ରାୟଗଡ଼ା ଅଫିସ,୧୯ା୮: କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ରାୟଗଡ଼ା ଜିଲା ଟିକିରି ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ (ୟୁଏଆଇଏଲ୍)ପକ୍ଷରୁ ସିଏସ୍ଆର୍ କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକାରୀ ହୋଇଛି ଓ୍ବାଡି ପ୍ରକଳ୍ପ। ୨୦୧୮ରୁ ନାବାର୍ଡ ସହଭାଗିତାରେ କାଶୀପୁର ବ୍ଲକର ୧୭ଟି ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଇଛି। ଉତ୍କଳ ଆଲୁମିନାର ୟୁନିଟ ମୁଖ୍ୟ ଓ ସଭାପତି ମଜହର ବେଗ କହିଛନ୍ତି, ଲୋକଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ୪ ବର୍ଷ ମଧ୍ୟରେ ପ୍ରକଳ୍ପ ସଫଳତା ଆଣିଦେଇଛି। ଆଗାମୀ ଦିନରେ ଏହା କୃଷକଙ୍କ ଆୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି।
ଆଗ୍ରୋ-ହର୍ଟି ଚାଷ ଏବଂ ଅନ୍ୟ ଆୟକାରୀ କାର୍ଯ୍ୟକ୍ରମ ଜରିଆରେ ଦୀର୍ଘସ୍ଥାୟୀ ଭିତ୍ତିରେ ୩ ରୁ ୬ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ଆଦିବାସୀ ପରିବାରର ଆୟ ବୃଦ୍ଧି କରି ସେମାନଙ୍କ ଜୀବନ ଧାରଣର ମାନରେ ଉନ୍ନତି ଅଣିବା ଉପରେ କମ୍ପାନୀ ଦୃଷ୍ଟି ଦେଉଛି। ଏହି ପ୍ରକଳ୍ପ ପିପିପି ମୋଡ୍ରେ କାର୍ଯ୍ୟକାରୀ କରାଯାଉଛି। ନାବାର୍ଡ ୬୦% ଅର୍ଥ ଅନୁଦାନ ପାଣ୍ଠି ଆକାରରେ ଯୋଗାଉଥିବାବେଳେ ଉତ୍କଳ ଆଲୁମିନା ୪୦% ଅର୍ଥ ସିଏସ୍ଆର ପାଣ୍ଠି ଅଧୀନରେ ଯୋଗାଉଛି। ଏଥିପାଇଁ ମୋଟ ୪୬୫.୭୫ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ଆଦିବାସୀ ପରିବାରର ପତିତ ଜମିକୁ ଫଳବଗିଚାରେ ପରିବର୍ତ୍ତନ କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଏହା ଭୂମିହୀନ ପରିବାରକୁ ଛେଳି ପାଳନ ଜରିଆର ଜୀବିକା ଯୋଗାଇବାକୁ ଲକ୍ଷ୍ୟ ରଖିଛି। ପ୍ରକଳ୍ପର କାର୍ଯ୍ୟକାରିତା ନିରୀକ୍ଷଣ, ଫଳବଗିଚା ଦେଖାଶୁଣା ଏବଂ କୃଷିଜାତ ସାମଗ୍ରୀର ସାମୂହିକ ବିକ୍ରିବଟା ଆଦିରେ ୧୭ ଉଦ୍ୟାନ ବିକାଶ ସମିତି(ୟୁଭିଏସ୍) ନିୟୋଜିତ ଅଛି। ପତିତ ଜମି ବିକାଶ, ଫଳବଗିଚା ବିକାଶ, ଗୋସମ୍ପଦର ବିକାଶ, ସଙ୍ଗଠନ ଗଠନ ଏବଂ ମହିଳାଙ୍କ ବିକାଶ ଆଦି କ୍ଷେତ୍ରରେ ୫୦୦ ଆଦିବାସୀ କୃଷକଙ୍କୁ ତାଲିମ ଦିଆଯାଉଛି। ସେହିପରି ଜଳସେଚନ ସୁବିଧା ନ ଥିବା ୧୩୦ ଏକର ଜମିକୁ ସୌରଶକ୍ତି ଚାଳିତ ନଦୀଜଳ ଉଠାଣ ଏବଂ ଜଳଧାର ଗତିପଥ ପରିବର୍ତ୍ତନ ଭିତ୍ତିକ ଜଳସେଚନ ବ୍ୟବସ୍ଥାରେ ଜଳସେଚିତ କରାଯାଇପାରିଛି । ଉକ୍ତ ଅଞ୍ଚଳରେ ମୋଟ ୨,୯୪୮ ଫଳ ଚାରା ଏବଂ ୧୯,୮୦୧ରୁ ଅଧିକ ଜଙ୍ଗଲ ସୃଷ୍ଟିକାରୀ ବୃକ୍ଷଚାରା ରୋପଣ କରାଯାଇଛି। ପନିପରିବା ଚାଷକୁ ପ୍ରୋତ୍ସାହିତ କରାଯାଉଥିବାରୁ କୃଷକ ପରିବାରର ପୋଷଣଗତ ସମସ୍ୟାର ମଧ୍ୟ ସମାଧାନ ହେଉଛି ବୋଲି ୟୁନିଟ ମୁଖ୍ୟ ବେଗ୍ କହିଛନ୍ତି। ହିତାଧିକାରୀଙ୍କର ବ୍ୟାଙ୍କ ଖାତା ଖୋଲାଯାଇ ଏବଂ ବ୍ୟାଙ୍କ କାରବାର କରିବାକୁ ସେମାନଙ୍କୁ ଉତ୍ସାହିତ କରି ଆର୍ଥିକ ଅନ୍ତର୍ଭୁକ୍ତିକୁ ସୁନିଶ୍ଚିତ କରାଯାଉଛି। ଆନ୍ତଃ କୃଷି ଦ୍ୱାରା ପ୍ରତ୍ୟେକ କୃଷକଙ୍କ ମାସିକ ହାରାହାରି ଆୟ ୩ ହଜାରରୁ ୪ହଜାର ଟଙ୍କା ହେଉଥିବା କୁହାଯାଇଛି।
ବିଶ୍ୱକପ୍ରେ ଇତିହାସ ରଚିଲେ ଫଖର-ସାହିବଜାଦା
ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍ ସୁପର-୮ର ଶେଷ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…
ଇରାନ ଉପରେ ମହାଶକ୍ତିର ପ୍ରହାର: ଖାମେନେଇଙ୍କ ବାସଭବନ ଧ୍ୱଂସ, ଟ୍ରମ୍ପ କହିଲେ‘ ଇରାନବାସୀଙ୍କ ମୁକ୍ତି ସମୟ ଆସିଛି’
ଓ୍ବାଶିଂଟନ,୨୮।୨: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟଙ୍କର ରୂପ ନେଇଛି। ଏହି ଆକ୍ରମଣର କିଛି ଘଣ୍ଟା ପରେ…
ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ
ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…
ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି
ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍’ ଆରମ୍ଭ କରିଛି। ଏହି ପାଲଟା…
T20 ବିଶ୍ୱକପ୍ରୁ ପାକିସ୍ତାନର ବିଦାୟ: ମ୍ୟାଚ୍ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…
ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍ରେ…
ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି
ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…
ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ
ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…
ରଣ୍ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍ସିଏ ଷ୍ଟାଡିୟମରେ ଖେଳାଯାଇଥିବା…
Archives

