ୟୁସି ଦେଉନାହାନ୍ତି ବିଭାଗ

ଭୁବନେଶ୍ୱର,୧ା୪(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯେଉଁ ଅର୍ଥ ପାଉଛନ୍ତି, ତାକୁ ଠିକ୍‌ ସମୟରେ ଖର୍ଚ୍ଚ କରି ପାରୁନାହାନ୍ତି। ବିଭାଗଗୁଡ଼ିକ ବଜେଟରେ ଅଧିକ ଅର୍ଥ ଦାବି କରୁଥିବାବେଳେ ମିଳୁଥିବା ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହୁଛି। ଏହାକୁ ନେଇ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ୨୦୨୧-୨୨ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ୨୦୨୦-୨୧ରେ ରାଜ୍ୟ ସରକାରଙ୍କ ୪୨ଟି ବିଭାଗରେ ବର୍ଷ ଶେଷ ସୁଦ୍ଧା ୯,୭୧୯ କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଥିଲା। କେବଳ ସେତିକି ନୁହେଁ, ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ବିଭାଗଗୁଡ଼ିକ ବିନିଯୋଗ ପ୍ରମାଣ ପତ୍ର (ୟୁସି) ଦେବାରେ ମଧ୍ୟ ବିଫଳ ହୋଇଛନ୍ତି। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରଛନ୍ତି ଯେ ସରକାରଙ୍କ ବିଭାଗୁଡ଼ିକ ୨୭,୪୨୩.୦୩ କୋଟି ଟଙ୍କାର ୟୁସି ଦେଇନାହାନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୨୫,୯୩୦.୯୭ କୋଟି ଟଙ୍କାରୁ ବିଭାଗଗୁଡ଼ିକ ମାତ୍ର ୭,୮୨୬.୮୨ କୋଟି ଟଙ୍କାର ୟୁସି ଦେବାରେ ସମର୍ଥ ହୋଇଛନ୍ତି। ରାଜ୍ୟ ସରକାର ଯେଉଁ ସଂସ୍ଥାଗୁଡିକରେ ପୁଞ୍ଜିିନିବେଶ କରିଥିଲେ ସେଥିରେ ମଧ୍ୟ ରାଜକୋଷକୁ କ୍ଷତି ସହିବାକୁ ପଡ଼ିଛି। ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୧୪୯ଟି ସଂସ୍ଥାରେ ୭,୨୮୮.୨୯ କୋଟି ଟଙ୍କା ବିନିଯୋଗ କରିଛନ୍ତି। ସେଥିରୁ ୭୨ଟି ସଂସ୍ଥା ୬ରୁ ୫୦ ବର୍ଷ ଧରି ଅଚଳ ହୋଇରହିଛି। ଏଥିପାଇଁ ସରକାର ବିନିଯୋଗ କରିଥିବା ୬୮.୫୨ କୋଟି ଟଙ୍କା ଆଦାୟ ହୋଇ ପାରିନାହିଁ। ଏଥିସହିତ ରାଜ୍ୟ ସରକାର ବିଭିନ୍ନ ସରକାରୀ ନିଗମ, ପୌର ସଂସ୍ଥା, ବେସରକାରୀ ସଂସ୍ଥାକୁ ୮୬୨୪ କୋଟି ଟଙ୍କା ଋଣ ଆକାରରେ ପ୍ରଦାନ କରିଛନ୍ତି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ପାଇବାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବାବଦରେ କେନ୍ଦ୍ରରୁ ୩୧,୭୬୮ କୋଟି ଟଙ୍କା ପାଇବାକୁ ଥିବାବେଳେ ମାତ୍ର ୩୭ ପ୍ରତିଶତ ଅର୍ଥାତ ୧୧,୮୨୦ କୋଟି ଟଙ୍କା। ସେହିପରି ରାଜ୍ୟ ସରକାରଙ୍କ ଉପରେ ୨୦୨୨ ଡିସେମ୍ବର ୩୧ ସୁଦ୍ଧା ୭୨,୪୮୫.୦୬ କୋଟି ଟଙ୍କା ରହିଥିଲା। ସେଥିରୁ ରାଜ୍ୟ ସରକାର ନିଜେ ବିଭିନ୍ନ ସୂତ୍ରରୁ ୫୩,୯୭୭.୨୪ କୋଟି ଟଙ୍କା ଏବଂ କେନ୍ଦ୍ରଠାରୁ ୧୮୫୦୭.୮୨ କୋଟି ଟଙ୍କା ଋଣ କରିଥିଲେ ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri