ୟୁସି ଦେଉନାହାନ୍ତି ବିଭାଗ

ଭୁବନେଶ୍ୱର,୧ା୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯେଉଁ ଅର୍ଥ ପାଉଛନ୍ତି, ତାକୁ ଠିକ୍‌ ସମୟରେ ଖର୍ଚ୍ଚ କରି ପାରୁନାହାନ୍ତି। ବିଭାଗଗୁଡ଼ିକ ବଜେଟରେ ଅଧିକ ଅର୍ଥ ଦାବି କରୁଥିବାବେଳେ ମିଳୁଥିବା ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହୁଛି। ଏହାକୁ ନେଇ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦-୨୧ରେ ରାଜ୍ୟ ସରକାରଙ୍କ ୪୨ଟି ବିଭାଗରେ ବର୍ଷ ଶେଷ ସୁଦ୍ଧା ୯,୭୧୯ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିଲା। କେବଳ ସେତିକି ନୁହେଁ, ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ବିଭାଗଗୁଡ଼ିକ ବିନିଯୋଗ ପ୍ରମାଣ ପତ୍ର (ୟୁସି) ଦେବାରେ ମଧ୍ୟ ବିଫଳ ହୋଇଛନ୍ତି। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରଛନ୍ତି ଯେ ସରକାରଙ୍କ ବିଭାଗୁଡ଼ିକ ୨୭,୪୨୩.୦୩ କୋଟି ଟଙ୍କାର ୟୁସି ଦେଇନାହାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୨୫,୯୩୦.୯୭ କୋଟି ଟଙ୍କାରୁ ବିଭାଗଗୁଡ଼ିକ ମାତ୍ର ୭,୮୨୬.୮୨ କୋଟି ଟଙ୍କାର ୟୁସି ଦେବାରେ ସମର୍ଥ ହୋଇଛନ୍ତି। ରାଜ୍ୟ ସରକାର ଯେଉଁ ସଂସ୍ଥାଗୁଡିକରେ ପୁଞ୍ଜିିନିବେଶ କରିଥିଲେ ସେଥିରେ ମଧ୍ୟ ରାଜକୋଷକୁ କ୍ଷତି ସହିବାକୁ ପଡ଼ିଛି। ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୧୪୯ଟି ସଂସ୍ଥାରେ ୭,୨୮୮.୨୯ କୋଟି ଟଙ୍କା ବିନିଯୋଗ କରିଛନ୍ତି। ସେଥିରୁ ୭୨ଟି ସଂସ୍ଥା ୬ରୁ ୫୦ ବର୍ଷ ଧରି ଅଚଳ ହୋଇରହିଛି। ଏଥିପାଇଁ ସରକାର ବିନିଯୋଗ କରିଥିବା ୬୮.୫୨ କୋଟି ଟଙ୍କା ଆଦାୟ ହୋଇ ପାରିନାହିଁ। ଏଥିସହିତ ରାଜ୍ୟ ସରକାର ବିଭିନ୍ନ ସରକାରୀ ନିଗମ, ପୌର ସଂସ୍ଥା, ବେସରକାରୀ ସଂସ୍ଥାକୁ ୮୬୨୪ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ କେନ୍ଦ୍ରରୁ ୩୧,୭୬୮ କୋଟି ଟଙ୍କା ପାଇବାକୁ ଥିବାବେଳେ ମାତ୍ର ୩୭ ପ୍ରତିଶତ ଅର୍ଥାତ ୧୧,୮୨୦ କୋଟି ଟଙ୍କା। ସେହିପରି ରାଜ୍ୟ ସରକାରଙ୍କ ଉପରେ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୭୨,୪୮୫.୦୬ କୋଟି ଟଙ୍କା ରହିଥିଲା। ସେଥିରୁ ରାଜ୍ୟ ସରକାର ନିଜେ ବିଭିନ୍ନ ସୂତ୍ରରୁ ୫୩,୯୭୭.୨୪ କୋଟି ଟଙ୍କା ଏବଂ କେନ୍ଦ୍ରଠାରୁ ୧୮୫୦୭.୮୨ କୋଟି ଟଙ୍କା ଋଣ କରିଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?