ପ୍ଲାଷ୍ଟିକ୍‌କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି

ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ ଗବେଷକ ଏ ଦିଗରେ ଏକ ରାସ୍ତା ଖୋଜିପାଇଛନ୍ତି। ଅତିବାଇଗଣି ରଶ୍ମି ବା ଅଲ୍‌ଟ୍ରା ଭାୟୋଲେଟ୍‌(ୟୁଭି) ଲାଇଟ୍‌ ଦ୍ୱାରା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ନଷ୍ଟ କରିହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ବାଥ୍‌ ୟୁନିଭର୍ସିଟି ପକ୍ଷରୁ ହୋଇଥିବା ଏକ ରିସର୍ଚ୍ଚ ଅନୁସାରେ ପଲିମର୍‌ରେ ସୁଗାର ମଲିକ୍ୟୁଲ ଯୋଗ କରିବା ଦ୍ୱାରା ସେଥିରୁ ପ୍ରସ୍ତୁତ ପ୍ଲାଷ୍ଟିକ୍‌ ୟୁଭି ବିକିରଣରେ ନଷ୍ଟ ହୋଇପାରିବ। ଏ ନେଇ ଏକ ରିପୋର୍ଟ କେମିକାଲ କମ୍ୟୁନିକେଶନ ଜର୍ନାଲରେ ପ୍ରକାଶ ପାଇଛି।
ୟୁଭି ରେଡିଏଶନର ତରଙ୍ଗଦୈର୍ଘ୍ୟ ବା ଓ୍ବେଭ୍‌ଲେନ୍‌ଥ ୧୦ ନାନୋମିଟରରୁ ୪୦୦ ନାନୋମିଟର ହୋଇଥାଏ, ଯାହା କି ଦୃଶ୍ୟମାନ ଆଲୋକଠାରୁ କମ୍‌। ହେଲେ ଏକ୍ସ-ରେ’ର ଓ୍ବେଭ୍‌ଲେନ୍‌ଥଠାରୁ ଅଧିକ। ବାୟୋଡିଗ୍ରେଡେବୁଲ୍‌ ଲେବଲ ଥିବା ଅନେକ ପ୍ଲାଷ୍ଟିକ୍‌କୁ ଔଦ୍ୟୋଗିକ ଭାବେ ଶିଳ୍ପ ତଥା କଳକାରଖାନାରେ ସ୍ବତନ୍ତ୍ର ବ୍ୟବସ୍ଥା ଦ୍ୱାରା ନଷ୍ଟ କରାଯାଇପାରିବ। ପ୍ଲାଷ୍ଟିକ୍‌ ବର୍ଜ୍ୟ ଚିନ୍ତା ବଢ଼ାଇଥିବାବେଳେ ପଲିଲାକ୍‌ଟିକ୍‌ ଏସିଡ୍‌ (ପିଏଲ୍‌ଏ)ର ବହୁଳ ବ୍ୟବହାର ଆଡ଼କୁ ଲୋକେ ଢଳିବାରେ ଲାଗିଛନ୍ତି। ପିଏଲ୍‌ଏ ପୁନଃ ବ୍ୟବହାରଯୋଗ୍ୟ ସହ ପଲିମରର ଏକ ସ୍ଥାୟୀ ବିକଳ୍ପ ହୋଇପାରିବ। ଚା’ ବ୍ୟାଗ୍‌ ସମେତ ଥ୍ରୀଡି ପ୍ରିଣ୍ଟିଂ ଏବଂ ପ୍ୟାକେଜିଂ ହେଉଥିବା ପ୍ଲାଷ୍ଟିକ୍‌ରେ ସାଧାରଣତଃ ପିଏଲ୍‌ଏ ବ୍ୟବହାର ହୋଇଥାଏ। ପିଏଲ୍‌ଏ ବାୟୋଡିଗ୍ରେଡେବୁଲ୍‌ ବୋଲି ଅନେକ ସମୟରେ ବିଜ୍ଞାପନ ଆକାରରେ ମଧ୍ୟ ଜଣାଯାଇଥାଏ। କିନ୍ତୁ ଏହାକୁ କେବଳ ଇଣ୍ଡଷ୍ଟ୍ରିଆଲ କମ୍ପୋଷ୍ଟିଂ ମାଧ୍ୟମରେ ଉଚ୍ଚ ତାପମାତ୍ରା ଓ ଆର୍ଦ୍ରତାରେ ନଷ୍ଟ କରାଯାଇପାରିବ, ଯାହା କି ଘରୋଇ ଭାବେ କରାଯିବା ଅସମ୍ଭବ। ପ୍ରାକୃତିକ ଭାବେ ପ୍ଲାଷ୍ଟିକ୍‌ ମାଟିରେ କିମ୍ବା ସମୁଦ୍ରରେ ନଷ୍ଟ ହେବା ସହଜ ନୁହେଁ। କିନ୍ତୁ ଅତିକମ୍‌ରେ ୩% ସୁଗାର ମଲିକଲ ମିଶାଇ ପ୍ରସ୍ତୁତ ହେଉଥିବା ପିଏଲ୍‌ଏକୁ ମାତ୍ର ୬ ଘଣ୍ଟା ଅତିବାଇଗଣି ରଶ୍ମି ସଂସ୍ପର୍ଶରେ ରଖିବା ଦ୍ୱାରା ଏହାର ୪୦% ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇପାରୁଥିବା ଗବେଷଣାରୁ ଜଣାପଡ଼ିଛି। ଅଧିକାଂଶ ପିଏଲ୍‌ଏ ପ୍ଲାଷ୍ଟିକ୍‌ରେ ପଲିମର ଚେନ୍‌ ରହିବା ଯୋଗୁ ତାହା ମଧ୍ୟରେ ପାଣି ଏବଂ ଏନ୍‌ଜାଇମ୍‌ ପ୍ରବେଶ କରିବା କଷ୍ଟକର ହୋଇଥାଏ। ଯଦି ସେଥିରେ ସୁଗାର ୟୁନିଟ୍‌ ଯୋଗ କରାଯାଏ, ତେବେ ୟୁଭି ଲାଇଟ ଦ୍ୱାରା ତାହା ଛୋଟ ପଲିମର ଚେନ୍‌ରେ ପରିଣତ ହେବ। ଫଳରେ ଜଳ ସହ ପ୍ରତିକ୍ରିୟା କରି ପୂରା ପଲିମର ଶୃଙ୍ଖଳ ସହଜରେ ଭାଙ୍ଗିଯିବ ବୋଲି ଗବେଷକ ଆଣ୍ଟୋନି ବୁଚାର୍ଡ କହିଛନ୍ତି। ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିଗୁଡ଼ିକ ପାଇଁ ଏହି ଗବେଷଣା ବେଶ୍‌ ଲାଭଦାୟକ ହେବ ଏବଂ ସେମାନେ ନଷ୍ଟ ହେଲା ଭଳି ପ୍ଲାଷ୍ଟିକ୍‌ ପ୍ରସ୍ତୁତ କରିବେ ବୋଲି ବୁଚାର୍ଡ ଆଶା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୧।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?