Odisha Elections 2024
Posted inଫୁରସତ

ବିମାନବନ୍ଦରରେ ମାତ୍ର ୩ ମିନିଟ ଲାଗି ରହିଥିଲେ Uber ଡ୍ରାଇଭର, କଟିଲା ୩ ଲକ୍ଷର ଚାଲାଣ; ପୂରା ଘଟଣା ଜାଣିଲେ…

ଆଜିକାଲିର ସମୟରେ ଗାଡ଼ିମୋଟର ଚଳାଚଳ ବୃଦ୍ଧି ପାଉଥିବା ବେଳେ ପାର୍କିଂ ଏକ ବଡ଼ ସମସ୍ୟା ପାଲଟିଛି। ଏମିତିରେ ଅନେକେ ତରବର ହେଉଥିଲେ ‘ନୋ ପାର୍କିଂ’ ସ୍ଥାନରେ ଗାଡ଼ି ରଖିଦେଇଥାନ୍ତି। ଫଳରେ ମୋଟା ଅଙ୍କର ଚାଲାଣ ଦେବାକୁ ପଡ଼ିଥାଏ। ଠିକ୍‌ ଏଭଳି ଏକ ମାମଲା ଚର୍ଚ୍ଚାରେ ରହିଛି। ଏଥିରେ ଜଣେ ଉବର ଡ୍ରାଇଭର ବିମାନବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇ ୩ ହଜାର ପାଉଣ୍ଡ(୩ ଲକ୍ଷ)ରୁ ଅଧିକ ଚାଲାଣ ପୈଠ କରିଛନ୍ତି।

ମାମଲା ଇଂଲଣ୍ଡର ମାଞ୍ଚେଷ୍ଟରର। ମାର୍କ କୋନର ନାମକ ଉବର ଡ୍ରାଇଭର ଡିସେମ୍ବର ୧ରେ କିଛି ଯାତ୍ରୀଙ୍କୁ ଲିଭରପୁଲରୁ ମାଞ୍ଚେଷ୍ଟର ବିମାନବନ୍ଦର ଯାଏ ନେଇଥିଲେ। ସେଠାରେ ସେ ଡ୍ରପ୍‌ ଅଫ୍‌ ଜୋନରେ ଗାଡ଼ି ପାର୍କ କରିଦେଇଥିଲେ। ସାଧାରଣତଃ ଏଠାରେ ୫ ମିନିଟ ଯାଏ ରହିଲେ ଚାଳକଙ୍କୁ ୫ ପାଉଣ୍ଡ ଶୁଳ୍କ ଆଦାୟ କରାଯାଏ। ହେଲେ ଉକ୍ତ ବ୍ୟକ୍ତିଙ୍କଠାରୁ ଏତେ ଟଙ୍କା ନେଇଯାଇଥିଲେ ଯାହା ସେ ମାସକରେ ବି ସେ ରୋଜଗାର କରୁ ନ ଥିଲେ।

ରିପୋର୍ଟ ମୁତାବକ, ମାର୍କଙ୍କୁ ପ୍ରଥମେ ଏତେ ଟଙ୍କାର ଚାଲାଣ କଟିଛି ବୋଲି ଜଣାପଡ଼ି ନ ଥିଲା। ପରେ ସେ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସମୟରେ ବିମାନବନ୍ଦରରେ ୩ ମିନିଟ ରହିବାକୁ ତାଙ୍କଠାରୁ ୩,୧୩୨ ପାଉଣ୍ଡ ଅର୍ଥାତ ପ୍ରାୟ ୩ ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ଏହାର ଅର୍ଥ ମାର୍କ ଯେଉଁଠି ଅଟକିଥିଲେ ତାହା ଦୁନିଆର ସବୁଠାରୁ ମହଙ୍ଗା ପାର୍କିଂ ସ୍ଥାନ ଥିଲା। ସେ ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ ହେଁ ଏଯାବତ ତାଙ୍କର ଟଙ୍କା ଫେରସ୍ତ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri