ୟୁଏଫ୍‌ଓ ବାସ୍ତବ, ତଦନ୍ତ ଜରୁରୀ

ଓ୍ବାଶିଂଟନ୍‌, ୧୮ା୫:ଏଲିଅନ୍‌ ଏବଂ ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଂ ଅବ୍‌ଜେକ୍ଟ(ୟୁଏଫ୍‌ଓ) ବାବଦରେ କାହିଁକେବେଠୁ ନାନା ଚର୍ଚ୍ଚା ଲାଗିରହିଛି। ଅନେକ ସମୟରେ ଲୋକଙ୍କ ମୋବାଇଲ କ୍ୟାମେରାରେ କଏଦ ୟୁଏଫ୍‌ଓ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହି ଅଜଣା ଉଡ଼ନ୍ତା ବସ୍ତୁ ଏଲିଏନ୍‌ଙ୍କ ସ୍ପେସ୍‌କ୍ରାଫ୍ଟ ବୋଲି ମଧ୍ୟ ଅନେକେ ଦାବି କରନ୍ତି। ହେଲେ ଅଦ୍ୟାବଧି ଏହାର ସତ୍ୟତା ରହସ୍ୟ ଘେରରେ ରହିଛି। ବିଶେଷକରି ଆମେରିକାରେ ବାରମ୍ବାର ୟୁଏଫ୍‌ଓ ଦେଖାଯିବା ଘଟଣା ସାମ୍‌ନାକୁ ଆସୁଥିବାବେଳେ ୟୁଏସ୍‌ ହାଉସ୍‌ ଇଣ୍ଟେଲିଜେନ୍ସ କମିଟି ନିକଟରେ ଅଜଣା ଉଡ଼ନ୍ତା ବସ୍ତୁ ସମ୍ପର୍କିତ ତଥ୍ୟ ଉପରେ ମଙ୍ଗଳବାର ଶୁଣାଣି ହୋଇଛି। ପ୍ରାୟ ୫ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକା ୟୁଏଫ୍‌ଓ ଉପରେ ହାସଲ ସୂଚନା ସାର୍ବଜନୀନ କରିଛି। ସରକାର ୟୁଏଫ୍‌ଓ ସମ୍ପର୍କରେ କ’ଣ ଜାଣିଛନ୍ତି ସେ ନେଇ ଆମେରିକା ପ୍ରତିରକ୍ଷା ଗୋଇନ୍ଦାର ୨ ପ୍ରମୁଖ ଅଧିକାରୀ କ୍ୟାପିଟୋଲ୍‌ ହିଲ୍‌ରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ପ୍ରାୟ ୧୧ ମାସ ପୂର୍ବରୁ ୟୁଏଫ୍‌ଓ ସମ୍ପର୍କିତ ୧୪୦ରୁ ଊର୍ଦ୍ଧ୍ୱ ମାମଲାର ଦସ୍ତାବିଜ ସଂକଳନ କରାଯାଇଥିଲା। ସରକାରୀ ଭାବେ ୟୁଏଫ୍‌ଓକୁ ଅନ୍‌ଏକ୍ସପ୍ଲେନଡ୍‌ ଏରିଅଲ୍‌ ଫେନୋମେନା(ୟୁଏପି) କୁହାଯାଉଛି। ୨୦୦୪ରୁ ଆମେରିକୀୟ ମିଲିଟାରି ପାଇଲଟମାନେ ଏହାକୁ ନିରୀକ୍ଷଣ କରିଆସୁଛନ୍ତି।
ପାର୍ଟିର ଆଣ୍ଡ୍ରେ କାର୍ସନ ଆମେରିକା କଂଗ୍ରେସରେ ଶୁଣାଣିବେଳେ ଅଧ୍ୟକ୍ଷତା କରିଥିଲେ। ଏହି ଅସ୍ପଷ୍ଟ ତଥା ଅଦ୍ଭୁତ ଘଟଣା ବିଷୟରେ ଆମେରିକୀୟମାନେ ବିସ୍ତୃତ ଭାବେ ଜାଣିବା ଆବଶ୍ୟକ ବୋଲି ସେ କହିଥିଲେ। ୟୁଏଫ୍‌ଓ ଜାତୀୟ ସୁରକ୍ଷା ପାଇଁ ବିପଦ ବୋଲି ଅଭିହିତ କରିଥିଲେ। କୌଣସି ଏଲିଅନ୍‌ ପୃଥିବୀ ଭ୍ରମଣରେ ଆସିବା ଚିନ୍ତାଜନକ ନୁହେଁ, ବରଂ ରୁଷିଆ, ଚାଇନା କିମ୍ବା ଅନ୍ୟ ଶତ୍ରୁ ରାଷ୍ଟ୍ର ଆମେରିକାକୁ କୌଣସି ବିପଦପୂର୍ଣ୍ଣ ବସ୍ତୁ ଛାଡ଼ିବା ବିଷୟ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ଅଦ୍ୟାବଧି ୟୁଏଫ୍‌ଓକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳି ନ ଥିଲେ ମଧ୍ୟ ଏହା ବାସ୍ତବ। ତାହାର ତଦନ୍ତ ଆବଶ୍ୟକ। ଏହା ଦ୍ୱାରା ଆଗକୁ କୌଣସି ସଙ୍କଟ ଏଡ଼ାଇବା ପାଇଁ ପଦକ୍ଷେପ ନିଆଯିବା ଜରୁରୀ ବୋଲି କାର୍ସନ କହିଥିଲେ। ଗୋଇନ୍ଦା ଅଧିକାରୀ ରୋନାଲ୍ଡ ମୌଟ୍ରି ଏବଂ ସ୍କଟ୍‌ ବ୍ରେ କଂଗ୍ରେସ ସଦସ୍ୟଙ୍କ ପ୍ରଶ୍ନର ଜବାବ ରଖିଥିଲେ। ତଥ୍ୟ ପ୍ରଦାନ ବେଳେ ସ୍କଟ୍‌ ବ୍ରେ ୟୁଏପି ସମ୍ପର୍କତି କିଛି ଭିଡିଓ ଏବଂ ଫଟୋ କଂଗ୍ରେସରେ ଦେଖାଇଥିଲେ। ଭିଡିଓରେ ଏକ ଉଜ୍ଜ୍ୱଳ ତିନିକୋଣିଆ ବସ୍ତୁ ପ୍ରଦର୍ଶନ କରାଯାଇଥିଲା। ଏଥିରେ କୌଣସି ମାନବ ନ ଥିବା ଦେଖାଯାଇଥିଲା। ତେଣୁ ବସ୍ତୁଟି କ’ଣ ସେ ବିଷୟରେ ସେପରି କୌଣସି ଠୋସ୍‌ ପ୍ରମାଣ ମଧ୍ୟ ହାତରେ ଲାଗି ନ ଥିବା ଜଣାପଡ଼ିଛି। କିଛି ବର୍ଷ ତଳେ ଆମେରିକା ଉପକୂଳରେ ତାହାକୁ ଦେଖିବାକୁ ମିଳିଥିଲା। ବିସ୍ତୃତ ଆଲୋଚନା ପରେ କମିଟି ଏକ ରୁଦ୍ଧଦ୍ୱାର ବୈଠକ କରିଛି। ତେବେ ଏହି ଗୋପନୀୟ ବୈଠକର ରିପୋର୍ଟକୁ ସର୍ବସାଧରଣରେ ପ୍ରକାଶ କରାଯିବ ନାହିଁ ବୋଲି ଜଣାଯାଇଛି।

୧୨,୬୦୦ ତାଲିକା କରିଥିଲା ବ୍ଲୁ ବୁକ୍‌

ବାରମ୍ବାର ୟୁଏଫ୍‌ଓ ଦୃଶ୍ୟମାନ ହେବା ଆମେରିକାର ଜାତୀୟ ସୁରକ୍ଷା ଉପରେ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ଗତ ବର୍ଷ ନ୍ୟାଶନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକ ୟୁଏପି ଉପରେ ପ୍ରସ୍ତୁତ ପ୍ରାଥମିକ ରିପୋର୍ଟ ଆମେରିକା କଂଗ୍ରେସକୁ ପ୍ରଦାନ କରିଥିଲେ। ୧୯୬୯ରେ ଆମେରିକାର ବାୟୁସେନା ୟୁଏଫ୍‌ଓ ପ୍ରୋଗ୍ରାମ କୋଡ୍‌ ପ୍ରୋଜେକ୍ଟ ବ୍ଲୁ ବୁକ୍‌ ବନ୍ଦ କରିଦେବା ପରେ ପ୍ରଥମ ଥର ପାଇଁ ଏହା ଉପରେ ଖୋଲାଖୋଲି ଶୁଣାଣି ହୋଇଛି। ୧୭ ବର୍ଷ ମଧ୍ୟରେ ବ୍ଲୁ ବୁକ୍‌ ମୋଟ ୧୨,୬୧୮ ୟୁଏଫ୍‌ଓର ତାଲିକା ପ୍ରସ୍ତୁତ କରିଥିଲା। ସେଥିମଧ୍ୟରୁ ୭୦୧ ୟୁଏଫ୍‌ଓକୁ ସରକାରୀ ଭାବେ ‘ଅଜଣା’ ବୋଲି କୁହାଯାଇଥିଲା। ପରେ ୟୁଏଫ୍‌ଓ ଯୋଗୁ ଜାତୀୟ ସୁରକ୍ଷା ଉପରେ କୌଣସି ବିପଦ ନ ଥବା ସେତେବେଳେ ବାୟୁସେନା କହିଥିଲା।

ବିସ୍ମୟକର ବେଗ

ଆମେରିକା ଆକାଶରେ ୟୁଏଫ୍‌ଓ ଦେଖାଯିବାକୁ ନେଇ ପୂର୍ବତନ ସିନେଟର ହ୍ୟାରି ଏମ୍‌. ରେଡ୍‌ ଚିନ୍ତା ପ୍ରକଟ କରିଥିଲେ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ପେଣ୍ଟାଗନ୍‌ ଏହା ଉପରେ ତଦନ୍ତ କରିବା ଜରୁରୀ ବୋଲି ୨୦୦୭ରେ ହ୍ୟାରି ଦାବି କରିଥିଲେ। ଏହା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର ମଧ୍ୟ ୟୁଏଫ୍‌ଓ ଦେଖିଥିବା କହିଥିଲେ। ୧୯୬୯ରେ ପ୍ରୋଜେକ୍ଟ ବ୍ଲୁ ବୁକ୍‌ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ବନ୍ଦ ହେବା ପରେ ୧୯୭୭ରେ ନାସା ମଧ୍ୟ ତଦନ୍ତ ଅନାବଶ୍ୟକ ବୋଲି କହିଥିଲା। କିନ୍ତୁ ଅନେକ ସାଇନ୍ସ ଫିକ୍ସନ ମୁଭିରେ ଦେଖାଯାଇଥିବା ୟୁଏଫ୍‌ଓ ସଦୃଶ ଫଟୋ ଓ ଭିଡିଓ ଲୋକେ ସେମାନଙ୍କ କ୍ୟାମେରାରେ କଏଦ କରିବା ପରେ ଅନ୍ତର୍ଜାତୀୟ ସ୍ତରରେ ତାହା ଚର୍ଚ୍ଚାର ପରିସରରେ ରହିଛି। ବାୟୁସେନା ଓ ନୌସେନା ପାଇଲଟ ୟୁଏଫ୍‌ଓର ଏକାଧିକ ଭିଡିଓ କରିଛନ୍ତି। ଏହି ଅଜଣା ଉଡ଼ନ୍ତା ବସ୍ତୁକୁ ରାଡାର ଚିହ୍ନଟ କରିପାରିବା ସହ ଏହାର ବେଗ ଅସ୍ବାଭାବିକ ରହିଥିବା ସେମାନେ ଦାବି କରିଛନ୍ତି, ଯାହା କି କୌଣସି ଅତ୍ୟାଧୁନିକ ବିମାନ ତୁଳନାରେ ବିସ୍ମୟକର। ଇଣ୍ଟେଲିଜେନ୍ସ ଅଥରାଇଜେଶନ ଆକ୍ଟ ଅନୁସାରେ ୨୦୨୧ରେ ୟୁଏପି ଟାକ୍ସଫୋର୍ସକୁ ଏଭଳି ଉଡ଼ନ୍ତା ବସ୍ତୁ ସମ୍ପର୍କରେ କଂଗ୍ରେସରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶତାଧିକ ୟୁଏଫ୍‌ଓ ସମ୍ପର୍କିତ ଫଟୋ, ଭିଡିଓରୁ ତଥ୍ୟ ସଂଗ୍ରହ କରି ଟାକ୍ସଫୋର୍ସ ଅଫିସରମାନେ ଏହାର ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ନିଆଁରେ କାଜାଖସ୍ତାନ

ନୂର୍‌ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା...

ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ,୯।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି...

ଆମେରିକାରେ ଲଖିମପୁର ବିରୋଧୀ ସ୍ବର, ଚାଷୀ ହତ୍ୟାକୁ ନିନ୍ଦା କଲେ ଅର୍ଥମନ୍ତ୍ରୀ…

ବୋଷ୍ଟନ,୧୩।୧୦: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ବିରୋଧରେ ସ୍ବର ଉଠିବା ଆରମ୍ଭ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆମେରିକା ଗସ୍ତରେ ହାଭାର୍ଡ କେନେଡ଼ି ସ୍କୁଲରେ ଏକ...

ଲିବିୟାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମଣରେ ପରଲୋକ

ତ୍ରିପୋଲି,୬ ।୪: କରୋନା ସଂକ୍ରମଣ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ କାୟା ବିସ୍ତାର କରି ସାରିଥିବା ବେଳେ ଛୋଟବଡ କେହିବି ଏଥିରୁ ବାଦ୍ ପଡୁ...

ଇସ୍ରାଏଲ ଗୁଳିରେ ଟଳିଲେ ଖବରଦାତା

ଜେନିନ୍‌(ଓ୍ବେଷ୍ଟବ୍ୟାଙ୍କ), ୧୨ା୫: ପାଲେଷ୍ଟାଇନ କବ୍‌ଜାରେ ଥିବା ଓ୍ବେଷ୍ଟବ୍ୟାଙ୍କରେ ଅଲ୍‌-ଜଜିରା ସାମ୍ବାଦିକା ଶିରିନ୍‌ ଅବୁ ଅକ୍‌ଲେହ(୫୧) ଇସ୍ରାଏଲ ସେନା ଗୁଳିରେ ବୁଧବାର ପ୍ରାଣ ହରାଇଛନ୍ତି। ଜେନିନ୍‌ ସହରରେ...

ପୋଲିସ ଗାଡି ଉପରକୁ ବୋମା ମାଡ: ୮ ପୋଲିସକର୍ମୀ ମୃତ୍ୟୁ

ବାଗଦାଦ,୧୮।୧୨: ଇରାକ ରାଜଧାନୀ ବାଗଦାଦଠାରୁ ପ୍ରାୟ ୨୩୮ କିଲୋମିଟର ଦୂର ତୈଳ ସମୃଦ୍ଧ କିରକୁକ ସହରରେ ଫେଡେରାଲ ପୋଲିସ କର୍ମଚାରୀଙ୍କ ଏକ ଗାଡି ଉପରକୁ ବୋମା...

ସମୁଦ୍ର କୂଳରେ ଶହ ଶହ ‘ସାଣ୍ଡ୍‌ ଡଲାର୍ସ’…

ଓ୍ବାଶିଂଟନ, ୨୩।୮: ଆମେରିକାର ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ‘ସାଣ୍ଡ୍‌ ଡଲାର୍ସ’ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି।...

ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ଢାକା,୨୨।୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି। ପଡ଼ୋଶୀ ଦେଶକୁ ଉପହାର ଆକାରରେ ୨ ନିୟୁତ କୋଭିଡ୍‌-୧୯ କୋଭିଡିଲ୍ଡ...

Advertisement
Archives

Model This Week