Posted inଜାତୀୟ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଠାକରେ

ମୁମ୍ବାଇ,୨୭ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପ୍ରାୟ ୫ ମାସ ପୂରଣ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ଏହାକୁ ନେଇ ଚାଲିଛି ବୟାନ ବାଜି । ବଲିଉଡ୍ ଦୁନିଆରୁ ଟେଲିଭିଜନ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏମିତିକି ବଡ ବଡ ରାଜନେତାମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପତିକ୍ରିୟା ରଖିଛନ୍ତି । ଆରମ୍ଭରୁ ଏହି ମାମଲାର ଯାଞ୍ଚ ସମୟରେ ମୁମ୍ବାଇ ପୋଲିସ ମଧ୍ୟ ପ୍ରଶ୍ନବାଣର ଶିକାର ହୋଇଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କିନ୍ତୁ ଏହାକୁ ନେଇ କୌଣସି ମତ ରଖି ନ ଥିଲେ । ତେବେ ଏତେ ଦିନର ନିରବତା ପରେ ଏବେ ପ୍ରଥମଥର ମୁହଁ ଖୋଲିଛନ୍ତି ଉଦ୍ଧବ । ଶିବସେନାର ମୁଖପତ୍ର ସାମନାରେ ଉଦ୍ଧବଙ୍କ ସାକ୍ଷାତ୍‌କାର ପ୍ରକାଶ ପାଇଛି । ଯେଉଁଥିରେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁଥିବା ଲୋକଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁଁ ସହାନୁଭୁତି ପ୍ରକାଶ କରୁଛି । ହେଲେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଆପଣମାନେ ଏହାକୁ ନେଇ ରାଜନୀତି କରୁଛନ୍ତି । ଏହା ରାଜନୀତିର ସବୁଠାରୁ ଖରାପ ସ୍ତର ବୋଲି ଉଦ୍ଧବ କହିଛନ୍ତି । ଆପଣମାନେ ଯଦି ନିଜକୁ ପୁରୁଷ ବୋଲି କହୁଛନ୍ତି ତେବେ ଏତେ ତଳକୁ ଚାଲିଯାଇ ଜଣେ ବ୍ୟକ୍ତିର ମୃତ୍ୟୁକୁ ନେଇ କାହିଁ ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି ଉଦ୍ଧବ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ୫୨ ବିଧାୟକ କୋଟିପତି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀର ନବ ନିର୍ବାଚିତ ୭୦ ବିଧାୟକଙ୍କ ମଧ୍ୟରୁ ୫୨ ଜଣ କୋଟିପତି ଥିବାବେଳେ ୪୩ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନେ କରିଥିବା ସତ୍ୟପାଠରେ...

କୋଭିଡ୍‌ ଡେଡ୍‌ଲାଇନ ମାର୍ଚ୍ଚ ୧୧

ନୂଆଦିଲ୍ଲୀ, ୨୦ା୧: ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍‌ନା କରୁଥିବାବେଳେ ଦୈନିକ ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗିରହିଛି। ଦିଲ୍ଲୀ, ମୁମ୍ବାଇ ଭଳି ସହରରେ କରୋନା...

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ...

ପୁରୋହିତଙ୍କୁ କ’ଣ ଦକ୍ଷିଣା ଦେଲେ ମୋଦି: ଜାଣନ୍ତୁ…

ଅଯୋଧ୍ୟା, ୫।୮: ୫ ଅଗଷ୍ଟ ୨୦୨୦ରେ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମଭୂମିରେ ଏକ ନୂଆ ଇତିହାସ ଲେଖା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର...

ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ: ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ରବିବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିୟମିତ ଚେକଅପ୍‌ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ସ୍ତ୍ରୀ ତଥା...

ଏୟାର ଇଣ୍ଡିଆର ଫଗ୍‌ କେୟାର ସର୍ଭିସ୍‌ ଆରମ୍ଭ…

ନୂଆଦିଲ୍ଲୀ,୨୫।୧୨ : କୁହୁଡ଼ି ପ୍ରଭାବିତ ବିମାନର ଯାତ୍ରୀମାନଙ୍କ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଫଗ କେୟାର ସର୍ଭିସ୍‌ ଆରମ୍ଭ କରାଯାଇଛି। ଏୟାର ଇଣ୍ଡିଆ କହିଛି ଯେ...

ୟୁକ୍ରେନ୍‌ର ଭାରତୀୟ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର ହେବ…

ନୂଆଦିଲ୍ଲୀ, ୧୩।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୮ ଦିନ ବିତିଗଲାଣି। ତେବେ ସ୍ଥିତିରେ ଉନ୍ନତି ପରିବର୍ତ୍ତେ ଏହା ଅଧିକ ସଙ୍କଟ...

ଦୁର୍ନୀତି ମାମଲାରେ ଭାଜପା ବିଧାୟକ ଦୋଷୀ ସାବ୍ୟସ୍ତ: ବର୍ଷେ ଜେଲ୍‌

ଅଜଓ୍ବଲ,୨୬।୭: ମିଜୋରାମରେ ଭାଜପା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟର ଏକମାତ୍ର ଭାଜପା ବିଧାୟକ ବୁଦ୍ଧ ଧନ ଚକମାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର...

Advertisement
Archives

Model This Week