Ultraviolette F୯୯: ଭାରତର ପ୍ରଥମ ଇଲେକ୍ଟ୍ରିକ୍‌ ରେସିଂ ବାଇକ୍‌; ୨୬୫ କିମି ପ୍ରତିଘଣ୍ଟା ବେଗରେ…

ନୂଆଦିଲ୍ଲୀ,୧୨।୧୧: ଭାରତରେ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ବିଷୟରେ କଥା ହେଲେ ପ୍ରାୟତଃ ଇଲେକ୍ଟ୍ରିକ ସ୍କୁଟର ଦେଖିବାକୁ ମିଳେ। ଇଭି କମ୍ପାନୀଗୁଡିକ ମଧ୍ୟ ଏହାର ବାଇକ୍‌ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଇ-ସ୍କୁଟର ତୁଳନାରେ ତାହା କମ। ଆଗାମୀ ଦିନରେ ଆପଣ ଇଲେକ୍ଟ୍ରିକ ବାଇକ୍‌ର ମଧ୍ୟ ନାନାଦି ବିକଳ୍ପ ମିଳିବା ଆରମ୍ଭ ହେବ। କାରଣ ଅନେକ ଜବରଦସ୍ତ ଇଲେକ୍ଟ୍ରିକ ବାଇକ୍‌ ଉପରେ କାମ ଚାଲିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଅଲଟ୍ରାଭାଇଓଲେଟ ଏଫ୍‌୯୯, ନିକଟରେ ଯାହାର ଝଲକ ଦେଖାଯାଇଛି। ଏହା ରେସିଂ ଇଲେକ୍ଟ୍ରିକ ବାଇକ୍‌ ହେବ, ଯାହାକି ଭାରତୀୟ ବୈଦ୍ୟୁତିକ ଦୁଇ ଚକିଆ ବଜାରର ଦୃଶ୍ୟ ବଦଳାଇ ଦେଇପାରେ।

ଏହି ବାଇକ EICMA ୨୦୨୩ ଇଭେଣ୍ଟରେ ଉନ୍ମୋଚିତ ହୋଇଥିଲା। ଯେତେବେଳେ ଏହା ବଜାରକୁ ଆସିବ ତାହା ଭାରତର ଦ୍ରୁତତମ ଇଲେକ୍ଟ୍ରିକ ବାଇକ ଟାଇଟଲ ହାତେଇବ। ବେଙ୍ଗାଲୁରୁ ଭିତ୍ତିକ ଇଭି କମ୍ପାନୀ ଅଲଟ୍ରାଭାଇଓଲେଟ ଏଫ୍‌୯୯ ଇଲେକ୍ଟ୍ରିକ ବାଇକ ବିକଶିତ କରିଛି। ଏହା ଦେଶର ପ୍ରଥମ ବୈଦ୍ୟୁତିକ ରେସିଂ ବାଇକ।

ଅଲଟ୍ରାଭାଇଓଲେଟ ଏଫ୍‌୯୯ ଇଲେକ୍ଟ୍ରିକ ବାଇକ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପଲବ୍ଧ ରହିଛି। ତାହା ହେଲା ଏୟାର ୱିଣ୍ଡିଶିଲ୍ଡ ଏବଂ ଏୟାର-ବ୍ଲେଡ। ଏୟାର ୱିଣ୍ଡିଶିଲ୍ଡ ଆଗରୁ ଆସୁଥିବା ପ୍ରବଳ ପବନରୁ ଆରୋହୀଙ୍କୁ ସହାୟତା କରିଥାଏ। ସେହିଭଳି ଏୟାର ବ୍ଲେଡ୍‌ ବାଇକ୍‌ର ନଇଁବାକୁ ସହଜର କରିଥାଏ। ଏହାର ୯୦ କିଲୋୱାଟ ଇଲେକ୍ଟ୍ରିକ ମୋଟର ଅଛି, ଯେଉଁଥିପାଇଁ ଏହି ବାଇକ ମାତ୍ର ୩ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଯାଇପାରେ।

ଅଲ୍ଟ୍ରାଭାଇଓଲେଟ ଏଫ୍‌୯୯ର ଘଣ୍ଟା ପ୍ରତି ୨୬୫ କିଲୋମିଟର ବେଗ ଆପଣଙ୍କୁ ଚକିତ କରିପାରେ। କୌତୁହଳର ବିଷୟ ହେଉଛି ଏହି ବାଇକର ଓଜନ ମାତ୍ର ୧୭୮ କିଲୋଗ୍ରାମ। ଏବେ ଏହାର ମୂଲ୍ୟ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?