Posted inଖେଳ

ସେମିଫାଇନାଲରେ ଭାରତ; ଫେବୃୟାରୀ ୨ରେ ଅଷ୍ଟ୍ରେଲିଆକୁ ଭେଟିବ

ଆଣ୍ଟିଗୁଆ, ୩୦।୧- ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୫ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ବାଂଲାଦେଶ ୩୭.୧ ଓଭରରେ ୧୧୧ ରନକରି ଅଲ୍‌ଆଉଟ ହୋଇଥିଲା। ଭାରତ ୩୦.୫ ଓଭରରେ ୫ ଉଇକେଟ ହରାଇ ୧୧୭ ରନ ସଂଗ୍ରହ କରି ନେଇଥିଲା। ୧୧୨ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଭାରତ ବିନା ସ୍କୋରରେ ଓପନର ହର୍ନୁର ସିଂଙ୍କ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ମାତ୍ର ଅଙ୍ଗକ୍ରିଶ୍‌ ରଘୁବଂଶୀଙ୍କ ଧୈର୍ଯ୍ୟପୂର୍ଣ୍ଣ ୪୪, ସେକ୍‌ ରଶିଦଙ୍କ ୨୬ ଓ ଅଧିନାୟକ ୟାଶ୍‌ ଧୁଲ୍‌ଙ୍କ ୨୦* ରନ ବଳରେ ବିଜୟ ଲକ୍ଷ୍ୟରେ ପହଞ୍ଚତ୍ ଯାଇଥିଲା। କୌଶଲ ଟେମ୍ବା (୧୧* ରନ) ଛକା ମାରି ଭାରତୀୟ ଇନିଂସର ପରିସମାପ୍ତି ଘଟାଇଥିଲେ। ବାଂଲାଦେଶ ପକ୍ଷରୁ ରିପନ ମଣ୍ଡଲ ୪ ଟି ଉଇକେଟ ନେଇଥିଲେ। ଭାରତ ଫେବୃୟାରୀ ୨ରେ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ। ୧ ତାରିଖରେ ଇଂଲଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ।

ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବୋଲରମାନେ ମଧ୍ୟ ଚମତ୍କାର ବୋଲିଂ କରିଥିଲେ। ଫଳରେ ବାଂଲାଦେଶ ଏକଦା ୫୬ ରନ ମଧ୍ୟରେ ୭ଟି ଉଇକେଟ ହରାଇଥିଲା। ୮ ନମ୍ବର ବ୍ୟାଟର ଏସ.ଏମ୍‌. ମେହେରବ ୪୮ ବଲ୍‌ରୁ ୩୦ (୬ ଚୌକା) ରନ କରିବାସହ ଅଷ୍ଟମ ଉଇକେଟରେ ଆସିକୁର ଜମନଙ୍କ ସହ ୫୦ ରନ ଭାଗୀଦାରି ଗଢ଼ିବାରୁ ବାଂଲାଦେଶ ସ୍କୋର ୧୦୦ ଅତିକ୍ରମ କରିଥିଲା। ଦଳ ପକ୍ଷରୁ ଇଚ୍‌ ମୋଲା ଦ୍ୱିତୀୟ ସର୍ବାଧିକ ୧୭ ରନ କରିଥିଲେ। ଭାରତର ରବିକୁମାର ୩ଟି, ଭିକି ଓସ୍ବାଲ ୨ଟି ଏବଂ ରାଜବର୍ଦ୍ଧନ ହାଙ୍ଗରଗେକର, କୌଶଲ ଟାମ୍ବେ ଓ ଅଙ୍ଗକ୍ରିଶ୍‌ ରଘୁବଂଶୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୩୭.୧ ଓଭରରେ ୧୧୧/ଅଲ୍‌ଆଉଟ (ମେହରବ-୩୦, ରବି କୁମାର-୩/୧୪, ଭିକି ଓସ୍ବାଲ-୨/୨୫)। ଭାରତ ୩୦.୫ ଓଭରରେ ୧୧୭/୫ (ରଘୁବଂଶୀ-୪୪, ରଶିଦ-୨୬, ଧୁଲ-୨୦*, ମଣ୍ଡଳ-୪/୩୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେପାଳକୁ ୪-୧ରେ ହରାଇଲା ଭାରତ

ଢାକା, ୨୧।୩: ସ୍ଥାନୀୟ ବିଏସ୍‌ଏସ୍‌ଏସ୍‌ ମୁସ୍ତାଫା କମଲ ଷ୍ଟାଡିୟମରେ ୧୭ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୋମବାର ଅନୁଷ୍ଠିତ ପ୍ରଥମ...

ବିସିସିଆଇ ସିଇଓ ଜୋହରିଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟକାରୀ ଅଫିସର ରାହୁଲ ଜୋହରି ଇସ୍ତଫା ପତ୍ର ଦେଇଛନ୍ତି। ମାତ୍ର ତାଙ୍କ ଇସ୍ତଫାକୁ ଏପର୍ଯ୍ୟନ୍ତ ଗ୍ରହଣ...

୬୫ ବର୍ଷ ପରେ କ୍ରିକେଟ୍‌ରେ ଘଟିବ ଏମିତି

ସିଡନୀ,୧୯।୧୧: ଟିମ ପେନ୍‌ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ କ୍ରିକେଟରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଆଶେସ ସିରିଜ ପାଇଁ ଅଷ୍ଟ୍ରେଲିଆ ଏକ...

ଆଇପିଏଲ୍‌କୁ ନେଇ ଆଫ୍ରିଦିଙ୍କ କଟାକ୍ଷ: ସିରିଜ ମଝିରୁ ଖେଳାଳିଙ୍କୁ ଛାଡ଼ିବା…

ଲାହୋର,୯।୪: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କ୍ରିକେଟ ଦକ୍ଷିଣ ଆଫ୍ରିକା(ସିଏଏ) ପକ୍ଷରୁ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସିରିଜ ମଝିରୁ ଆଇପିଏଲ୍‌ ଖେଳିବା ପାଇଁ ପଠାଯିବା ଆଶ୍ଚର୍ଯ୍ୟଜନକ...

୧୦ ବର୍ଷ ହେଲା କ୍ରିକେଟରଙ୍କ ଟଙ୍କା ବାକି ରଖିଛି ବିସିସିଆଇ: ଅଭିଯୋଗ ଆଣିଲେ ଏହି ଖେଳାଳି…

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୃଥିବୀର ଧନୀ ବୋର୍ଡ ଭାବେ ପରିଗଣିତ କରାଯାଇଥାଏ। ତେବେ କରୋନା ମହାମାରୀ ସଙ୍କଟ ଯୋଗୁ ବିସିସିଆଇର ଆର୍ଥିକ ସ୍ଥିତି...

ବାରବାଟୀ ଷ୍ଟାଡିୟମରେ ଇସାକ

କଟକ ଅଫିସ,୧।୭- ଓଡ଼ିଶା ଗସ୍ତରେ ଆସିଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ)ର ବୈଷୟିକ ନିର୍ଦ୍ଦେଶକ ଇସାକ ଦୋରୁ ରବିବାର ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି...

‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ...

ଧୋନୀଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ମୁମ୍ବାଇ,୨୦।୪ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରରେ ସୋମବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଓ୍ବାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ...

Advertisement
Archives

Model This Week