପାଖ ଅଞ୍ଚଳରୁ ଆସୁଥିବା ପନିପରିବା ଏକ ପ୍ରକାର ବନ୍ଦ ହୋଇଯାଇଛି। କାଭାଁ ଆସୁଥିବାରୁ ଚାଷୀମାନେ ଚଢ଼ା ଦର ଡାକୁଛନ୍ତି। ସେଥିପାଇଁ ଦର ବୃଦ୍ଧି ହୋଇଛି। ବଜାରକୁ ପରିବା ଅଧିକ ନ ଆସିଲେ ଦର ବଢି ଚାଲିବ। ବନ୍ୟା ପାଇଁ ଆହୁରି ଦର ବଢ଼ିବ ବୋଲି ସେ କହିଛନ୍ତି।
ଦିନମଜୁରିଆ ମଧୁସୂଦନ ନାୟକ କହିଛନ୍ତି ଯେ, କରୋନା ଯୋଗୁ କାମ ଧନ୍ଦା ମିଳୁ ନାହିଁ। ଦିନେ କାମକୁ ଗଲେ ଦୁଇଦିନ ଘରେ ବସିବାକୁ ପଡୁଛି। ୫ ଜଣ ପରିବାରକୁ ନେଇ ସଂସାର। ଆଳୁକୁ ଭରସା କରି ଚଳି ଯାଉଥିଲୁ। ଗତ କେଇଦିନ ହେବ ଦର ବଢିଯିବାରୁ କିଲୋ ବଦଳରେ ଅଧା କିଲୋ କିଣି କାମ ଚଳାଉଛୁ। ସରକାର ଏହି ସମୟରେ କମ୍‌ ଦାମ୍‌ରେ ଆଳୁ ଯୋଗାଇ ଦେଲେ ଭଲହୁଅନ୍ତୁ ।
ରାଜ୍ୟକୁ ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ କରିବାକୁ ରାଜ୍ୟ ସରକାର ୨୦୧୪ରେ ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ତାହା ଫଳପ୍ରଦ ହେଲା ନାହିଁ। ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି। ଜୁଲାଇରୁ ନଭେମ୍ବର ଯାଏ ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ହେଉଛି। ଦର କମିବାକୁ ଅପେକ୍ଷା କରିବା ଛଡ଼ା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ । ଏନେଇ ଯୋଗାଣ ବିଭାଗର ଡେପୁଟି ଡାଇରେକ୍ଟର (ମାର୍କେଟ ଇଣ୍ଟେଲିଜେନ୍ସ) ଦାୟିତ୍ୱରେ ଥିବା ଅଜିତ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?