ୟୁକ୍ରେନ୍‌ ଯୁଦ୍ଧକୁ ବିବାଦ ଭାବେ ଉଲ୍ଲେଖ କଲା ଜାତିସଂଘ ସୁରକ୍ଷା ପରିଷଦ…

ନ୍ୟୁୟର୍କ, ୮।୫ : ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସ୍‌ସି) ପ୍ରଥମ ଥର ପାଇଁଦ୍‌ ସର୍ବସମ୍ମତି କ୍ରମେ ଏହାର ବିବୃତ୍ତି ଜାରି କରିଛି। ୧୦ ସପ୍ତାହ ଧରି ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ଉଦ୍ୟମକୁ ୟୁଏନଏସ୍‌ସି ଦୃଢ଼ ସମର୍ଥନ ଜଣାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସହମତି ଜଣାଇଛନ୍ତି।

ତେବେ ୟୁକ୍ରେନ ସଙ୍କଟ ଉପରେ ବିବୃତ୍ତିରେ ୟୁଏନଏସସିର ଶବ୍ଦ ଚୟନକୁ ନେଇ ବିବାଦ ଉପୁଜିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ଅବା ସଂଘର୍ଷ ଶବ୍ଦ ଉଲ୍ଲେଖ କରି ନାହିଁ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବିବାଦ ବୋଲି କହିଛି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଏକ ସ୍ବତନ୍ତ୍ର ସାମରିକ ଅପରେସ୍ଶନ ବୋଲି କହିଛି। ଅଭିଯୋଗ ହେଉଛି ଯେ ୟୁଏନଏସସି ରୁଷିଆର ଚାପରେ ଯୁଦ୍ଧ ଶବ୍ଦ ବ୍ୟବହାର କରିବା ପରିବର୍ତ୍ତେ ବିବାଦ ଶବ୍ଦ ବ୍ୟବହାର କରିଛି। ଉଲ୍ଲେଖନୀୟ କଥା ହେଉଛି, ରୁଷିଆ ୟୁଏନଏସସିର ଏକ ସ୍ଥାୟୀ ସଦସ୍ୟ। ଅଦ୍ୟାବଧି ରୁଷିଆ ନିଜର ଭେଟୋ ଶକ୍ତି ମାଧ୍ୟମରେ ସମସ୍ତ ୟୁଏନଏସସି ବିବୃତ୍ତିକୁ ବିରୋଧ କରିଆସୁଥିଲା।

ପ୍ରଥମ ଥର ପାଇଁ, ୟୁକ୍ରେନ ଆକ୍ରମଣର ପ୍ରାୟ ଦୁଇମାସ ପରେ ରୁଷିଆ ପକ୍ଷରୁ ମଧ୍ୟ ଏକ କୋହଳ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ରୁଷିଆ ମିଳିତ ଜାତିସଂଘର ଶାନ୍ତି ରକ୍ଷା ପଦକ୍ଷେପକୁ ସମର୍ଥନ କରିଛି। ଏହି ପ୍ରସ୍ତାବକୁ ଭାରତ ମଧ୍ୟ ଦୃଢ଼ ସମର୍ଥନ କରିଛି ଏବଂ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି।

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ମସ୍କୋ ଏବଂ କ୍ୱିଭ୍‌ ଗସ୍ତ ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଯୁଦ୍ଧ କ୍ଷେତ୍ରରୁ ନାଗରିକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ଛାଡ଼ିବା ଲାଗି ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।

ଏହି ଚୁକ୍ତିରେ ଦକ୍ଷିଣ ୟୁକ୍ରେନରେ ଅବସ୍ଥିତ ବନ୍ଦର ମରିସସ ବନ୍ଦରର ଅଜୋଭଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଆଶ୍ରୟ ନେଉଥିବା ସାଧାରଣ ନାଗରିକଙ୍କ ନିରାପଦ ସ୍ଥାନାନ୍ତର ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏହି ପ୍ଲାଣ୍ଟରେ ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି। ରୁଷିଆ ସୈନ୍ୟ ଏହି ଇସ୍ପାତ କାରଖାନାକୁ ଘେରି ରହିଥିଲେ।

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୟୁଏନଏସସିର ବିବୃତ୍ତିରେ କହିଛନ୍ତି ଯେ ୟୁକ୍ରେନରେ ଶାନ୍ତି ପାଇଁ ଆଜି ପ୍ରଥମ ଥର ପାଇଁ ସୁରକ୍ଷା ପରିଷଦ ଗୋଟିଏ ସ୍ବରରେ କହିଛି। ବନ୍ଧୁକକୁ ବନ୍ଦ କରିବା ଏବଂ ମିଳିତ ଜାତିସଂଘର ଚାର୍ଟର ମୂଲ୍ୟବୋଧକୁ ସମର୍ଥନ କରିବା ପାଇଁ ବିଶ୍ୱ ଏକତ୍ରିତ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ କେନ୍ଦ୍ର ସରକାର: ଡିଜେଲ ଉପରେ ୫ ଟଙ୍କା କମିଲା, ପେଟ୍ରୋଲରେ କେତେ? ଜାଣନ୍ତୁ ନୂଆ ହାର

ନୂଆଦିଲ୍ଲୀ,୧୭।୯: ସେପ୍ଟେମ୍ବର ୧୭ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ୱିଣ୍ଡଫଲ ଟ୍ୟାକ୍ସରେ କେନ୍ଦ୍ର ସରକାର କଟକଣା କରିଛନ୍ତି। ପେଟ୍ରୋଲ, ଡିଜେଲ ଓ ଏଭିଏସନ ଟର୍ବାଇନ ଫ୍ୟୁଏଲ…

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ‘ନରେନ୍ଦ୍ର’ଙ୍କ ନେତୃତ୍ବରେ ହେଉଛି ନବଭାରତର ନିର୍ମାଣ

ଭୁବନେଶ୍ୱର,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶତ ଶତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ସୋସିଆଲ ମିଡିଆ…

ପ୍ରେମିକା ଘର ବାରଣ୍ଡାରେ ପ୍ରେମିକଙ୍କୁ ପିଟି ପିଟି ହତ୍ୟା, ପ୍ରମାଣ ନଷ୍ଟ ପାଇଁ ଜାଳିଦେଲେ ମୃତଦେହ

ଦେବଗଡ଼, ୧୭ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଘରକୁ ଯାଇଥିବା ବେଳେ ପ୍ରେମିକଙ୍କୁ ନିର୍ମମ…

ଭାରତ-ପାକ୍‌ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା

ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ…

୧୯ରେ ଲଘୁଚାପ, ଶୁକ୍ରବାରଠାରୁ ବଢ଼ିବ ବର୍ଷା: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଇଏମ୍‌ଡି ଡିଜି କହିଲେ…

ଭୁବନେଶ୍ୱର, ୧୭ା୯(ବନ୍ଦନା ସେଠୀ):ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ଘୂର୍ଣ୍ଣିବଳୟ ଉତ୍ତର…

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?