Posted inଜାତୀୟ

କେନ୍ଦ୍ରମନ୍ତ୍ରୀଙ୍କୁ ଭବିଷ୍ୟତର ବନ୍ଧୁ କହିଲେ ଉଦ୍ଧବ

ମୁମ୍ବାଇ,୧୮।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଶୁକ୍ରବାର ଏକ ସଭାରେ ମରାଠଓ୍ବାଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ତଥା କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ଦାନ୍‌ଭେଙ୍କୁ ଭବିଷ୍ୟତର ବନ୍ଧୁ କହି ରାଜନୈତିକ ବଜାରରେ ହଟଚମଟ ସୃଷ୍ଟି କରିଛନ୍ତି। ଔରଙ୍ଗବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ କହିଥିଲେ, ମୋ ପୂର୍ବତନ ବନ୍ଧୁ ଦାନ୍‌ଭେ ଏଠାରେ ଉପସ୍ଥିତ ଅଛନ୍ତି। ଆମେ ଯଦି ପୁଣି ଏକାଠି ଆସିବୁ ତେବେ ସେ ମୋର ଭବିଷ୍ୟତର ବନ୍ଧୁ। ଜଲାନା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଦାନ୍‌ଭେଙ୍କ ପ୍ରତି ଉଦ୍ଧବଙ୍କ ଏପରି ସମ୍ବୋଧନକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଭବିଷ୍ୟତରେ ଶିବସେନା ଓ ଭାଜପା ମଧ୍ୟରେ ପୁଣି ମେଣ୍ଟ ହୋଇପାରେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି। ପ୍ରକାଶ ଯେ, ପୂର୍ବରୁ ଶିବସେନା ଓ ଭାଜପା ମହାରାଷ୍ଟ୍ରରେ ଏକାଠି ହୋଇ ସରକାର ଗଢ଼ିଥିଲେ। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ମଧ୍ୟ ଶିବସେନା ଏକ ସହଯୋଗୀ ଦଳ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫,୧୦୦ କର୍ମଚାରୀ ନିଯୁକ୍ତ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୫ା୨: ଏୟାରବସ୍‌ ଏବଂ ବୋଇଂ କମ୍ପାନୀଠାରୁ ୪୭୦ଟି ବିମାନ କିଣିବା ପାଇଁ ଏୟାର ଇଣ୍ଡିଆ ୮୦ ବିଲିୟନ ଡଲାର ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିବା ପରେ...

ଝାଡ଼ଖଣ୍ଡ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ

ରାଞ୍ଚତ୍,୨୯।୧୧: ପ୍ରଥମ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ପାଲାମୌ, ଗୁମ୍‌ଲା, ଗରଓ୍ବା ଏବଂ ଲାଟେହାର...

ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୩୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା, ସମସ୍ତ ବର୍ଗକୁ ଖୁସି କରିବାକୁ ପ୍ରୟାସ

ଚଣ୍ଡିଗଡ଼,୨୧ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ । ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତ୍ରୁଟି: ଛୁରି ଧରି ମଞ୍ଚ ଉପରକୁ ଚଢିଲେ ଯୁବକ

ଡେରାଡୁନ୍‌,୭।୧: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଉଧମ ସିଂ...

ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିବା ଘଟଣା: ୫ ମହିଳା ଗିରଫ

ଥିରୁଭାନନ୍ତପୁରମ୍‌,୨୦ା୭: କେରଳର କୋଲାମ ଜିଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ ମେଡିକାଲ ଏଣ୍ଟ୍ରାନ୍ସ ଟେଷ୍ଟ ଏନ୍‌ଇଇଟି ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ସେଠାରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲି...

ଗର୍ଭବତୀ ଗାଈର ଜୀବନ ନେଲା ପ୍ଲାଷ୍ଟିକ

ଫରିଦାବାଦ୍‌,୪।୩ : ହରିୟାଣାର ପରିଦାବାଦରେ ପ୍ରାଣି ଚିକିତ୍ସକଙ୍କ ଏକ ଦଳ ଗର୍ଭବତୀ ଗାଈ ପେଟରୁ ୭୧ କିଲୋଗ୍ରାମ ଆବର୍ଜନା ବାହାର କରିଛି। ଗାଈ ପେଟରେ ପ୍ଲାଷ୍ଟିକ,...

ସଂଧ୍ୟା ବେଳେ ଚାଲୁ ନ ଥିଲା ଗୁଗଲର କୌଣସି ଆପ୍‌, ଜାଣନ୍ତୁ ତା’ର କାରଣ

ୟୁଟ୍ୟୁବ, ଜି-ମେଲ ସମେତ ଗୁଗୁଲର ଅନ୍ୟ କୌଣସି ଆପ ସୋମବାର ସଂଧ୍ୟା ୫ଟା ପରେ କାମ କରୁ ନ ଥିଲା। ଏ ନେଇ ସୋସିଆଲ ମିଡିଆରେ...

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଅସୁସ୍ଥ

ଚଣ୍ଡିଗଡ଼,୪ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂ ବାଦଲ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ...

Advertisement
Archives

Model This Week