ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦବୀ

ଉମରକୋଟ, ୧୬।୧(ସ୍ବ.ପ୍ର.)  ଉମରକୋଟ ପୌର ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଏ ନେଇ ଶନିବାର ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି। ସାଧାରଣ ଓ ଅନୁସୂଚିତ ଜାତିର ଆଶାୟୀଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଉମରକୋଟ ସହରର ଜନସଂଖ୍ୟା ପ୍ରାୟ ୪୦ହଜାର। ୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ସାଧାରଣ ବର୍ଗର ପି.ରାବଣା ରାଓ ଅଧ୍ୟକ୍ଷ ଥିଲେ। ୨୦୦୮ ରୁ ୨୦୧୩ ପର୍ଯ୍ୟନ୍ତ ସାଧାରଣ ବର୍ଗର ଝାଡ଼େଶ୍ୱର ମହାନ୍ତି ଅଧ୍ୟକ୍ଷ ଥିଲେ ଓ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ ସାଧାରଣ ବର୍ଗର ମହିଳା ପିଙ୍କି ଅଗ୍ରୱାଲ ଉମରକୋଟ ପୌର ପରିଷଦର ଅଧ୍ୟକ୍ଷା ଥିଲେ। ଉମରକୋଟ ସହରରେ ସାଧାରଣ ବର୍ଗର ପୁରୁଷଙ୍କ ପାଇଁ ସଂରକ୍ଷଣ ରହିବ ଓ ଅଧ୍ୟକ୍ଷ/ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ହେବ ଭାବି ସହରରେ ବିଭିନ୍ନ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାରେ ଥିଲା। ଏହା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କିନ୍ତୁ ରାଜ୍ୟ ନିର୍ବାଚନ କମିଶନ ୧୫ ଦିନ ଅଭିଯୋଗ ପାଇଁ ରଖିଛନ୍ତି। ବର୍ତ୍ତମାନ ଗ୍ରାମପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ବେଳେ ଏହି ବିଜ୍ଞପ୍ତିକୁ ଆଧାର କରି କେହି ଅଭିଯୋଗ କରୁଛନ୍ତି ନା ଚୁପ୍‌ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଝରିଗାଁ, ୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଚାରଡଙ୍ଗରିପଡା ଗ୍ରାମକୁ ରାସ୍ତା ନଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri