Posted inଫୁରସତ

ବିମାନବନ୍ଦରରେ ମାତ୍ର ୩ ମିନିଟ ଲାଗି ରହିଥିଲେ Uber ଡ୍ରାଇଭର, କଟିଲା ୩ ଲକ୍ଷର ଚାଲାଣ; ପୂରା ଘଟଣା ଜାଣିଲେ…

ଆଜିକାଲିର ସମୟରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଉଥିବା ବେଳେ ପାର୍କିଂ ଏକ ବଡ଼ ସମସ୍ୟା ପାଲଟିଛି। ଏମିତିରେ ଅନେକେ ତରବର ହେଉଥିଲେ ‘ନୋ ପାର୍କିଂ’ ସ୍ଥାନରେ ଗାଡ଼ି ରଖିଦେଇଥାନ୍ତି। ଫଳରେ ମୋଟା ଅଙ୍କର ଚାଲାଣ ଦେବାକୁ ପଡ଼ିଥାଏ। ଠିକ୍‌ ଏଭଳି ଏକ ମାମଲା ଚର୍ଚ୍ଚାରେ ରହିଛି। ଏଥିରେ ଜଣେ ଉବର ଡ୍ରାଇଭର ବିମାନବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇ ୩ ହଜାର ପାଉଣ୍ଡ(୩ ଲକ୍ଷ)ରୁ ଅଧିକ ଚାଲାଣ ପୈଠ କରିଛନ୍ତି।

ମାମଲା ଇଂଲଣ୍ଡର ମାଞ୍ଚେଷ୍ଟରର। ମାର୍କ କୋନର ନାମକ ଉବର ଡ୍ରାଇଭର ଡିସେମ୍ବର ୧ରେ କିଛି ଯାତ୍ରୀଙ୍କୁ ଲିଭରପୁଲରୁ ମାଞ୍ଚେଷ୍ଟର ବିମାନବନ୍ଦର ଯାଏ ନେଇଥିଲେ। ସେଠାରେ ସେ ଡ୍ରପ୍‌ ଅଫ୍‌ ଜୋନରେ ଗାଡ଼ି ପାର୍କ କରିଦେଇଥିଲେ। ସାଧାରଣତଃ ଏଠାରେ ୫ ମିନିଟ ଯାଏ ରହିଲେ ଚାଳକଙ୍କୁ ୫ ପାଉଣ୍ଡ ଶୁଳ୍କ ଆଦାୟ କରାଯାଏ। ହେଲେ ଉକ୍ତ ବ୍ୟକ୍ତିଙ୍କଠାରୁ ଏତେ ଟଙ୍କା ନେଇଯାଇଥିଲେ ଯାହା ସେ ମାସକରେ ବି ସେ ରୋଜଗାର କରୁ ନ ଥିଲେ।

ରିପୋର୍ଟ ମୁତାବକ, ମାର୍କଙ୍କୁ ପ୍ରଥମେ ଏତେ ଟଙ୍କାର ଚାଲାଣ କଟିଛି ବୋଲି ଜଣାପଡ଼ି ନ ଥିଲା। ପରେ ସେ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସମୟରେ ବିମାନବନ୍ଦରରେ ୩ ମିନିଟ ରହିବାକୁ ତାଙ୍କଠାରୁ ୩,୧୩୨ ପାଉଣ୍ଡ ଅର୍ଥାତ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ଏହାର ଅର୍ଥ ମାର୍କ ଯେଉଁଠି ଅଟକିଥିଲେ ତାହା ଦୁନିଆର ସବୁଠାରୁ ମହଙ୍ଗା ପାର୍କିଂ ସ୍ଥାନ ଥିଲା। ସେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ହେଁ ଏଯାବତ ତାଙ୍କର ଟଙ୍କା ଫେରସ୍ତ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?