ୟୁକ୍ରେନ୍‌ ଯୁଦ୍ଧକୁ ବିବାଦ ଭାବେ ଉଲ୍ଲେଖ କଲା ଜାତିସଂଘ ସୁରକ୍ଷା ପରିଷଦ…

ନ୍ୟୁୟର୍କ, ୮।୫ : ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସ୍‌ସି) ପ୍ରଥମ ଥର ପାଇଁଦ୍‌ ସର୍ବସମ୍ମତି କ୍ରମେ ଏହାର ବିବୃତ୍ତି ଜାରି କରିଛି। ୧୦ ସପ୍ତାହ ଧରି ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ଉଦ୍ୟମକୁ ୟୁଏନଏସ୍‌ସି ଦୃଢ଼ ସମର୍ଥନ ଜଣାଇଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସହମତି ଜଣାଇଛନ୍ତି।

ତେବେ ୟୁକ୍ରେନ ସଙ୍କଟ ଉପରେ ବିବୃତ୍ତିରେ ୟୁଏନଏସସିର ଶବ୍ଦ ଚୟନକୁ ନେଇ ବିବାଦ ଉପୁଜିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଯୁଦ୍ଧ ଅବା ସଂଘର୍ଷ ଶବ୍ଦ ଉଲ୍ଲେଖ କରି ନାହିଁ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଏକ ବିବାଦ ବୋଲି କହିଛି। ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ଏକ ସ୍ବତନ୍ତ୍ର ସାମରିକ ଅପରେସ୍ଶନ ବୋଲି କହିଛି। ଅଭିଯୋଗ ହେଉଛି ଯେ ୟୁଏନଏସସି ରୁଷିଆର ଚାପରେ ଯୁଦ୍ଧ ଶବ୍ଦ ବ୍ୟବହାର କରିବା ପରିବର୍ତ୍ତେ ବିବାଦ ଶବ୍ଦ ବ୍ୟବହାର କରିଛି। ଉଲ୍ଲେଖନୀୟ କଥା ହେଉଛି, ରୁଷିଆ ୟୁଏନଏସସିର ଏକ ସ୍ଥାୟୀ ସଦସ୍ୟ। ଅଦ୍ୟାବଧି ରୁଷିଆ ନିଜର ଭେଟୋ ଶକ୍ତି ମାଧ୍ୟମରେ ସମସ୍ତ ୟୁଏନଏସସି ବିବୃତ୍ତିକୁ ବିରୋଧ କରିଆସୁଥିଲା।

ପ୍ରଥମ ଥର ପାଇଁ, ୟୁକ୍ରେନ ଆକ୍ରମଣର ପ୍ରାୟ ଦୁଇମାସ ପରେ ରୁଷିଆ ପକ୍ଷରୁ ମଧ୍ୟ ଏକ କୋହଳ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ରୁଷିଆ ମିଳିତ ଜାତିସଂଘର ଶାନ୍ତି ରକ୍ଷା ପଦକ୍ଷେପକୁ ସମର୍ଥନ କରିଛି। ଏହି ପ୍ରସ୍ତାବକୁ ଭାରତ ମଧ୍ୟ ଦୃଢ଼ ସମର୍ଥନ କରିଛି ଏବଂ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି।

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ମସ୍କୋ ଏବଂ କ୍ୱିଭ୍‌ ଗସ୍ତ ସମୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଯୁଦ୍ଧ କ୍ଷେତ୍ରରୁ ନାଗରିକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନରେ ଛାଡ଼ିବା ଲାଗି ଏକ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।

ଏହି ଚୁକ୍ତିରେ ଦକ୍ଷିଣ ୟୁକ୍ରେନରେ ଅବସ୍ଥିତ ବନ୍ଦର ମରିସସ ବନ୍ଦରର ଅଜୋଭଷ୍ଟାଲ ଷ୍ଟିଲ ପ୍ଲାଣ୍ଟରେ ଆଶ୍ରୟ ନେଉଥିବା ସାଧାରଣ ନାଗରିକଙ୍କ ନିରାପଦ ସ୍ଥାନାନ୍ତର ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏହି ପ୍ଲାଣ୍ଟରେ ହଜାର ହଜାର ଲୋକ ଆଶ୍ରୟ ନେଇଛନ୍ତି। ରୁଷିଆ ସୈନ୍ୟ ଏହି ଇସ୍ପାତ କାରଖାନାକୁ ଘେରି ରହିଥିଲେ।

ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ୟୁଏନଏସସିର ବିବୃତ୍ତିରେ କହିଛନ୍ତି ଯେ ୟୁକ୍ରେନରେ ଶାନ୍ତି ପାଇଁ ଆଜି ପ୍ରଥମ ଥର ପାଇଁ ସୁରକ୍ଷା ପରିଷଦ ଗୋଟିଏ ସ୍ବରରେ କହିଛି। ବନ୍ଧୁକକୁ ବନ୍ଦ କରିବା ଏବଂ ମିଳିତ ଜାତିସଂଘର ଚାର୍ଟର ମୂଲ୍ୟବୋଧକୁ ସମର୍ଥନ କରିବା ପାଇଁ ବିଶ୍ୱ ଏକତ୍ରିତ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri