Posted inଫୁରସତ

ପ୍ରଦୂଷଣରେ ଆମେରିକା ସେନା ନମ୍ବର ୧

ଯୁଦ୍ଧକୌଶଳରେ ନିପୁଣ ଆମେରିକା ସେନାର ପତିଆରା ସାରା ବିଶ୍ୱରେ ଦୀର୍ଘବର୍ଷ ଧରି ରହିଆସିଛି। ହେଲେ ଏଭଳି ଦୁର୍ଦ୍ଧର୍ଷ ସୈନ୍ୟବାହିନୀ ଉପରେ ନମ୍ବର ୧ ପ୍ରଦୂଷଣକାରୀର କଳଙ୍କ ଲାଗିଛି। ପ୍ରତିରକ୍ଷା ସମ୍ପର୍କରେ ବିଶ୍ଳେଷଣ କରୁଥିବା ଓ୍ବେବସାଇଟ୍‌ ‘ମିଲିଟାରି ଡାଇରେକ୍ଟ’ର ଏକ ତଥ୍ୟ ଅନୁଯାୟୀ ଅତ୍ୟାଧୁନିକ ଜ୍ଞାନକୌଶଳରେ ସମୃଦ୍ଧ ଏହି ସେନାର ‘କାର୍ବନ ଫୁଟ୍‌ପ୍ରିଣ୍ଟ’ ମଧ୍ୟ ତୁଳନାତ୍ମକ ଭାବେ ସବୁଠାରୁ ବଡ଼।

ନୂଆଦିଲ୍ଲୀ:ଲଗାତର ବଢ଼ିଚାଲିଥିବା ପ୍ରଦୂଷଣକୁ ନେଇ ଚେତାବନୀ ଦେଇଚାଲିଛନ୍ତି ପରିବେଶବିତ୍‌। ଯଥାସମ୍ଭବ କାର୍ବନ ନିର୍ଗମନ ହ୍ରାସ କରିବା ଲାଗି ବହୁବିଧ ପଦକ୍ଷେପ ନିଆଯାଉଛି। ବିଶେଷକରି ବିକାଶଶୀଳ ଦେଶଗୁଡ଼ିକ ଯୋଜନାବଦ୍ଧ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଯେତେବେଳେ ପ୍ରଦୂଷଣ କଥା ଉଠେ, ସେତେବେଳେ କମ୍ପାନୀଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚାଲିଚଳଣି, ପ୍ରକୃତି ଉପରେ ନିର୍ଭରଶୀଳତା, ପରିବେଶ ଉପରେ ହସ୍ତକ୍ଷେପ ଆଦି ବିଷୟରେ ଆଲୋଚନା କରାଯାଏ। ହେଲେ କଦବା କ୍ୱଚିତ ଏଥିରେ ସେନାର ସମୀକ୍ଷା କରାଯାଏ। ହେଲେ ପ୍ରଦୂଷଣ ବୃଦ୍ଧିରେ ସୈନ୍ୟବାହିନୀର କାର୍ଯ୍ୟକଳାପ ଅନେକାଂଶରେ ଦାୟୀ ବୋଲି ଏକ ରିପୋର୍ଟ ସାମ୍ନାକୁ ଆସିଛି। ଏ କ୍ଷେତ୍ରରେ ଶୀର୍ଷରେ ରହିଛି ଆମେରିକା। ବିଶ୍ୱର ୧୪୦ ଦେଶର ଆର୍ମି ତୁଳନାରେ ଆମେରିକା ସେନା ଅଧିକ ପ୍ରଦୂଷଣକାରୀ ବୋଲି ଏଥିରେ ଉଲ୍ଲେଖ ରହିଛି।
ବ୍ରାଉନ ୟୁନିଭର୍ସିଟିର ‘କଷ୍ଟସ୍‌ ଅଫ୍‌ ଓ୍ବାର’ ରିପୋର୍ଟ ଅନୁଯାୟୀ, ୨୦୧୭ରେ ଆମେରିକୀୟ ସେନା ବ୍ୟବହାର କରିଥିବା ଇନ୍ଧନ ଯୋଗୁ ୨୫,୦୦୦ କିଲୋଟନ୍‌ କାର୍ବନ ଡାଇଅକ୍ସସାଇଡ୍‌ ନିର୍ଗମନ ହୋଇଥିଲା। ଦେଶର ଜଳ, ସ୍ଥଳ, ଆକାଶ ବାହିନୀ ଦ୍ୱାରା ଦୈନିକ ୨,୬୯,୨୩୦ ବ୍ୟାରେଲ ତୈଳ କ୍ରୟ କରାଯାଇ ବ୍ୟବହୃତ ହୋଇଥିଲା। ପରିଣାମ ସ୍ବରୂପ ଏତେ ପରିମାଣର କାର୍ବନ ଡାଇଅକ୍ସସାଇଡ୍‌ ବାୟୁମଣ୍ଡଳରେ ମିଶିଥିଲା। ବୈଷୟିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବ୍ୟବହାରରେ ଆମେରିକା ସେନା ସବୁଠୁ ଆଗୁଆ। ହେଲେ ଏହା ଦ୍ୱାରା ମାତ୍ରାଧିକ ପ୍ରଦୂଷଣ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଅଧିକାଂଶ ସମୟରେ ଅଣଦେଖା କରାଯାଇଆସୁଛି। କାରଣ ଏ ସମ୍ପର୍କିତ ତଥ୍ୟ ପେଣ୍ଟାଗନ ପକ୍ଷରୁ ସାର୍ବଜନୀନ କରାଯାଏ ନାହିଁ। ଫ୍ରିଡମ୍‌ ଅଫ୍‌ ଇନ୍‌ଫର୍ମେଶନ ଆକ୍ଟ ଅନୁଯାୟୀ ୟୁଏସ୍‌ ଡିଫେନ୍ସ ଲଜିଷ୍ଟିକ୍‌ ଏଜେନ୍ସି ସହ ସମ୍ପର୍କ କରିବା ଦ୍ୱାରା ସ୍ବଳ୍ପ ତଥ୍ୟ ମିଳିଥାଏ।
ଅନ୍ୟପଟେ ଆମେରିକା ସେନାରେ ଜଳବାୟୁ ପରିବର୍ତ୍ତନ ପଲିସିକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏଠାକାର ମିଲିଟାରି ବେସ୍‌ରେ ଅକ୍ଷୟଶକ୍ତି ଉପରେ ଜୋର୍‌ ଦିଆଯାଉଥିବା କୁହାଯାଉଛି। ହେଲେ ପ୍ରକୃତ କଥା ଭିନ୍ନ। ଆର୍ମି ବେସ୍‌ରେ ଯେଉଁ ବାୟୋ ଫୁଏଲ ଉତ୍ପାଦନ କରାଯାଉଛି, ତାହା ଆବଶ୍ୟକତା ତୁଳନାରେ ନଗଣ୍ୟ। ଅପରପକ୍ଷେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆମେରିକା ହାତ ଖୋଲିଦେଇଛି। ଆମେରିକା ନିଜ ସେନା ଲାଗି ବାର୍ଷିକ ହାରାହାରି ୭୩୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରୁଛି। ଏ କ୍ଷେତ୍ରରେ ରୁଷିଆ, ଚାଇନା, ଭାରତ ବହୁ ପଛରେ। ତେବେ ସେନା ପଛରେ ଯେତେ ଅଧିକ ଖର୍ଚ୍ଚ, କାର୍ବନ ନିର୍ଗମନର ପରିମାଣ ସେତେ ବେଶି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଦେଶ ଆଧାରରେ କାର୍ବନ ଫୁଟ୍‌ପ୍ରିଣ୍ଟରେ ଚାଇନା ଶୀର୍ଷରେ ରହିଛି। କରୋନା ମହାମାରୀ ପୂର୍ବରୁ ଅର୍ଥାତ୍‌ ୨୦୧୮ରେ ଚାଇନାରୁ ସବୁଠାରୁ ବେଶି କାର୍ବନ ଡାଇଅକ୍ସସାଇଡ ନିର୍ଗମନ ହୋଇଥିଲା, ଯାହାର ପରିମାଣ ଥିଲା ୧୦.୦୬ ବିଲିୟନ ମେଟ୍ରିକ ଟନ୍‌। ଏହା ପଛକୁ ୫.୪୧ ବିଲିୟନ ମେଟ୍ରିକ ଟନ୍‌ କାର୍ବନ ଡାଇଅକ୍ସସାଇଡ୍‌ ନିର୍ଗମନ ସହ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଥିଲା।

କାର୍ବନ ଫୁଟ୍‌ପ୍ରିଣ୍ଟ କ’ଣ
ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ ନିର୍ଗମନ ଲାଗି କୌଣସି ବ୍ୟକ୍ତି, ସଂସ୍ଥା କେତେ ପରିମାଣର ଦାୟୀ ତାହା ହିଁ ‘କାର୍ବନ ଫୁଟ୍‌ପ୍ରିଣ୍ଟ’। ସାଇକେଲ କିମ୍ବା ଚାଲି ଚାଲି ଅଫିସ ଯାଉଥିବା ଜଣେ ବ୍ୟକ୍ତିଙ୍କ ଅପେକ୍ଷା ବାଇକ୍‌ରେ ଯାଉଥିବା ବ୍ୟକ୍ତିଙ୍କ କାର୍ବନ ଫୁଟ୍‌ପ୍ରିଣ୍ଟ ଅଧିକ ବୋଲି ବିଚାର କରାଯାଏ। ତେଣୁ ମଣିଷର ଜୀବନ ଶୈଳୀ ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌ର ବୃଦ୍ଧି ବା ହ୍ରାସର ଅନ୍ୟତମ କାରଣ। ବାୟୁମଣ୍ଡଳରେ ଗ୍ରୀନ୍‌ହାଉସ୍‌ ପାଇଁ ଦାୟୀ ଗ୍ୟାସ୍‌ର ମାତ୍ରା ବୃଦ୍ଧି ଯୋଗୁ ମେରୁ ଅଞ୍ଚଳରେ ବରଫ ତରଳିବା, ସମୁଦ୍ର ଜଳପତ୍ତନ ବୃଦ୍ଧି ସହ ତାପମାତ୍ରା ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?