ବ୍ରିଟେନରେ ଲୋକଙ୍କୁ ଦିଆଯିବ ତୃତୀୟ ଡୋଜ୍‌

ଲଣ୍ଡନ,୧।୭: କୋଭିଡ୍‌ ଟିକାର ୨ଟି ଡୋଜ୍‌ ନେଇଥିବା ବ୍ରିଟେନ ଜନସାଧାରଣଙ୍କୁ ତୃତୀୟ ଡୋଜ୍‌(ବୁଷ୍ଟର ଡୋଜ୍‌) ଦେବା ଲାଗି ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଶୀତଦିନ ଆସିବା ପୂର୍ବରୁ କରୋନା ଭୂତାଣୁର ନୂଆ ଭାରିଆଣ୍ଟରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସେପ୍ଟେମ୍ବରରୁ ବୁଷ୍ଟର ଡୋଜ୍‌ ଦିଆଯିବ। ଏନେଇ ଗୁରୁବାର ବ୍ରିଟିଶ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। କୋଭିଡ୍‌ ଭାକ୍ସିନ ବୁଷ୍ଟର କାର୍ଯ୍ୟକ୍ରମ ଆରମ୍ଭ ଲାଗି ଜାତୀୟ ସ୍ବାସ୍ଥ୍ୟସେବା (ଏନ୍‌ଏଚ୍‌ଏସ୍‌) ସବୁଜ ସଙ୍କେତ ଦେଇଛି। ବ୍ରିଟେନ୍‌ରେ ୮୫ ପ୍ରତିଶତ ବୟସ୍କ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬୨ ପ୍ରତିଶତରୁ ଊର୍ଦ୍ଧ୍ୱ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ଭବିଷ୍ୟତରେ କରୋନା ଭୂତାଣୁର ସମସ୍ତ ଭାରିଆଣ୍ଟ ବିରୋଧରେ ସୁରକ୍ଷା ଲାଗି ବୁଷ୍ଟର ଡୋଜ୍‌ ଦେବା ଲାଗି ଯୋଜନା କରାଯାଇଥିବା ଭାକ୍ସିନ ମନ୍ତ୍ରୀ ନଧିମ୍‌ ଜାହାଓ୍ବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌କୁ ବିରୋଧ: ୧୫୫ ଗିରଫ

ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍‌ରେ ପୁଣିଥରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ...

ପିଓକେରେ ଚାଇନା-ପାକିସ୍ତାନ ବିରୋଧରେ ପ୍ରଦର୍ଶନ

ଇସଲାମାବାଦ୍‌, ୭।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ସ୍ଥିତି ଏବେ ଖରାପ ହେବାରେ ଲାଗିଛି। ସ୍ଥାନୀୟ ନୀଲମ୍‌ ଏବଂ ଝେଲମ୍‌ ନଦୀ ଉପରେ ଚାଇନା କମ୍ପାନୀ ଦ୍ୱାରା...

ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ...

ମହିଳାଙ୍କ ଆଖିରୁ ବାହାରିଲା ୨ ସେମି ଲମ୍ବା ଜୀବନ୍ତ ପୋକ

ନୂଆଦିଲ୍ଲୀ,୨୨।୨: ନିକଟରେ ଆମାଜନ ଜଙ୍ଗଲରୁ ଫେରିଥିବା ଜଣେ ଆମେରିକୀୟ ମହିଳା ମାୟାସିସ ନାମକ ଏକ ଭିନ୍ନ ଧରଣର ଟିସୁ ସଂକ୍ରମଣ ରୋଗରେ ପୀଡ଼ିତ ଥିଲେ। ତାଙ୍କ...

ଚର୍ଚ୍ଚରେ ବ୍ରିଟେନ୍‌ ଏମ୍‌ପିଙ୍କୁ ହତ୍ୟା

ଲଣ୍ଡନ, ୧୭ା୧୦: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ କଞ୍ଜରଭେଟିଭ୍‌ ପାର୍ଟିର ଏମ୍‌ପି ଡେଭିଡ୍‌ ଆମେସ୍‌ଙ୍କୁ ଶୁକ୍ରବାର ଏକ ଚର୍ଚ୍ଚରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି।...

ଏକେ-୪୭ ରାଇଫଲ ଦିଅ ୨ ଗାଈ ନିଅ

ଆବୁଜା, ୧୮।୭: ନାଇଜେରିଆରେ ସରକାର ଏକ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ଅନୁସାରେ ଦେଶରେ ଥିବା ଡକାୟତଙ୍କୁ ସମାଜର ମୁଖ୍ୟଧାରାରେ ପୁଣି ସାମିଲ୍‌...

କ୍ଷମା ତାଲିକାରେ ରହିପାରନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୯।୧(ପି.ଟି.):ଆମେରିକାର ଗଣତନ୍ତ୍ର ଇତିହାସରେ ବୁଧବାର ରାତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ମୋହ ଛାଡ଼ିପାରି ନ ଥିବା...

ଡ୍ରୋନ୍‌ ଦ୍ୱାରା ସତର୍କ ସୂଚନା: କରୋନା ସଂକ୍ରମଣକାରୀଙ୍କୁ ମୃତ୍ୟୁଦଣ୍ଡ ଘୋଷଣା

ବେଜିଂ,୧୭।୨: ଚାଇନାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହା ସହିତ ଚାଇନା ପ୍ରଶାସନର କ୍ରୁରତା...

Advertisement
Archives

Model This Week