ପେଟ୍ରୋଲ ୧୧ ପଇସା ବଢ଼ିଲା

ଭୁବନେଶ୍ୱର,୨୯ା୮: ଚଳିତ ମାସରେ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇ ଚାଲିଛି। ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁ ଲୋକମାନେ ଆଶଙ୍କାରେ ଥିବା ବେଳେ ତୈଳ ଦର ବୃଦ୍ଧି ସମସ୍ୟାକୁ ଜଟିଳ କରୁଛି। ଶୁକ୍ରବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୧୧ ପଇସା ବଢି ୮୨.୪୯ ଟଙ୍କା ଛୁଇଁଛି। ଏଠାରେ ଡିଜେଲ ଅପରିବର୍ତ୍ତିତ ୮୦.୦୩ ଟଙ୍କା ରହିଛି। ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ନୂଆଦିଲ୍ଲୀଠାରୁ ଊର୍ଦ୍ଧ୍ୱରେ ରହିଛି। ଗତ ୧୩ ଦିନ ମଧ୍ୟରେ ପେଟ୍ରୋଲ ୧୧ ଥର ବଢିଛି। ଏହି ସମୟ ମଧ୍ୟରେ ପେଟ୍ରୋଲ ୧.୪୬ ଟଙ୍କା ମହଙ୍ଗା ହୋଇଥିବା ଜଣାପଡିଛି। ସେହିଭଳି ମେଟ୍ରୋ ସହରଗୁଡିକରେ ପେଟ୍ରୋଲ ୯ରୁ ୧୧ ପଇସା ବଢିଥିବା ତୈଳ ବିପଣନ କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ପେଟ୍ରୋଲ ୧୧ ପଇସା ବଢି ୮୧.୯୪ ଟଙ୍କା ଛୁଇଁଛି। ସେହିଭଳି ଚେନ୍ନାଇରେ ଏହା ୯ ପଇସା ବଢି ୮୪.୯୧ ଟଙ୍କା, କୋଲ୍‌କାତାରେ ୧୦ ପଇସା ବଢି ୮୩.୪୩ ଟଙ୍କା ଏବଂ ମୁମ୍ବାଇରେ ୧୦ ପଇସା ବଢି ୮୮.୫୮ ଟଙ୍କା ରହିଛି। ଏହି ସହରଗୁଡିକରେ ଡିଜେଲ ଦର ଯଥାକ୍ରମେ ୭୩.୫୬ ଟଙ୍କା, ୭୮.୮୬ ଟଙ୍କା, ୭୭.୦୬ ଟଙ୍କା ଏବଂ ୮୦.୧୧ ଟଙ୍କା ରହିଛି। ଜୁନ୍‌ ୨୯ ପରଠାରୁ ପେଟ୍ରୋଲ ଦରରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା। ହେଲେ ଅଗଷ୍ଟ ୧୬ ପରଠାରୁ ଦରରେ ପୁଣି ପରିବର୍ତ୍ତନ ପରିଲକ୍ଷିତ ହେଉଛି। ବର୍ତ୍ତମାନ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ଦର ଭିନ୍ନ ଭିନ୍ନ ରହୁଥିବା ନଜରକୁ ଆସିଛି। ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ବିଦେଶୀ ବିନିମୟକୁ ନଜରରେ ରଖି ଦର ନିର୍ଦ୍ଧାରଣ ହେଉଥିବାରୁ ତେଲର ରିଟେଲ ଦରରେ ଭିନ୍ନତା ଆସୁଛି। ଏହା ସହ ରାଜ୍ୟ ଏବଂ କେନ୍ଦ୍ର ସ୍ତରରେ ଲାଗୁ ହେଉଥିବା ଉଚ୍ଚ ପରିମାଣର ଟିକସ ମଧ୍ୟ ତେଲ ଦର ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ପାଲଟିଛି। ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଭଳି କମ୍ପାନୀଗୁଡିକ ତେଲ ଦରରେ ପରିବର୍ତ୍ତନକୁ ପ୍ରତିଦିନ ସକାଳ ୬ଟାରେ ଲାଗୁ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri