Posted inଖେଳ

ଓଡ଼ିଶାରେ ଅଲ୍ଟିମେଟ ଖୋ ଖୋ

ଭୁବନେଶ୍ୱର, ୨୮।୧୧(ତପନ ସ୍ବାଇଁ): ସ୍ବଦେଶୀ କ୍ରୀଡ଼ା ଖୋ ଖୋ’ର ରୋମାଞ୍ଚ ଖୁବ୍‌ଶୀଘ୍ର ଓଡ଼ିଶାରେ ଦେଖିବାକୁ ମିଳିବ। କାରଣ ଅଲ୍ଟିମେଟ ଖୋ ଖୋ (ୟୁକେକେ)ର ଦ୍ୱିତୀୟ ସଂସ୍କରଣ ଏଠାରେ ଆୟୋଜନ ହେବ। କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୨୪ରେ ଏହା ଆରମ୍ଭ ହୋଇ ୨୦୨୪ ଜାନୁୟାରୀ ୧୩ରେ ଶେଷ ହେବ। ଗତବର୍ଷ ଏହାର ପ୍ରଥମ ସଂସ୍କରଣ ପୁଣେର ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାଭିତ୍ତିକ ଦଳ ଓଡ଼ିଶା ଜଗରନଟ୍ସ ପ୍ରଥମ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ”ଓଡ଼ିଶାରେ ଆମେ ଅଲ୍ଟିମେଟ ଖୋ ଖୋ’ର ୨ୟ ସଂସ୍କରଣର ଆୟୋଜନ କରିବା ପାଇଁ ଖୁବ୍‌ ଉତ୍ସାହିତ ଅଛୁ। ଓଡ଼ିଶାର ଯୁବପିଢ଼ି ବହୁମାତ୍ରାରେ ଖୋ ଖୋ ଖେଳିବା ସହ ଏହାକୁ ଅନୁସରଣ କରିଥାନ୍ତି। ଏଠାରେ ଦ୍ୱିତୀୟ ସଂସ୍କରଣ ଆୟୋଜନ ହେବାକୁ ଯାଉଥିବାରୁ ରାଜ୍ୟବାସୀଙ୍କୁ ଏହା ଚମତ୍କାର ଖେଳର ପ୍ରତ୍ୟକ୍ଷ ଅନୁଭୂତି ପାଇବା ପାଇଁ ଏକ ସୁଯୋଗ ଦେବ ଏବଂ ସେମାନଙ୍କୁ ଏହି ଖେଳ ଖେଳିବା ଓ ଏହାକୁ ଅନୁସରଣ କରିବା ପାଇଁ ଅନୁପ୍ରାଣିତ କରିବ। ଆମେ ସିଜନ-୨କୁ ସଫଳତାରେ ପରିଣତ କରିବା ପାଇଁ ପ୍ରତିବଦ୍ଧ“ ବୋଲି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି।
ସ୍ବଦେଶୀ କ୍ରୀଡ଼ା ଖୋ ଖୋ’କୁ ପୁନର୍ଜୀବିତ ଓ ପ୍ରୋତ୍ସାହିତ କରିବା ପାଇଁ ଖୋ ଖୋ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନଙ୍କ ଦ୍ୱାରା ପ୍ରୋତ୍ସାହିତ ୟୁକେକେ ଅଧିକ ନିୟୋଜିତ ଶୈଳୀରେ ଆୟୋଜନ ହେବାକୁ ଯାଉଛି। ଏ ସମ୍ପର୍କରେ ଅଲ୍ଟିମେଟ୍‌ ଖୋ ଖୋ’ର ସିଇଓ ତଥା ଲିଗ୍‌ କମିଶନର୍‌ ତେନ୍‌ଜିଂ ନିୟୋଗୀ କହିଛନ୍ତି ଯେ, ”ସିଜନ-୨ ଆୟୋଜନ ପାଇଁ ସହାୟତାର ହାତ ବଢ଼ାଇଥିବାରୁ ଆମେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ। ଉଦ୍‌ଘାଟନୀ ସଂସ୍କରଣର ଚମତ୍କାର ସଫଳତା ବ୍ରାଣ୍ଡ୍‌ଗୁଡ଼ିକୁ ବହୁମାତ୍ରାରେ ଆକର୍ଷିତ କରିଥିଲା ଏବଂ ଆମକୁ ନୂଆ ସହଯୋଗୀ ହାସଲ କରିବାରେ ସାହାଯ୍ୟ କରିଥିଲା। ସିଜନ-୨ ଭବିଷ୍ୟତର ସୁପରଷ୍ଟାରଙ୍କୁ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି“। ଏକ ଘରୋଇ ଇକ୍ୱିଟି ଇନ୍‌ଭେଷ୍ଟମେଣ୍ଟ ଫାର୍ମ ଫିନ୍‌ନେଷ୍ଟ (ଏକ ବିଏନ୍‌ପି ଗ୍ରୁପ୍‌ କମ୍ପାନୀ) ସ୍ବଦେଶୀ ବିକାଶର କାହାଣୀକୁ ସୁଦୃଢ଼ କରିବା ପାଇଁ ଅଲ୍ଟିମେଟ ଖୋ ଖୋ’ରେ ନିବେଶ କରିଥିଲା। ଏ ସମ୍ପର୍କରେ ବିଏନ୍‌ପି ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ବିଶ୍ୱନାଥ ପଟ୍ଟନାୟକ କହିଛନ୍ତି ଯେ, ସ୍ବଦେଶୀ କ୍ରୀଡ଼ାକୁ ପୁନର୍ଜୀବିତ କରିବା ପାଇଁ ଏହି ଆନ୍ଦୋଳନର ଏକ ଅଂଶ ହୋଇଥିବାରୁ ବିଏନ୍‌ପି ଖୁବ୍‌ ଉତ୍ସାହିତ। ୟୁକେକେ ହେଉଛି ଆମର ବର୍ଦ୍ଧିତ ସ୍ପୋଟର୍‌ସ ଇନ୍‌ଭେଷ୍ଟମେଣ୍ଟ ପ୍ରୋଫାଇଲର ଏକ ଅଂଶବିଶେଷ।
‘ଦେଶ୍‌ କେମିଟି କା ଖେଲ୍‌’ ଭାବେ ୟୁକେକେକୁ ପ୍ରଥମ ସଂସ୍କରଣରେ ଅଦ୍ଭୁତପୂର୍ବ ସଫତଳା ମିଳିଥିଲା। ଟିଭି ଦର୍ଶକ ଦୃଷ୍ଟିରୁ ଏହା ତୃତୀୟ ସର୍ବାଧିକ ଅଣକ୍ରିକେଟ ଲିଗ୍‌ଭାବେ ଉଭା ହୋଇଥିଲା। ଅଲ୍ଟିମେଟ ଖୋ ଖୋ ସିଜନ-୨ରେ ଭାରତର ଶୀର୍ଷ ୧୪୫ ଖେଳାଳି ସାମିଲ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୩ ଯୁବ ପ୍ରତିଭାଙ୍କ ବୟସ ୧୬ରୁ ୧୮ ବର୍ଷ। ୬ଟି ଫ୍ରାଞ୍ଚାଇଜ୍‌ ଦଳ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ (ଓଡ଼ିଶା ସରକାରଙ୍କ ମାଲିକାନା), ଚେନ୍ନାଇ କୁଇକ୍‌ ଗନ୍‌ସ (କେଏଲ୍‌ଓ ସ୍ପୋଟର୍‌ସ), ଗୁଜରାଟ ଜାଏଣ୍ଟ୍ସ (ଅଦାନି ସ୍ପୋଟର୍‌ସଲାଇନ୍‌), ମୁମ୍ବାଇ ଖିଲାଡିଜ୍‌ (ଜାହ୍ନବୀ ଧରିଓ୍ବାଲ ବାଲାନ, ପୁନିତ ବାଲାନ ଓ ବାଦଶାହ), ରାଜସ୍ଥାନ ୱାରିୟର୍ସ (କାପ୍ରି ଗ୍ଲୋବାଲ ଗ୍ରୁପ୍‌) ଓ ତେଲୁଗୁ ଯୋଦ୍ଧାସ (ଜିଏମ୍‌ଆର୍‌ ସ୍ପୋଟର୍‌ସ) ୨ୟ ସିଜନରେ ଟାଇଟଲ ପାଇଁ ଲଢ଼େଇ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri