ୟୁକ୍ରେନ୍‌ ପାଲଟିଛି ଚେସ୍‌ ବୋର୍ଡର ମୋହରା…

ଓ୍ବାଶିଂଟନ/ମସ୍କୋ/କାଇଭ୍‌, ୨୪।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜିବିଗ୍ନିୟେବ ବ୍ରୁିଜେନ୍ସକି ଦଶନ୍ଧି ପୂର୍ବରୁ ତାଙ୍କ ପୁସ୍ତକ ‘ଦ ଗ୍ରାଣ୍ଡ ଚେସ ବୋର୍ଡ’ରେ ଏହି ପ୍ରଶ୍ନ ଉଠାଇଥିଲେ ଯେ ଆମେରିକା ୟୁକ୍ରେନକୁ କାହିଁକି ସହାୟତା କରିବ କିମ୍ବା ୟୁକ୍ରେନକୁ କାହିଁକି ସମର୍ଥନ କରିବ? ଏହାର ଜବାବ ଦେଇ ସେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ ୟୁକ୍ରେନ ବିନା ରୁଷିଆ କେବଳ ଏସୀୟ ସାମ୍ରାଜ୍ୟବାଦୀ ଦେଶ ହୋଇ ରହିଯିବ।

ଏହା ଦ୍ୱାରା ମଧ୍ୟ ଏସୀୟ ଦେଶଗୁଡିକର ବିବାଦରେ ରୁଷିଆ ଜଡ଼ିତ ହୋଇଯିବ। ଅପରପକ୍ଷେ, ଯଦି ୟୁକ୍ରେନ ରୁଷିଆର ନିୟନ୍ତ୍ରଣରେ ରୁହେ ତେବେ ଏହାକୁ ଏକ ’ଶକ୍ତିଶାଳୀ ସାମ୍ରାଜ୍ୟବାଦୀ ଶକ୍ତି’ ପାଲଟିଯିିବ।

ବ୍ରୁିଜେନ୍ସକଙ୍କ ବିବୃତ୍ତି ଏବେ ଆମେରିକାର ବୈଦେଶିକ ନୀତିର ଏକ ମୁଖ୍ୟ ସିଦ୍ଧାନ୍ତ ପାଲଟିଛି। ବିଶେଷ କରି ଶୀତଳ ଯୁଦ୍ଧ ପରେ ରୁଷିଆକୁ ଦୁର୍ବଳ କରିବାକୁ ହେଲେ ୟୁକ୍ରେନକୁ ଏଥିରୁ ଅଲଗା ହେବାକୁ ପଡିବ। ଏହି ଆମେରିକୀୟ ନୀତି ଅନୁଯାୟୀ, ୟୁକ୍ରେନ ଏବେ ଆମେରିକା ଏବଂ ରୁଷିଆ ମଧ୍ୟରେ ଚେସ୍‌ ବୋର୍ଡର ମୋହରା ପାଲଟିଛି।

ଆମେରିକା ଏବଂ ରୁଷିଆର ପ୍ରତିନିଧିଙ୍କ ମଧ୍ୟରେ ୟୁକ୍ରେନ୍‌ ସଙ୍କଟର ସମାଧାନ ହୋଇପାରି ନାହିଁ। ୟୁରୋପୀୟ ଦେଶ ଏବଂ ରୁଷିଆ ମଧ୍ୟରେ ଫସି ରହିଥିବା ଆମେରିକା, ୟୁକ୍ରେନ ସହିତ ଠିଆ ହୋଇ ନାଟୋର ସମ୍ପୂର୍ଣ୍ଣ ସମର୍ଥନ ହାସଲ କରୁଛି। ମାତ୍ର ନାଟୋ ଶକ୍ତିର ସମର୍ଥନକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ବିରୋଧ କରିଛନ୍ତିି। ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହିତ ସେ ମୁହାଁମୁହିଁ ହୋଇଛନ୍ତି।

ରୁଷ, ୟୁକ୍ରେନ, ଜର୍ମାନୀ ଏବଂ ଫ୍ରାନ୍ସ ମଧ୍ୟରେ ଥିବା ସଙ୍କଟର ସମାଧାନ ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନୋର୍ମାଣ୍ଡେ ଫର୍ମାଟ ପ୍ରସ୍ତାବ ଦେଇଛନ୍ତି। ବ୍ରିଟେନକୁ ୟୁକ୍ରେନକୁ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ସହିତ ଅନ୍ୟ ସାମରିକ ଉପକରଣ ଯୋଗାଇ ଦେଇଛି। ତୁର୍କୀ ମଧ୍ୟ ୟୁକ୍ରେନକୁ ସାହାଯ୍ୟ କରୁଛି। ଏହା ଦେଖି ରୁଷିଆ ବେଲାରୁଷରେ ଯୁଦ୍ଧ ବିମାନ ସହିତ ପାଟ୍ରୋଲିଂକୁ ଜୋରଦାର କରିଛି। ଏହା ସହିତ ୟୁକ୍ରେନ ସୀମାରେ ଲକ୍ଷାଧିକ ସୈନ୍ୟ ମଧ୍ୟ ମୁତୟନ କରିଛି। ୟୁକ୍ରେନ ପ୍ରକୃତରେ ରୁଷିଆ ପାଇଁ ସ୍ବତନ୍ତ୍ର। ଏହା ରୁଷିଆର ପରିଚୟ ସହିତ ଜଡିତ ଏକ ପ୍ରସଙ୍ଗ। ୟୁକ୍ରେନ, ଏକ ଖଣ୍ଡବିଖଣ୍ଡିତ ସୋଭିଏତ୍‌ ୟୁନିଅନର ଅଂଶ ହୋଇ ରୁଷିଆ ସହିତ ପ୍ରାଚୀନ କାଳରୁ ସାଂସ୍କୃତିକ, ଅର୍ଥନୈତିକ ଏବଂ ରାଜନୈତିକ ସମ୍ପର୍କ ରଖିଛି।

୧୯୯୧ରେ ସୋଭିଏତ୍‌ ୟୁନିଅନର ବିଲୋପ ପରେ ୟୁକ୍ରେନ, ୟୁରୋପରେ ଦ୍ୱିତୀୟ ବୃହତ୍ତମ ଦେଶର ମାନ୍ୟତା ହାସଲ କରିଛି। ୟୁକ୍ରେନର ପଶ୍ଚିମ ଭାଗ ୟୁରୋପୀୟ ଦେଶ ବିଶେଷ କରି ପୋଲାଣ୍ଡ ସହିତ ଘନିଷ୍ଠ ସମ୍ପର୍କ ରହିଛି । ୟୁକ୍ରେନର ପଶ୍ଚିମ ଭାଗରେ ଜାତୀୟତାର ଭାବନା ଶକ୍ତିଶାଳୀ । ତଥାପି, ୟୁକ୍ରେନରେ ମଧ୍ୟ ରୁଷୀୟ ଭାଷାଭାଷୀ ସଂଖ୍ୟାଲଘୁଙ୍କ ସଂଖ୍ୟା ରହିଛି ଏବଂ ବିକଶିତ ପୂର୍ବ ଅଞ୍ଚଳରେ ଏହି ଲୋକମାନେ ଅଧିକ ଅଛନ୍ତି।

୨୦୧୪ରେ ୟୁକ୍ରେନ ରାଷ୍ଟ୍ରପତି ବିକାଶ ୟାନୁକୋଭିଚଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେ ରୁଷିଆକୁ ସମର୍ଥନ କରୁଥିଲେ। ଏହାର ସୁଯୋଗ ନେଇ ରୁଷିଆ ୟୁକ୍ରେନର କ୍ରିମିୟା ଉପରେ ଦଖଲ କରିନେଲା। ସୂଚନାଯୋଗ୍ୟ ଯେ ସେହି ସମୟରେ ବାରାକ ଓବାମା ରାଷ୍ଟ୍ରପତି ଏବଂ ଜୋ ବାଇଡେନ ଉପରାଷ୍ଟ୍ରପତି ଥିଲେ। ସେବେଠାରୁ ୟୁକ୍ରେନ୍‌କୁ ମୋହରା କରି ଆମେରିକା ଏବଂ ରୁଷିଆ ନିଜ ନିଜର ପତିଆରା ବୃଦ୍ଧିର ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?