Posted inଜାତୀୟ

ଉଦ୍ଧବ ସରକାର ପୂରଣ କଲା ଦୁଇ ବର୍ଷ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ରର ମହାବିକାଶ ଅଘାଡି ମେଣ୍ଟ ସରକାର ୨ବର୍ଷ ପୂରଣ କରିଛି । ଏହି ଅବସରରେ ମେଣ୍ଟରେ ସାମିଲ ଥିବା ଶିବସେନା, ଏନ୍‌ସିପି ଓ କଂଗ୍ରେସରେ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଅନ୍ୟପଟେ ବିରୋଧୀ ଭାରତୀୟ ଜନତାପାର୍ଟି(ଭାଜପା)ର କର୍ମୀମାନେ ସରକାରଙ୍କୁ ବିରୋଧ କରିବାକୁ ସଜବାଜ ହୋଇ ସାରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ରେ ମହାରାଷ୍ଟ୍ରରେ ହୋଇଥିବା ବିଧାନସଭା ନିର୍ବାଚନରେ ଭାଜପା ସର୍ବାଧିକ ୧୦୫ ଆସନରେ ବିଜୟ ଲାଭ କରିଥିଲା । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ଓ ଶିବସେନା ମେଣ୍ଟରେ ସରକାର ଗଢିବା ନିଶ୍ଚିତ ହୋଇ ଯାଇଥିଲା । ହେଲେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଉଭୟ ଦଳ ମଧ୍ୟରେ କନ୍ଦଳ ସୃଷ୍ଟି ହେବାରୁ ମେଣ୍ଟ ଭାଙ୍ଗି ଯାଇଥିଲା । ଶେଷରେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ମହାରାଷ୍ଟରେ ସରକାର ଗଠନ କରିଛି । ସେତେବେଳେ ରାଜନୀତିର ଏକ୍ସପର୍ଟମାନେ କହୁଥିଲେ କି ମହାବିକାଶ ଅଘାଡି ସରକାର ବେଶିଦିନ ତିଷ୍ଠିବ ନାହିଁ । ହେଲେ ଏବେ ଏହି ସରକାର ୨ ବର୍ଷ ପୁରଣ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ରୁଗଡ଼ର ସିଆରପିଏଫ୍‌ କ୍ୟାମ୍ପରେ ପଶିଲା ବନ୍ୟା ପାଣି

ଦିବ୍ରୁଗଡ଼,୨।୭: ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଗତ କିଛି ଦିନରୁ ପ୍ରବଳ ବର୍ଷା ଯୋଗୁ ଅନେକ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୬ଟି ଜିଲାରେ...

ବିହାର ନିର୍ବାଚନବେଳେ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟନା, ୧୭।୧୦: ବିହାର ନିର୍ବାଚନରେ ପ୍ରଚାର କରି ଫେରୁଥିବାବେଳେ ଭାଜପାର ଏକ ହେଲିକପ୍ଟର ପାଟନା ବିମାନ ବନ୍ଦରରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ହେଲିକପ୍ଟରର...

ସରପଞ୍ଚ ହେବା ପାଇଁ ଡାକ୍ତରୀ ପାଠ ଛାଡ଼ିଲେ

ପୁଣେ, ୨୨।୧୨ : ଜର୍ଜିଆରେ ଡାକ୍ତରୀ ପାଠ ପଢ଼ୁଥିବା ଯଶୋଧରା ଶିନ୍ଦେ (୨୧) ଗାଁରେ ସରପଞ୍ଚ ନିର୍ବାଚନ ଲଢ଼ିବା ପାଇଁ ଅଧାରୁ ପାଠପଢ଼ା ଛାଡ଼ି ଚାଲିଆସିଛନ୍ତି।...

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ...

ଜେଜେମା’, ପିତାଙ୍କ ହତ୍ୟାକୁ ନେଇ ମୁଁ ଗର୍ବ କରେ: ରାହୁଲ

ନୂଆଦିଲ୍ଲୀ,୧୩ ।୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ଜେଜେମା’ ଓ ପିତାଙ୍କ ହତ୍ୟାକୁ ନେଇ ଗର୍ବ କରନ୍ତି ।...

ଦାଉଦ୍‌ଙ୍କ ସହଯୋଗୀ ମଜିଦ୍‌ ଗିରଫ: ୨୪ ବର୍ଷ ଧରି ଥିଲେ ଫେରାର

ରାଞ୍ଚି,୨୭।୧୨: ଗୁଜରାଟର ଆତଙ୍କବାଦ ନିରୋଧି ସ୍କ୍ବାଡ୍‌(ଏଟିଏସ୍‌)ଙ୍କୁ ବଡ଼ ସଫଳତା ମିଳିଛି। ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଅବ୍ଦୁଲ୍‌ ମଜିଦ୍‌ କୁଟ୍ଟିଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବାରେ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୪।୩: ପାକିସ୍ତାନ ନିଜ କାର୍ଯ୍ୟରୁ ବାଦ୍‌ ପଡ଼ୁନି। ଲଗାତର ଭାରତ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି।...

ଟିକା ନ ନେଲେ ଦରମା ବନ୍ଦ…

ପାଟନା,୨୪।୫: ବିହାରର ସାରନରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସାରନ ଜିଲାପାଳ ଏକ ଅଜବ...

Advertisement
Archives

Model This Week