Posted inଖେଳ

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ୮ ଥରର ଚାମ୍ପିୟନ କର୍ନାଟକକୁ ପଛରେ ପକାଇ ପାରସ ଡୋଗ୍ରାଙ୍କ ନେତୃତ୍ୱାଧୀନ ଦଳ ଏହି ସଫଳତା ହାସଲ କରିଛି। ଫାଇନାଲ ମ୍ୟାଚ୍‌ ଡ୍ର’ ଭାବେ ଶେଷ ହୋଇଥିଲା। ହେଲେ ପ୍ରଥମ ଇନିଂସରେ ୨୯୧ ରନର ଅଗ୍ରଣୀ ଜମ୍ମୁ କଶ୍ମୀର ପାଇଁ ଯଥେଷ୍ଟ ସାବ୍ୟସ୍ତ ହୋଇଥିଲା। ମ୍ୟାଚ୍‌ର ଅନ୍ତିମ ଦିନ ତଥା ଶନିବାର ଜମ୍ମୁ କଶ୍ମୀର ତା’ର ଅସମାପ୍ତ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୩୪୨ ରନ କରିଥିଲା। ଫଳରେ ଜମ୍ମୁ କଶ୍ମୀର ୬୩୩ ରନରେ ମ୍ୟାଚ୍‌ରେ ଆଗରେ ରହିଥିଲା। ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟର କମରାନ ଇକବାଲ ୧୬୦ ଓ ସାହିଲ ଲୋତ୍ରା ୧୦୧ ରନର ଅପରାଜିତ ଶତକୀୟ ପାଳି ଖେଳି ଏହି ଐତିହାସିକ ମୁହୂର୍ତ୍ତକୁ ଆହୁରି ସ୍ମରଣୀୟ କରିଥିଲେ। ଅନ୍ତିମ ଦିନ କର୍ନାଟକ ଦଳ ଗୋଟିଏ ବି ହେଲେ ଉଇକେଟ ନେଇପାରି ନ ଥିଲା। ପ୍ରଥମ ଇନିଂସରେ ଜମ୍ମୁ କଶ୍ମୀର ୫୮୪ ରନ କରିଥିବା ବେଳେ କର୍ନାଟକ ୨୯୩ ରନରେ ଅଲଆଉଟ ହୋଇଥିଲା। ଅପରାହ୍ନ ୨ଟା ୧୦ରେ ମ୍ୟାଚ୍‌କୁ ଡ୍ର’ କରିବା ଲାଗି ଡ୍ରେସିଂ ରୁମ୍‌ରେ ଦୁଇ ଦଳର ଅଧିନାୟକ ହାତ ମିଳାଇବା ପରେ ଢୋଲ ତାଳେ ତାଳେ ଜମ୍ମୁ କଶ୍ମୀର ଦଳର ଖେଳାଳିମାନେ ସପୋର୍ଟ ଷ୍ଟାଫ ଫିଲ୍ଡରେ ନାଚି ନାଚି ବିଜୟ ଉତ୍ସବ ପାଳନ କରିଥିଲେ।

ଏହି ସଫଳତା ପଛରେ ପେସର ଅକିବ ନବି ଦାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ଫାଇନାଲରେ ୫ ଉଇକେଟ ହାସଲ କରିଥିଲେ। ଚଳିତ ସିଜନରେ ସେ ୭ମ ଥର ପାଇଁ ଏହି ସଫଳତା ପାଇଥିଲେ। ତାଙ୍କ ବ୍ୟତୀତ ୟାଓ୍ବେର ହାସନ, ଅବଦୁଲ ସମଦ ଓ କହ୍ନେୟା ଓ୍ବାଧଓ୍ବନ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅଧିନାୟକ ଡୋଗ୍ରା ରଣଜୀ ଟ୍ରଫି ଇତିହାସରେ ଦ୍ୱିତୀୟ ବ୍ୟାଟର ଭାବେ ୧୦ ହଜାର ରନ ପୂରଣ କରିଥିଲେ। ଅକିବ ନବି ପ୍ଲେୟାର ଅଫ୍‌ ଦି ସିରିଜ୍‌ ବିବେଚିତ ହୋଇଥିବା ବେଳେ ଶୁଭମ ପୁଣ୍ଡିର ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

ରଣ୍‌ଜୀ ଟ୍ରଫି ଫାଇନାଲରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କଶ୍ମୀର ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଜମ୍ମୁ କଶ୍ମୀର ଦଳକୁ ପ୍ରଥମ ରଣ୍‌ଜୀ ଟ୍ରଫି ବିଜୟ ଲାଗି ଅଭିନନ୍ଦନ। ଏହି ଐତିହାସିକ ସଫଳତା ଉଲ୍ଲେଖନୀୟ ନିଷ୍ଠା, ଶୃଙ୍ଖଳା ଓ ଦଳର ପ୍ୟାଶନକୁ ଦର୍ଶାଉଛି। ଏହା ଜମ୍ମୁ କଶ୍ମୀରବାସୀଙ୍କ ଲାଗି ଏକ ଗର୍ବର ମୁହୂର୍ତ୍ତ ଏବଂ ଏହା କେନ୍ଦ୍ର ଶାସିତ ଅଞ୍ଚଳର ଖେଳ ପ୍ରତି ଉତ୍ସାହ ଓ ପ୍ରତିଭାକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି।

ରଣ୍‌ଜୀ ଟ୍ରଫି ଜିତିଥିବା ଜମ୍ମୁ କଶ୍ମୀର ଦଳକୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ରଣ୍‌ଜୀ ଟ୍ରଫି ଫାଇନାଲରେ ଐତିହାସିକ ବିଜୟ କେନ୍ଦ୍ର ଶାସିତ ଅଞ୍ଚଳକୁ ଗର୍ବ ଓ ପ୍ରେରଣାରେ ଭରି ଦେଇଛି। ଦଳୀୟ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଜମ୍ମୁ କଶ୍ମୀର ସରକାର ୨ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ଏଥିସହିତ ଚାମ୍ପିୟନ ଦଳର ଖେଳାଳିଙ୍କୁ ନିକଟରେ ଲାଗୁ ହୋଇଥିବା ଉଲ୍ଲେଖନୀୟ କ୍ରୀଡ଼ାବିତ ନିୟମ ଅଧୀନରେ ସରକାରୀ ଚାକିରି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅବଦୁଲା ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଫାଇନାଲ ମ୍ୟାଚ୍‌ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଅବଦୁଲା ହୁବଲି ଗ୍ରାଉଣ୍ଡରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri