ଯୁଦ୍ଧ ଜିତୁଛି ୟୁକ୍ରେନ୍‌

କିଭ୍‌, ୨୬ା୪: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଲକ୍ଷ୍ୟ ହାସଲ କରିବାରେ ରୁଷିଆ ବିଫଳ ହୋଇଛି। ବିଜୟ ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପ୍ରତିବଦ୍ଧତା ଏବଂ ଆତ୍ମବିଶ୍ୱାସ ରହିଛି। ରୁଷିଆ ବିରୋଧରେ ୟୁକ୍ରେନ୍‌ ଯୁଦ୍ଧ ଜିତୁଛି ବୋଲି କିଭ୍‌ରେ ଜେଲେନ୍‌ସ୍କିଙ୍କ ସହ ବୈଠକ ପରେ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ କହିଛନ୍ତି। ସମ୍ପୂର୍ଣ୍ଣ ବିଜୟ ପାଇଁ ଆମେରିକା ୟୁକ୍ରେନ୍‌କୁ ସବୁ ପ୍ରକାର ସହାୟତା ଯୋଗାଇଦେବ ବୋଲି ସେ ପ୍ରକାଶ କରିଛନ୍ତି। ବ୍ଲିଙ୍କେନ୍‌ଙ୍କ ସହ କିଭ୍‌ ଗସ୍ତ କରିଥିବା ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ ପୋଲାଣ୍ଡରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏବେ ୟୁକ୍ରେନ୍‌ରେ ଯୁଦ୍ଧର ସ୍ଥିତି ବଦଳିଛି। ରୁଷିଆ ଉତ୍ତର ୟୁକ୍ରେନ୍‌ରୁ ଫେରି ଡୋନ୍‌ବାସ ଅଞ୍ଚଳରେ ଧ୍ୟାନ କେନ୍ଦ୍ରୀଭୂତ କରିଛି। ଏଥିଯୋଗୁ ୟୁକ୍ରେନ୍‌ର ସାମରିକ ଆବଶ୍ୟକତା ବଢ଼ିଛି। ଜେଲେନ୍‌ସ୍କି ଏବେ ଅଧିକ ଯୁଦ୍ଧାସ୍ତ୍ର ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି। ଜିତିବାର ବିଶ୍ୱାସ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ନିକଟରେ ରହିଛି। ତାଙ୍କୁ ଆବଶ୍ୟକ ସାମରିକ ସହାୟତା ଓ ସମର୍ଥନ ମିଳିଲେ ୟୁକ୍ରେନ୍‌ ଯୁଦ୍ଧରେ ବିଜୟ ଲାଭ କରିବ। ଆମେରିକା ଏହି ସହାୟତା ଦେବାକୁ ପ୍ରସ୍ତୁତ ବୋଲି ଅଷ୍ଟିନ୍‌ କହିଛନ୍ତି।
ପୂର୍ବ ୟୁରୋପୀୟ ଦେଶକୁ ଆମେରିକା ଅତିରିକ୍ତ ୩୦୦ ମିଲିୟନ ଡଲାରର ସାମରିକ ସହାୟତା ଦେବାକୁ ଘୋଷଣା କରିଥିବାବେଳେ ଗୁଳିଗୋଳା କିଣିବା ନିମନ୍ତେ ୧୬୫ ମିଲିୟନ ଡଲାରକୁ ମଞ୍ଜୁରୀ ଦେଇଥିବା ବ୍ଲିଙ୍କେନ୍‌ କହିଛନ୍ତି। ଆମେରିକା ଚାହେଁ ୟୁକ୍ରେନ୍‌ ଏକ ସ୍ବାଧୀନ ଦେଶ ହୋଇ ରହିବା ସହ ନିଜ ସାର୍ବଭୌମତ୍ୱକୁ ରକ୍ଷା କରିବାରେ ସଫଳ ହେଉ ଏବଂ ରୁଷିଆ ଦୁର୍ବଳ ହୋଇ କେବେ ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବା ସ୍ଥିତିରେ ନ ରହୁ ବୋଲି ଅଷ୍ଟିନ୍‌ ପ୍ରକାଶ କରିଛନ୍ତି। ଏଥିସହ ଖୁବଶୀଘ୍ର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୟୁକ୍ରେନ୍‌ ରାଷ୍ଟ୍ରଦୂତ ଭାବେ ବ୍ରିଡ୍‌ଗେଟ୍‌ ବ୍ରିଙ୍କ୍‌ଙ୍କୁ ନିଯୁକ୍ତ କରିବେ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri