ୟୁଏଫ୍‌ଓ ବାସ୍ତବ, ତଦନ୍ତ ଜରୁରୀ

ଓ୍ବାଶିଂଟନ୍‌, ୧୮ା୫:ଏଲିଅନ୍‌ ଏବଂ ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଂ ଅବ୍‌ଜେକ୍ଟ(ୟୁଏଫ୍‌ଓ) ବାବଦରେ କାହିଁକେବେଠୁ ନାନା ଚର୍ଚ୍ଚା ଲାଗିରହିଛି। ଅନେକ ସମୟରେ ଲୋକଙ୍କ ମୋବାଇଲ କ୍ୟାମେରାରେ କଏଦ ୟୁଏଫ୍‌ଓ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହି ଅଜଣା ଉଡ଼ନ୍ତା ବସ୍ତୁ ଏଲିଏନ୍‌ଙ୍କ ସ୍ପେସ୍‌କ୍ରାଫ୍ଟ ବୋଲି ମଧ୍ୟ ଅନେକେ ଦାବି କରନ୍ତି। ହେଲେ ଅଦ୍ୟାବଧି ଏହାର ସତ୍ୟତା ରହସ୍ୟ ଘେରରେ ରହିଛି। ବିଶେଷକରି ଆମେରିକାରେ ବାରମ୍ବାର ୟୁଏଫ୍‌ଓ ଦେଖାଯିବା ଘଟଣା ସାମ୍‌ନାକୁ ଆସୁଥିବାବେଳେ ୟୁଏସ୍‌ ହାଉସ୍‌ ଇଣ୍ଟେଲିଜେନ୍ସ କମିଟି ନିକଟରେ ଅଜଣା ଉଡ଼ନ୍ତା ବସ୍ତୁ ସମ୍ପର୍କିତ ତଥ୍ୟ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। ପ୍ରାୟ ୫ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକା ୟୁଏଫ୍‌ଓ ଉପରେ ହାସଲ ସୂଚନା ସାର୍ବଜନୀନ କରିଛି। ସରକାର ୟୁଏଫ୍‌ଓ ସମ୍ପର୍କରେ କ’ଣ ଜାଣିଛନ୍ତି ସେ ନେଇ ଆମେରିକା ପ୍ରତିରକ୍ଷା ଗୋଇନ୍ଦାର ୨ ପ୍ରମୁଖ ଅଧିକାରୀ କ୍ୟାପିଟୋଲ୍‌ ହିଲ୍‌ରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ପ୍ରାୟ ୧୧ ମାସ ପୂର୍ବରୁ ୟୁଏଫ୍‌ଓ ସମ୍ପର୍କିତ ୧୪୦ରୁ ଊର୍ଦ୍ଧ୍ୱ ମାମଲାର ଦସ୍ତାବିଜ ସଂକଳନ କରାଯାଇଥିଲା। ସରକାରୀ ଭାବେ ୟୁଏଫ୍‌ଓକୁ ଅନ୍‌ଏକ୍ସପ୍ଲେନଡ୍‌ ଏରିଅଲ୍‌ ଫେନୋମେନା(ୟୁଏପି) କୁହାଯାଉଛି। ୨୦୦୪ରୁ ଆମେରିକୀୟ ମିଲିଟାରି ପାଇଲଟମାନେ ଏହାକୁ ନିରୀକ୍ଷଣ କରିଆସୁଛନ୍ତି।
ପାର୍ଟିର ଆଣ୍ଡ୍ରେ କାର୍ସନ ଆମେରିକା କଂଗ୍ରେସରେ ଶୁଣାଣିବେଳେ ଅଧ୍ୟକ୍ଷତା କରିଥିଲେ। ଏହି ଅସ୍ପଷ୍ଟ ତଥା ଅଦ୍ଭୁତ ଘଟଣା ବିଷୟରେ ଆମେରିକୀୟମାନେ ବିସ୍ତୃତ ଭାବେ ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ। ୟୁଏଫ୍‌ଓ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଅଭିହିତ କରିଥିଲେ। କୌଣସି ଏଲିଅନ୍‌ ପୃଥିବୀ ଭ୍ରମଣରେ ଆସିବା ଚିନ୍ତାଜନକ ନୁହେଁ, ବରଂ ରୁଷିଆ, ଚାଇନା କିମ୍ବା ଅନ୍ୟ ଶତ୍ରୁ ରାଷ୍ଟ୍ର ଆମେରିକାକୁ କୌଣସି ବିପଦପୂର୍ଣ୍ଣ ବସ୍ତୁ ଛାଡ଼ିବା ବିଷୟ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ଅଦ୍ୟାବଧି ୟୁଏଫ୍‌ଓକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳି ନ ଥିଲେ ମଧ୍ୟ ଏହା ବାସ୍ତବ। ତାହାର ତଦନ୍ତ ଆବଶ୍ୟକ। ଏହା ଦ୍ୱାରା ଆଗକୁ କୌଣସି ସଙ୍କଟ ଏଡ଼ାଇବା ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି କାର୍ସନ କହିଥିଲେ। ଗୋଇନ୍ଦା ଅଧିକାରୀ ରୋନାଲ୍ଡ ମୌଟ୍ରି ଏବଂ ସ୍କଟ୍‌ ବ୍ରେ କଂଗ୍ରେସ ସଦସ୍ୟଙ୍କ ପ୍ରଶ୍ନର ଜବାବ ରଖିଥିଲେ। ତଥ୍ୟ ପ୍ରଦାନ ବେଳେ ସ୍କଟ୍‌ ବ୍ରେ ୟୁଏପି ସମ୍ପର୍କତି କିଛି ଭିଡିଓ ଏବଂ ଫଟୋ କଂଗ୍ରେସରେ ଦେଖାଇଥିଲେ। ଭିଡିଓରେ ଏକ ଉଜ୍ଜ୍ୱଳ ତିନିକୋଣିଆ ବସ୍ତୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ କୌଣସି ମାନବ ନ ଥିବା ଦେଖାଯାଇଥିଲା। ତେଣୁ ବସ୍ତୁଟି କ’ଣ ସେ ବିଷୟରେ ସେପରି କୌଣସି ଠୋସ୍‌ ପ୍ରମାଣ ମଧ୍ୟ ହାତରେ ଲାଗି ନ ଥିବା ଜଣାପଡ଼ିଛି। କିଛି ବର୍ଷ ତଳେ ଆମେରିକା ଉପକୂଳରେ ତାହାକୁ ଦେଖିବାକୁ ମିଳିଥିଲା। ବିସ୍ତୃତ ଆଲୋଚନା ପରେ କମିଟି ଏକ ରୁଦ୍ଧଦ୍ୱାର ବୈଠକ କରିଛି। ତେବେ ଏହି ଗୋପନୀୟ ବୈଠକର ରିପୋର୍ଟକୁ ସର୍ବସାଧରଣରେ ପ୍ରକାଶ କରାଯିବ ନାହିଁ ବୋଲି ଜଣାଯାଇଛି।

୧୨,୬୦୦ ତାଲିକା କରିଥିଲା ବ୍ଲୁ ବୁକ୍‌

ବାରମ୍ବାର ୟୁଏଫ୍‌ଓ ଦୃଶ୍ୟମାନ ହେବା ଆମେରିକାର ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଗତ ବର୍ଷ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ୟୁଏପି ଉପରେ ପ୍ରସ୍ତୁତ ପ୍ରାଥମିକ ରିପୋର୍ଟ ଆମେରିକା କଂଗ୍ରେସକୁ ପ୍ରଦାନ କରିଥିଲେ। ୧୯୬୯ରେ ଆମେରିକାର ବାୟୁସେନା ୟୁଏଫ୍‌ଓ ପ୍ରୋଗ୍ରାମ କୋଡ୍‌ ପ୍ରୋଜେକ୍ଟ ବ୍ଲୁ ବୁକ୍‌ ବନ୍ଦ କରିଦେବା ପରେ ପ୍ରଥମ ଥର ପାଇଁ ଏହା ଉପରେ ଖୋଲାଖୋଲି ଶୁଣାଣି ହୋଇଛି। ୧୭ ବର୍ଷ ମଧ୍ୟରେ ବ୍ଲୁ ବୁକ୍‌ ମୋଟ ୧୨,୬୧୮ ୟୁଏଫ୍‌ଓର ତାଲିକା ପ୍ରସ୍ତୁତ କରିଥିଲା। ସେଥିମଧ୍ୟରୁ ୭୦୧ ୟୁଏଫ୍‌ଓକୁ ସରକାରୀ ଭାବେ ‘ଅଜଣା’ ବୋଲି କୁହାଯାଇଥିଲା। ପରେ ୟୁଏଫ୍‌ଓ ଯୋଗୁ ଜାତୀୟ ସୁରକ୍ଷା ଉପରେ କୌଣସି ବିପଦ ନ ଥବା ସେତେବେଳେ ବାୟୁସେନା କହିଥିଲା।

ବିସ୍ମୟକର ବେଗ

ଆମେରିକା ଆକାଶରେ ୟୁଏଫ୍‌ଓ ଦେଖାଯିବାକୁ ନେଇ ପୂର୍ବତନ ସିନେଟର ହ୍ୟାରି ଏମ୍‌. ରେଡ୍‌ ଚିନ୍ତା ପ୍ରକଟ କରିଥିଲେ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ପେଣ୍ଟାଗନ୍‌ ଏହା ଉପରେ ତଦନ୍ତ କରିବା ଜରୁରୀ ବୋଲି ୨୦୦୭ରେ ହ୍ୟାରି ଦାବି କରିଥିଲେ। ଏହା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ମଧ୍ୟ ୟୁଏଫ୍‌ଓ ଦେଖିଥିବା କହିଥିଲେ। ୧୯୬୯ରେ ପ୍ରୋଜେକ୍ଟ ବ୍ଲୁ ବୁକ୍‌ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ବନ୍ଦ ହେବା ପରେ ୧୯୭୭ରେ ନାସା ମଧ୍ୟ ତଦନ୍ତ ଅନାବଶ୍ୟକ ବୋଲି କହିଥିଲା। କିନ୍ତୁ ଅନେକ ସାଇନ୍ସ ଫିକ୍ସନ ମୁଭିରେ ଦେଖାଯାଇଥିବା ୟୁଏଫ୍‌ଓ ସଦୃଶ ଫଟୋ ଓ ଭିଡିଓ ଲୋକେ ସେମାନଙ୍କ କ୍ୟାମେରାରେ କଏଦ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ତାହା ଚର୍ଚ୍ଚାର ପରିସରରେ ରହିଛି। ବାୟୁସେନା ଓ ନୌସେନା ପାଇଲଟ ୟୁଏଫ୍‌ଓର ଏକାଧିକ ଭିଡିଓ କରିଛନ୍ତି। ଏହି ଅଜଣା ଉଡ଼ନ୍ତା ବସ୍ତୁକୁ ରାଡାର ଚିହ୍ନଟ କରିପାରିବା ସହ ଏହାର ବେଗ ଅସ୍ବାଭାବିକ ରହିଥିବା ସେମାନେ ଦାବି କରିଛନ୍ତି, ଯାହା କି କୌଣସି ଅତ୍ୟାଧୁନିକ ବିମାନ ତୁଳନାରେ ବିସ୍ମୟକର। ଇଣ୍ଟେଲିଜେନ୍ସ ଅଥରାଇଜେଶନ ଆକ୍ଟ ଅନୁସାରେ ୨୦୨୧ରେ ୟୁଏପି ଟାକ୍ସଫୋର୍ସକୁ ଏଭଳି ଉଡ଼ନ୍ତା ବସ୍ତୁ ସମ୍ପର୍କରେ କଂଗ୍ରେସରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶତାଧିକ ୟୁଏଫ୍‌ଓ ସମ୍ପର୍କିତ ଫଟୋ, ଭିଡିଓରୁ ତଥ୍ୟ ସଂଗ୍ରହ କରି ଟାକ୍ସଫୋର୍ସ ଅଫିସରମାନେ ଏହାର ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?