ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କୁ ପ୍ରେରଣା ଯୋଗାଉଛି ‘ଉଦ୍ୟମୀ’

ଟିକିରି, ୭ା୧୧(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କଶୀପୁର ବ୍ଲକ ଟିକିରିସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ(ୟୁଏଆଇଏଲ)ର ଉଦ୍ୟମୀ ପ୍ରକଳ୍ପ ଗ୍ରାମାଞ୍ଚଳର ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ସାଜିଛି। ଏହି ପ୍ରକଳ୍ପ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଜିଲାର ସୁରୁଗଞ୍ଜ ଗ୍ରାମର ସୁରେଶ ନାଏକ ପରିବାର ଚଳାଇବା ପାଇଁ କିଛିବର୍ଷ ତଳେ କେରଳ ଚାଲିଯାଇ ପ୍ରବାସୀ ଶ୍ରମିକ ଭାବେ କାମ କରୁଥିଲେ। ପରେ ଉଦ୍ୟମୀ ପ୍ରକଳ୍ପ ସହାୟତାରେ ଉଦ୍ୟୋଗୀ ହୋଇପାରିଛନ୍ତି। ଏବେ ସେ ଏକ ଫାବ୍ରିକେଶନ ୟୁନିଟର ମାଲିକ ପାଲଟିଛନ୍ତି। ତାଙ୍କ ଜୀବନରେ ହୋଇଥିବା ସକାରାତ୍ମକ ପରିବର୍ତ୍ତନ ପାଇଁ ସେ ଉଦ୍ୟମୀ ପ୍ରକଳ୍ପକୁ ଶ୍ରେୟ ଦେଇଛନ୍ତି। ସୁରେଶଙ୍କ ଭଳି ଅଞ୍ଚଳର ଅନେକ ଉଦ୍ୟୋଗୀ ଏହି ପ୍ରକଳ୍ପରୁ ସୁଫଳ ପାଇଛନ୍ତି।
ଉତ୍କଳ ଆଲୁମିନା ପକ୍ଷରୁ ଅଣ୍ଡରପ୍ରିନ୍ୟୋରଶିପ୍‌ ଡେଭଲପମେଣ୍ଟ ଇନ୍‌ଷ୍ଟିଟ୍ୟୁଟ ଅଫ ଇଣ୍ଡିଆ(ଇଡିଆଇଆଇ) ସହଯୋଗରେ ୨୧ ଜୁଲାଇରେ ଆରମ୍ଭ ହୋଇଥିବା ଏହି ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ ଅଣକୃଷି ଏବଂ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ୩୦୦ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। ଆତ୍ମନିର୍ଭର ଭାରତ ଏବଂ ଏମ୍‌ଡିଜି ଲକ୍ଷ୍ୟ ହାସଲ ନିମନ୍ତେ ଏହି ପ୍ରକଳ୍ପ ରାୟଗଡ଼ା ଜିଲା କାଶୀପୁର ଏବଂ କଳାହାଣ୍ଡି ଜିଲା ଥୁଆମୂଳରାମପୁରର ଆଭ୍ୟନ୍ତରୀଣ ଦୁର୍ଗମ ଅଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହୋଇଛି। ସ୍ଥାନୀୟ ଜନସାଧାରଣଙ୍କର ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ବିକାଶ ଘଟାଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଏହାର ଉଦ୍ଦେଶ୍ୟ।
ଉଦ୍ୟମୀ ପ୍ରକଳ୍ପ ବିଷୟରେ ସୂଚନା ଦେଇ ୟୁଏଆଇଏଲ ୟୁନିଟ ମୁଖ୍ୟ ମଜହର ବେଗ କହିଛନ୍ତି, ଏହି ଅନନ୍ୟ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମ ସରକାରଙ୍କର ଏମ୍‌ଏସ୍‌ଏମ୍‌ଇ, ଏସ୍‌ଏମ୍‌ଇ, ଓଏଲ୍‌ଏମ୍‌ ଆଦି ବ୍ୟବସ୍ଥାକୁ ରାଜ୍ୟରେ ସମର୍ଥନ କରୁଛି। ସେହି ସମୟରେ ଏକ ଦୀର୍ଘାବଧି ଆୟ ନିମନ୍ତେ ବାସ୍ତବ କ୍ଷେତ୍ରରେ ଯୋଜନାକୁ ଫଳପ୍ରସୂ କରାଉଛି। ଟିକିରିର ଗୋକୁଳମୁଣ୍ଡା ଗ୍ରାମରେ ଏଣ୍ଟରପ୍ରାଇଜ ମ୍ୟାପିଂ, ବ୍ୟବସାୟିକ ଯୋଜନା ପ୍ରସ୍ତୁତି, ସମ୍ମିଶ୍ରଣ, ବଜାର ସହାୟତା ଆଦି ବ୍ୟବସାୟିକ ବିକାଶ ସେବା ଯୋଗାଇବା ସହ ବଜାର ଚାହିଦା ପୂରଣ କରିବା, ଗ୍ରାମାଞ୍ଚଳ ବ୍ୟବସାୟକୁ ସମର୍ଥନ କରିବା ଏବଂ ଏହି ନୂଆ ବ୍ୟବସାୟୀଙ୍କ କୁଶଳତାରେ ଉନ୍ନତି ଆଣିବା ନିମନ୍ତେ ଏକ ଗ୍ରମାଞ୍ଚଳ ବିଜ୍‌ନେସ ଇନକ୍ୟୁବେସନ ସେଣ୍ଟର ସ୍ଥାପନ କରାଯାଇଛି। ଏହା ମଧ୍ୟ ଜୀବିକା ଉପାର୍ଜନ କ୍ଲଷ୍ଟର ସୃଷ୍ଟି କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?