ଉଦୟ ବିହାର, ନୁହେଁ କାହାର

ପାରାଦୀପ,୧୯ା୧୦(ଶରତ ରାଉତ)ପାରାଦୀପର ପ୍ରବେଶପଥ ଦୋଛକି ପାଖରେ ରହିଛି ଉଦୟବିହାର କଲୋନି। ୫୩ ନଂ. ଜାତୀୟ ରାଜପଥ ପାଖରେ ଏହି କଲୋନି ୨୦ବର୍ଷ ହେଲା ହେଲାଣି। ଭୌଗୋଳିକ ଅବସ୍ଥିତି ପାରାଦୀପ ପୌରପାଳିକା ମଧ୍ୟରେ ରହିଛି। କିନ୍ତୁ ସରକାରୀ ନଥିପତ୍ରରେ ତାହା ନୂଆଗଡ ପଞ୍ଚାୟତ ଅଧୀନରେ ଯାଉଛି। ସେଠାରେ ବସବାସ କରୁଥିବା ପ୍ରାୟ ୨ ହଜାରରୁ ଅଧିକ ଲୋକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପାରାଦୀପ ପୌରପାଳିକା ମଧ୍ୟରେ ଭୋଟର ତାଲିକା ମଧ୍ୟରେ ଅଛନ୍ତି। ଆଉ ଅର୍ଦ୍ଧେକ ପଞ୍ଚାୟତ ଭୋଟର ତାଲିକାରେ ରହିଛନ୍ତି। ଉକ୍ତ କଲୋନିରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସ୍ବଚ୍ଛଳ ବର୍ଗରେ ଯାଉଛନ୍ତି। କାରଣ ପାରାଦୀପ ବନ୍ଦର ଚାକିରିରୁ ଅବସର ନେଇଥିବା ଅଧିକାଂଶ ଲୋକ ସେଠାରେ ଜାଗା କିଣି ଘରବାଡି କରି ରହୁଛନ୍ତି। କିନ୍ତୁ ସେଠାକାର ମୌଳିକ ସମସ୍ୟା ରାସ୍ତା, ପାନୀୟଜଳ ଯୋଗାଣ, ସରକାରୀ ଯୋଜନା, ସ୍କୁଲ ଆଦି ବ୍ୟବସ୍ଥା ଏ ପର୍ଯ୍ୟନ୍ତ ହୋଇନାହିଁ। ଯେଉଁଥିପାଇଁ ଉଦୟବିହାର ଉନ୍ନୟନ କମିଟି ୪ ବର୍ଷ ହେଲା ଦ୍ୱେତ ପ୍ରଶାସନ (କୁଜଙ୍ଗ ବ୍ଲକ ଓ ପାରାଦୀପ ପୌରପାଳିକା) ପାଖରେ ଦାବି କରୁଛନ୍ତି। କିନ୍ତୁ ତାଙ୍କର ରାସ୍ତା ନିର୍ମାଣ କାମ ହେଉନାହିଁ। ଏମିତି ଅନେକ ଅଭିଯୋଗ କରିବା ପରେ ଶେଷରେ ୫-ଟି ସଚିବଙ୍କ ଜୁନ୍‌ ୨୯ରେ ଜଣାଇଥିଲେ। ସଚିବ ମଧ୍ୟ ତତ୍କାଳ ପଦକ୍ଷେପ ନେବା ପାଇଁ ଜଗତ୍‌ସିଂହପୁର ଜିଲା ପ୍ରଶାସନକୁ ଲେଖିଥିଲେ। ଜିଲା ପ୍ରଶାସନ ପକ୍ଷରୁ ଗତ ୨୩ା୮ା୨୦୨୩ରେ ଅତିରିକ୍ତ ଜିଲାପାଳ ଲଗ୍ନଜିତ ରାଉତଙ୍କୁ ଉଦୟବିହାର କମିଟି ସମ୍ପାଦକ ଶିବ ବିଶ୍ୱାଳ, ନବଘନ ପରିଡା, ଟୁନିଲତା ବଳ, ଧରଣୀଧର ମହାପାତ୍ର, ବୁବୁନା ତାରଣିଆ, କାହ୍ନୁ ମଲ୍ଲିକ ପ୍ରମୁଖ ଲିଖିତ ଭାବେ (ଚିଠି ନଂ. ୬୭୬)ଜଣାଇ ଥିଲେ। ଏହାର ଉତ୍ତରରେ ଉଦୟବିହାର କଲୋନିର ରାସ୍ତା ଓ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ପୌରପାଳିକା କରି ପାରିବ ନାହିଁ। କାରଣ ଏହା ପୌରପାଳିକା ସୀମା ବହିର୍ଭୁକ୍ତ । ଏପରି ଚିଠି ପାଇବା ପରେ କଲୋନି କମିଟି ବୁଧବାର ଜଗତ୍‌ସିଂହପୁର ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛି। ସେଥିରେ ଦର୍ଶାଯାଇଛି, ୨ ବର୍ଷ ହେଲା ଅନେକ ଥର ଆମ ଅଭିଯୋଗ ଦେବାପରେ ମଧ୍ୟ କୌଣସି ସମାଧାନ ହେଉନାହିଁ। ତେଣୁ ଆସନ୍ତା ୧୫ଦିନ ପରେ କୁଜଙ୍ଗ ବିଡିଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଲିଖିତ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ଓ ଶିଳ୍ପ ସଂସ୍ଥା ବୃଦ୍ଧି ହେବା ପରେ ପୌରପାଳିକା ସୀମା ନିର୍ଦ୍ଧାରଣ ଓ ସମ୍ପ୍ରସାରଣ ପାଇଁ ସରକାରୀ ଭାବେ ୨୦୧୪ରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପରିକି ୨୦୧୮ରେ ପୌରପାଳିକା ମଧ୍ୟରେ ଇଫ୍‌କୋ, ଏଏମ୍‌ଏନ୍‌ଏସ୍‌, ତୈଳ ବିଶୋଧନାଗାର, ଉଦୟବିହାର କଲୋନି, ମୂଷାଡିଆ, ବିଜୟଚାନ୍ଦପୁର,ଚନକଣ, ଉଦୟବଟ ଧାମ ମିଶ୍ରଣ ପାଇଁ ତତ୍କାଳୀନ ଜିଲାପାଳ ଯାମିନୀ ଷଡ଼ଙ୍ଗୀ ଉଦ୍ୟମ କରିଥିଲେ। ସେତେବେଳେ ନୂଆଗଡ ପଞ୍ଚାୟତର କେତେଜଣ ଲୋକ ବିରୋଧ କରି ହାଇକୋର୍ଟରେ ଅଭିଯୋଗ କରିବା ପରେ ତାହା ବନ୍ଦ ରହିଛି। ସେବେଠାରୁ ପୌରପାଳିକା ସମ୍ପ୍ରସାରଣ ପ୍ରସଙ୍ଗ ଆଉ ଆସିନାହିଁ। ରାଜନୈତିକ ହସ୍ତକ୍ଷେପ ମଧ୍ୟ କେତେକାଂଶରେ ରହିଥିବା ଜଣାଯାଏ। ପାରାଦୀପରୁ ଭିତରଗଡ ପର୍ଯ୍ୟନ୍ତ ପୌରପାଳିକା ସୀମା ରହିଛି। ପିପିଏଲ ଛକ ପରେ ଉଦୟବିହାର ତା’ ପରେ ଭିତରଗଡ। କିନ୍ତୁ ଉଦୟବିହାର ନୂଆଗଡ଼ ପଞ୍ଚାୟତ ଅଧୀନରେ ରହିଛି। ସେହିପରି ପାରାଦୀପଗଡ଼ ପଞ୍ଚାୟତ ଅଧୀନର ରହିଛି ଚନକଣ ଗ୍ରାମ। ଯାହା ପାରାଦୀପର ଷଣ୍ଢକୁଦ ବସ୍ତି ପାଖରେ। ସେହି ଚନକଣ ଗଡ଼ ପଞ୍ଚାୟତର ୨୫ ନଂ. ୱାର୍ଡ ରହିଛି। ଚନକଣ ଲୋକେ ସେମାନଙ୍କ ମୌଳିକ ସୁବିଧା ପାଇଁ ପାରାଦୀପ ସହର ଅତିକ୍ରମ କରି ଗଡ ପର୍ଯ୍ୟନ୍ତ ଯାଇଥାନ୍ତି। ଯାହାର ଦୂରତା ପ୍ରାୟ ୨୦ କିମି। ସେହିପରି ବିଜୟଚାନ୍ଦପୁର ବସ୍ତି ଅଠରବାଙ୍କି ଲକପଡା ପାଖରେ। ପାରାଦୀପ ପୌରପାଳିକା ୨ ନଂ. ୱାର୍ଡ ସୀମା ମଧ୍ୟରେ ରହିଛି। କିନ୍ତୁ ସେହି ବସ୍ତି ନୂଆଗଡ ପଞ୍ଚାୟତ ଅଧୀନରେ ରହିଛି। ଏମିତି ଅନେକ ତାରତମ୍ୟ ବସ୍ତି କଲୋନିରେ ରହିଛି। ଯେଉଁଥିପାଇଁ କେତେଜଣ ଲୋକ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଥିବା ବେଳେ ଆଉ ଅନ୍ୟ ଲୋକ ଦ୍ୱେତ ଶାସନର ଫାଇଦା ନେଉଛନ୍ତି। ଯଥା ରାଶନକାର୍ଡ ୨ ଜାଗାରେ ଦର୍ଶାଇ ସୁବିଧା ନେଉଛନ୍ତି। ଦୁଇ ସ୍ଥାନରେ ଅଲଗା ଅଲଗା ସମୟରେ ଭୋଟ ଦେଉଛନ୍ତି। ଏହାର ସୀମା ନିର୍ଦ୍ଧାରଣ ସମସ୍ୟା ସମାଧାନ ପାଇଁ ଉଦୟବିହାର କଲୋନି ବାସିନ୍ଦା ପ୍ରୟାସ ଜାରି ରଖିଛନ୍ତି। ନୂଆଗଡ ସରପଞ୍ଚ ଦେବେନ୍ଦ୍ର ରାଉତଙ୍କୁ ପଚାରିବାରେ ଉକ୍ତ କଲୋନି ରାସ୍ତା ଓ ଡ୍ରେନ ପାଇଁ ଆମେ ମଧ୍ୟ ଅନେକ ଥର ପ୍ରସ୍ତାବ ଦେଲୁଣି। କିନ୍ତୁ ପଞ୍ଚାୟତ ପାଇଁ ଆସୁଥିବା ବଜେଟ ମଧ୍ୟରେ ତାହା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି। ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ଯେହେତୁ ଆମ ସୀମା ମଧ୍ୟରେ ତାହା ଯାଉନି ସେଠାରେ କିଛି କରି ପାରୁନାହିଁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?