Posted inଫୁରସତ

ନୀରବରେ କହିଦିଏ ବହୁ କଥା

ସାଧାରଣ ମୁହୂର୍ତ୍ତକୁ ଅମୂଲ୍ୟ କରିଦିଏ ଫଟୋ। ପ୍ରିୟ ସ୍ମୃତିକୁ ଉଜାଗର କରେ, ଏକଲାପଣରେ ବି ଆନନ୍ଦ ଆଣିଦିଏ। ନୀରବ ରହି ବି ବିନା କୌଣସି ଭାଷାରେ କହିଥାଏ ଅନେକ କଥା। ଏସବୁକୁ କ୍ୟାମେରା ଲେନ୍ସରେ କଏଦ କରିଥାନ୍ତି ଫଟୋଗ୍ରାଫର। ଫଟୋରେ ବିଶେଷ ମୁହୂର୍ତ୍ତକୁ ତୋଳି ଧରୁଥିବା ସେହି ବ୍ୟକ୍ତିଙ୍କ ପାଇଁ ଉତ୍ସର୍ଗୀକୃତ ଦିନ ଅଗଷ୍ଟ ୧୯କୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଏ। ସାରା ବିଶ୍ୱରୁ ଫଟୋଗ୍ରାଫରମାନଙ୍କ ପାଇଁ ଆସିଥାଏ ପ୍ରୋତ୍ସାହନର ବାର୍ତ୍ତା। ଏହି ଦିନ ଆମ ଜୀବନରେ କ୍ୟାମେରା ଏବଂ ଫଟୋଗ୍ରାଫିର ଗୁରୁତ୍ୱକୁ ସ୍ମରଣ କରିଥାଏ। ଏହି ଅବସରରେ ଚିତ୍ର ଉତ୍ତୋଳନ କରିବାର କଳା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଦେଖିବାକୁ ଗଲେ ଫଟୋଗ୍ରାଫି ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ସେଲ୍‌ଫି ନେବାଠାରୁ ଆରମ୍ଭ କରି ଯୁଦ୍ଧ ତଥା ମାନବିକ ଅଧିକାରର ଉଲ୍ଲଂଘନ ପର୍ଯ୍ୟନ୍ତ ଲୋକମାନେ ବିଭିନ୍ନ ଘଟଣାବଳୀର ଫଟୋ ଉଠାଇଥାନ୍ତି। ଏବେ ଫଟୋଗ୍ରାଫି କଳା ସହ ପ୍ୟାଶନରେ ପରିଣତ ହୋଇଛି।
ବିଶ୍ୱ ଫଟୋଗ୍ରାଫି ଦିବସ ୧୮୩୭ ମସିହାରୁ ଆରମ୍ଭ ହୋଇଥିଲା। ଫ୍ରାନ୍ସରେ ଜୋସେଫ ନିକେଫୋର ନିପ୍‌ସେ ଏବଂ ଲୁଇ ଡାଗୁରେ ପ୍ରଥମ ଫଟୋଗ୍ରାଫିକ୍‌ ପ୍ରକ୍ରିୟା ଡାଗୁରେରୋଟାଇପ ଉଦ୍ଭାବନ କରିଥିଲେ। ୧୮୬୧ ମସିହାରେ ପ୍ରଥମ ସ୍ଥାୟୀ ରଙ୍ଗିନ ଫଟୋଗ୍ରାଫ ଉତ୍ତୋଳିତ ହୋଇଥିଲା। ସେବେଠାରୁ ଫଟୋଗ୍ରାଫିର ମାଧ୍ୟମ ବିକଶିତ ହେଲା। ପ୍ରଥମ ଡିଜିଟାଲ ଫଟୋଗ୍ରାଫ ୧୯୫୭ ମସିହାରେ, ଡିଜିଟାଲ କ୍ୟାମେରା ଉଦ୍ଭାବନ ହେବାର ଦୁଇ ଦଶନ୍ଧି ପୂର୍ବରୁ ସୃଷ୍ଟି କରାଯାଇଥିଲା। ଫ୍ରେଞ୍ଚ ଏକାଡେମୀ ଅଫ ସାଇନ୍ସ ଆନୁଷ୍ଠାନିକ ଭାବରେ ୧୮୩୯ ମସିହାରେ ଡାଗୁରେରୋଟାଇପ ଉଦ୍ଭାବନକୁ ଜନସାଧାରଣଙ୍କ ନିକଟରେ ଘୋଷଣା କଲା। ୧୯ ଅଗଷ୍ଟ ୧୮୩୯ରେ ଫ୍ରାନ୍ସ ସରକାର ଏହି ଉପକରଣ ପାଇଁ ପେଟେଣ୍ଟ କରିଥିଲେ। ପରେ ଏହି ଦିନଟି ବିଶ୍ୱ ଫଟୋଗ୍ରାଫି ଦିବସ ଭାବରେ ପାଳନ କରାଯିବାକୁ ନିଷ୍ପତ୍ତିି ଗ୍ରହଣ ହୋଇଥିଲା। ବିଶ୍ୱ ଫଟୋଗ୍ରାଫି ଦିବସକୁ କଳା, ହସ୍ତଶିଳ୍ପ ଏବଂ ଫଟୋଗ୍ରାଫି ପ୍ରତି ଉତ୍ସାହ ଦିବସ ଭାବେ ପାଳନ କରାଯାଇଥାଏ। ଐତିହାସିକ ଘଟଣାଗୁଡ଼ିକର ଡକ୍ୟୁମେଣ୍ଟେଶନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପର୍ଯ୍ୟନ୍ତ ମାଧ୍ୟମ କିପରି ବିକଶିତ ହୋଇଛି ତାହାକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?