Posted inଜାତୀୟ

କ୍ୱାରାଣ୍ଟାଇନ୍‌ରେ ଉମା ଭାରତୀ: ନମୁନା କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୭।୯: ଭାଜପା ସଦସ୍ୟା ଉମା ଭାରତୀଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ରବିବାର ଉମା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ବ୍ୟକ୍ତିମାନେ ନମୁନା ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେବା ସହିତ ନିଜକୁ କ୍ୱାରାଣ୍ଟାଇନ୍‌ରେ ରଖିଥିବା କହିଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେ ପ୍ରଶାସନିକ ଟିମ୍‌କୁ ଫୋନ୍‌ କରି ଡକାଇ ନିଜର ନମୁନା ପରୀକ୍ଷା କରିଥିଲେ। ଗତ ୩ ଦିନ ଧରି ତାଙ୍କୁ ଜ୍ୱର ହୋଇଥିବା ଉମା ସୂଚନା ଦେଇଛନ୍ତି। ଉମା ନିଜକୁ ହରିଦ୍ୱାରା କିମ୍ବା ଋଷିକେଶରେ କ୍ୱାରାଣ୍ଟାଇନ୍‌ ରଖିଥିବା କୁହାଯାଉଛି। ସୂଚନାଯୋଗ୍ୟ, ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ପକ୍ଷରୁ ସେପ୍ଟେମ୍ବର ୩୦ରେ ହାଜର ପାଇଁ ଉମାଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ଏବେ ଉମା କ୍ୱାରାଣ୍ଟାଇନ୍‌ରେ ଥିବାରୁ କୋର୍ଟରେ ସେ ହାଜର ନ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅଟଳଜୀଙ୍କ ଅନୁପସ୍ଥିତି ଅନୁଭବ କରୁଛି: ମେହବୁବା ମୁଫ୍‌ତି

ଶ୍ରୀନଗର,୫ା୮: ଜମ୍ମୁ-କଶ୍ମୀରରେ ଏବେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆରମ୍ଭ ହୋଇଯାଇଛି ତର୍ଜମା। ସୋମବାର ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ବଡ...

ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା

ରାୟପୁର,୨୬।୧: ରାଜ୍ୟରେ ବେକାରୀ ଯୁବତୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ଚଳିତ ବର୍ଷ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ...

ଶହେ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬୩

ନୂଆଦିଲ୍ଲୀ, ୨୩ା୩: ଦେଶରେ ତିନି ବର୍ଷ ଧରି ବାୟୁ ଗୁଣବତ୍ତା ବୃଦ୍ଧିରେ ବ୍ରେକ୍‌ ଲାଗିଛି। ଭାରତରେ ପ୍ରଦୂଷଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି। ୨୦୨୧ରେ ଦିଲ୍ଲୀ...

ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀ ଗିରଫ: ବିନା ଭିଜାରେ ବାସ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୧୦: କର୍ନାଟକ ବେଙ୍ଗାଲୁରୁରୁ ୩୦ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ବିନା ଭିଜାରେ ସହରରେ ବାସ କରୁଥିବା ଅଭିଯୋଗ ହୋଇଛି। ସହରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା...

ନିର୍ବାଚନ ଫଳାଫଳ ପୂର୍ବରୁ ମହାଦେବଙ୍କୁ ଦର୍ଶନ କଲେ ଫଡନଭୀସ

ମୁମ୍ବାଇ,୨୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ବୁଧବାର କେଦାରନାଥ ଧାମ ଗସ୍ତ କରିଛନ୍ତି। ଫଡନଭୀସ, ତାଙ୍କ ସ୍ତ୍ରୀ ଅମୃତା...

ମଣିପୁର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏମ୍‌ଏନ୍‌ପିଏଫ୍‌

ସୁରଜଚାନ୍ଦପୁର,୧୪ ।୧୧: ମଣିପୁରରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି...

ଦେଶରେ ପ୍ରଥମ ଜୀବନ ନେଲା ଓମିକ୍ରନ

ନୂଆଦିଲ୍ଲୀ,୫।୧: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଦେଶରେ ପ୍ରଥମ ଜୀବନ ନେଇଛି। ରାଜସ୍ଥାନର ଉଦୟପୁରରେ ଓମିକ୍ରନ ଷ୍ଟ୍ରେନ କାରଣରୁ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ...

ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରନ୍ତି ଅଭିନନ୍ଦନ

ନୂଆଦିଲ୍ଲୀ,୨୦।୪: ଭାରତୀୟ ବାୟୁ ସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ ଖୁବ୍‌ଶୀଘ୍ର ଯୁଦ୍ଧ ବିମାନ ଉଡାଇ ପାରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ତାଙ୍କୁ ବେଙ୍ଗାଲୁରରେ...

Advertisement
Archives

Model This Week