ଯୁଦ୍ଧ ଶେଷ କରିବାକୁ ପୁଟିନଙ୍କ ବ୍ୟତୀତ ରୁଷିଆର ଅନ୍ୟ ନେତାଙ୍କ ସହ କଥା ହେବାର କୌଣସି ସୁଫଳ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୨୪ ।୫: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୩ ମାସ ହୋଇ ଗଲାଣି । ହେଲେ ଏପର୍ଯ୍ୟନ୍ତ କେହି ମୁଣ୍ଡ ନୁଆଁଇଁବାକୁ ରାଜି ନୁହଁନ୍ତି । ଇତିମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲନସ୍କି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆର ଏକମାତ୍ର ବ୍ୟକ୍ତି ଯିଏକି ଯୁଦ୍ଧ ଶେଷ କରିବାକୁ ନେଇ ଚର୍ଚ୍ଚା ପାଇଁ ରାଜିଥିଲେ । ଜେଲନସ୍କି ଦାୱସରେ ୱାର୍ଲଡ ଇକୋନମିକ ଫୋରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧନ ଦେବା ଅବସରରେ କହିଛନ୍ତି ରୁଷିଆ ସହ କିଛି ବି କଥା ହେବା କଠିନ ହୋଇଗଲାଣି । ଯୁଦ୍ଧରେ ସାଧାରଣ ନାଗରିକଙ୍କ ଉପରେ ବି ଆକ୍ରମଣ କରାଯାଉଛି । ହେଲେ ରୁଷିଆ ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁ ନ ଥିବା କହିଛି । ଜେଲେନସ୍କି କହିଛନ୍ତି ରୁଷିଆ ସେନା ଦ୍ୱାରା କବଜା କରାଯାଇଥିବା ଅଞ୍ଚଳରେ ସାମୁହିକ ହତ୍ୟା ଯୋଗୁ କଥାକାର୍ତ୍ତା ହେବା ବି କଠିନ ହୋଇଗଲାଣି । ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ପୁଟିନଙ୍କ ବ୍ୟତୀତ ରୁଷିଆ ସଂଘର କୌଣସି ବ୍ୟକ୍ତିଙ୍କ ସହ କଥା ହେବାର କୌଣସି ସୁଫଳ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ-ରୁଷିଆ ସଙ୍କଟକୁ ନେଇ ଯୁଦ୍ଧ ଆଶଙ୍କା କଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ,୧୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛିଦିନ ମଧ୍ୟରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁ୍‌ଦ୍ଧ ହୋଇପାରେ ।...

ଖୋଲିବାକୁ ଯାଉଛି ଇତିହାସର ସବୁଠୁ ବଡ଼ ଦୁର୍ନୀତି

ପାନାମା ସିଟି, ୩।୧୦: ପାନାମା ପେପର୍ସ ଭଳି ଆଉ ଏକ ବିଶ୍ୱସ୍ତରୀୟ ବଡ଼ ଦୁର୍ନୀତିର ରହସ୍ୟ ଉନ୍ମୋଚନ ହେବାକୁ ଯାଉଛି। ପାନାମା ପେପର୍ସ ସ୍କାଣ୍ଡାଲ ୨.୦...

ବ୍ରିଟେନ ପ୍ରଧାନମନ୍ତ୍ରୀ ଚଳାଇଲେ ଭାରତୀୟ କମ୍ପାନୀର ସାଇକେଲ, ଜାଣନ୍ତୁ କାହିଁକି

ଲଣ୍ଡନ,୩୦ା୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ‘ମେଡ ଇନ୍‌ ଇଣ୍ଡିଆ’ ଅର୍ଥାତ୍‌ ଭାରତୀୟ କମ୍ପାନୀର ସାଇକେଲ ଚଲାଉଥିବା ନଜର ଆସିଛନ୍ତି। ଜନସନ କୋଭିଡ୍‌ -୧୯ ସହିତ...

୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କୁ ହତ୍ୟା କରାଯିବା ନେଇ ଦାବି…

ମସ୍କୋ,୧୪।୧ : ସମ୍ପ୍ରତି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ତିନୋଟି ଭିନ୍ନ ଦାବି କରାଯାଉଛି। ପୁଟିନଙ୍କ ମୃତ୍ୟୁ ବିଷୟରେ ସମସ୍ତେ କେତେକ ଉଲ୍ଲେଖ କରିଛନ୍ତି।...

ସିରିଆ ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ସାଧାରଣ ନାଗରିକଙ୍କ ସମେତ ୧୫ ମୃତ

ଦମିସ୍କ,୧୯ ।୨: ବିନାଶକାରୀ ଭୂକମ୍ପରେ ପ୍ରଭାବିତ ହୋଇଥିବା ସିରିଆର ରାଜଧାନୀ ଦମିସ୍କ ଉପରେ ଇସ୍ରାଏଲ ଶନିବାର ପୁଣିଥରେ ବିମାନ ଆକ୍ରମଣ କରିଛି । ମାନବାଧିକାର ସଂସ୍ଥାନ...

ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ

ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ...

ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ...

୩୦ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓ୍ବାଶିଂଟନ/ରୋମ୍‌/ଲଣ୍ଡନ,୨୮ା୪: ପ୍ରାଣଘାତୀ କରୋନାରେ ୨୧୦ ଦେଶରେ ମୋଟ ୨.୦୮ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଟପିଥିବା ବେଳେ ଆମେରିକା,...

Advertisement
Archives

Model This Week