ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ: ୧୦ଲକ୍ଷ ଆମ୍ଫୋଟେରିସନ୍‌ ଇଞ୍ଜେକ୍ସନ୍‌ ଯୋଗାଇବ ଆମେରିକାର ଏହି କମ୍ପାନୀ

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଇତିମଧ୍ୟରେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଏବେ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୧୧ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଗୁଜରାଟ। ଗୁଜରାଟରେ ୨୮୦୦ମାମଲା ସାମ୍ନାକୁ ଆସିଥିବା ବେଳେ ମହାରାଷ୍ଟ୍ରରେ ୨୭୦୦, ଆନ୍ଧ୍ରପ୍ରଦେଶରେ ୭୦୦ ଓ ଦିଲ୍ଲୀରେ ୬୨୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ପଟେ ବର୍ଦ୍ଧିତ ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ ଖେଳାଇଥିବା ବେଳେ ଅନ୍ୟପଟେ ଏହାର ଇଞ୍ଜେକ୍ସନ ଅଭାବ ଚିନ୍ତାର କାରଣ ବଢ଼ାଇଦେଇଛି। ଫଳରେ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସାରେ ଲାଗୁଥିବା ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଶୀଘ୍ର ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାସ୍ଥ୍ୟବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସ୍ବାସ୍ଥ୍ୟବିଭାଗ ବିଭିନ୍ନ ବିଦେଶ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ହେଲେ ଆମେରିକା ସ୍ଥିତ ଗିଲିୟଡ୍‌ ସାଇନ୍ସ ବୋର୍ଡ ଭାରତକୁ ଇଞ୍ଜେକ୍ସନ ଯୋଗାଇବାକୁ ରାଜି ହୋଇଯାଇଛି। ଆମେରିକାରୁ ଏପର୍ଯ୍ୟନ୍ତ ୧୨୧,୦୦୦ରୁ ଊର୍ଦ୍ଧ୍ୱ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଭାରତକୁ ଯୋଗାଇ ଦିଆଯାଇଛି। ଆଉ ବାକି ୮୫,୦୦୦ ଇଞ୍ଜେକ୍ସନ ଖୁବ୍‌ଶୀଘ୍ର ଭାରତରେ ପହଞ୍ଚିବ ବୋଲି ଜଣାପଡ଼ିଛି। କୁହାଯାଉଛି ଆମେରିକାର ଏହି କମ୍ପାନୀ ପ୍ରାୟ ୧ମିଲିୟନ ଡୋଜ ଭାରତକୁ ଯୋଗାଇଦେବ। ତେବେ ଏନେଇ ଅନ୍ୟ ଦେଶ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ବ୍ଲାକ୍‌ ଫଙ୍ଗସ୍‌ ଲଢ଼େଇରେ ଯେପରି ଔଷଧ ଓ ଇଞ୍ଜେକ୍ସନ ଅଭାବ ନ ଦେଖାଯାଏ ସେଥିପ୍ରତି ସରକାର ପ୍ରଚେଷ୍ଟା ଚଳାଇଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉଦ୍ୟମରେ ଜେନେଟେକ୍‌ ଲାଇଫ୍‌ ସାଇନ୍ସ ବୋର୍ଡ ବ୍ଲାକ୍‌ ଫଙ୍ଗସ୍‌ ଚିକିତ୍ସା ପାଇଁ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ପ୍ରସ୍ତୁତ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହି ଗୋଟିଏ କମ୍ପାନୀ ଏମ୍ଫୋଟେରିସିନ୍‌ ଇଞ୍ଜେକ୍ସନ ଉତ୍ପାଦନ କରୁଛି। ଏହି ଇଞ୍ଜେକ୍ସନ ସୋମବାରଠାରୁ ବିତରଣ କାର୍ଯ୍ୟ ଆରମ୍ଭ ହେବ। ଏହାର ମୁଲ୍ୟ ୧୨୦୦ଟଙ୍କା ରହିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହି ଇଞ୍ଜେକ୍ସନ ୭ହଜାର ଟଙ୍କାରେ ଉପଲବ୍ଧ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି।...

୨୨ ଦିନ ପରେ ନୀଳଗିରି ଧରମପୁରରୁ ପୁଣି ଆଉ ଜଣେ କରୋନା ପଜିଟିଭ୍‌

ସଜନାଗଡ଼,୧୨।୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତ ବାଉଁଶପାଳ ଗାଁରୁ ମଙ୍ଗଳବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତ...

ମୋଦିଙ୍କ ଭଳି ନାହାନ୍ତି କେହି ନେତା : ଅଜିତ ପାଓ୍ବାର…

ମୁମ୍ବାଇ,୪।୭ : ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ପରିବର୍ତ୍ତନ ପରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଛନ୍ତି। ସେ...

ରାଜ୍ୟରେ କରୋନାର ଭୟଙ୍କର ସ୍ଥିତି: ୫ ହଜାର ମୁହାଁ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା, କେବଳ ଖୋର୍ଦ୍ଧାରୁ …

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୪,୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...

ଇନ୍ଦୋରରେ ଛାତ ଭୁଶୁଡିବା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ଇନ୍ଦୋର,୩୦।୩: ମଧ୍ୟପ୍ରଦେଶର ଇନ୍ଦୋରରେ ପବିତ୍ର ରାମ ନବମୀରେ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିରରେ ଥିବା କୂଅ ଛାତ ଭୁଶୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୩କୁ...

ତେନ୍ଦୁଲକର ସହ କଥା ହୋଇଥିବେ, ମୋ ସହ ନୁହେଁ : ପାଇଲଟ

ଜୟପୁର,୧୧।୬: ରାଜନୈତିକ ଦଳରେ ଏବେ ମିଶ୍ରଣ ପର୍ବ ଚାଲିଛି। ପୂର୍ବତନ ସହଯୋଗୀ ତଥା କଂଗ୍ରେସ ନେତା ଜିତିନ ପ୍ରସାଦ ଭାଜପାରେ ସାମିଲ ହେବା ପରେ କଂଗ୍ରେସ...

ମୋଦିଙ୍କୁ ଟାର୍ଗେଟ କଲା ଶିବସେନାର ମୁଖପାତ୍ର ସାମନା, ଏନଡିଏରେ ୫ଟି ଦଳ ଇଣ୍ଡିଆ

ମୁମ୍ବାଇ,୩୦।୭: ଶିବସେନାର ମୁଖପାତ୍ର ତଥା ଖବରକାଗଜ ସାମନା ଭାଜପାକୁ ନିଜ ସ୍ତମ୍ଭରେ ଭର୍ତ୍ସନା କରିଛି। ପ୍ରଧାନମନ୍ତ୍ରୀ ମୋଦି ଇ.ଣ୍ଡି.ଆ ମେଣ୍ଟକୁ ସମାଲୋଚନା କରି ଏହାକୁ ଇଷ୍ଟ...

‘ଏ ସବୁ ବନ୍ଦ କର ନଚେତ…’, ସୀମା ହଇଦରଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମକୁ ନେଇ ଚେତାବନୀ ଦେଲା ରାଜ ଠାକରେଙ୍କ ଦଳ

ମୁମ୍ବାଇ,୧୩।୮: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ରାଜ ଠାକରେଙ୍କ ପାର୍ଟି ମହାରାଷ୍ଟ୍ର ନବନିର୍ମାନ ସେନା (ଏମଏନଏସ)ର ଜଣେ ନେତା ଚେତାବନୀ ଦେଇଛନ୍ତି। ସୀମା ହାଇଦାର...

Advertisement
Archives

Model This Week