ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହରାଇ ୨ ଯୁବକଙ୍କ ଆତ୍ମହତ୍ୟା

ବାଲିକୁଦା/ଆଳି,୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.):ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ରୋଜଗାର ନିଶାରେ ପଢ଼ିଯାଉଛନ୍ତି ଯୁବପିଢ଼ି। ଏହି ନିଶା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ମଧ୍ୟ ଗ୍ରାସିଛି। ପ୍ରଥମେ ମିଳୁଥିବା ଲାଭକୁ ଦେଖି ପରିବାର ଅଜାଣତରେ ବିପୁଳ ଟଙ୍କା ସେଥିରେ ବିନିଯୋଗ କରି ହରାଇ ଦେଉଛନ୍ତି। ଶେଷରେ ହତାଶ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏଭଳି ୨ଟି ଘଟଣା ସୋମବାର ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଘଟିଛି। ୨୨ରୁ ୨୫ ବର୍ଷୀୟ ୨ ଜଣ ଯୁବକ ଜୀବନ ହାରିଦେଇଛନ୍ତି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧୀନ ଭୁଆସୁଣୀ ଗଁାର ଭଗବାନ ପରିଡ଼ାଙ୍କ ବଡ଼ ପୁଅ ଦେବେନ୍ଦ୍ର (୨୫) ଏବଂ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାନପୁର ଗଁାର ଆଶିଷ କୁମାର ଦାସ(୨୨)। ଦେବେନ୍ଦ୍ରଙ୍କ ବାପା ଭଗବାନ ଜଣେ ଧାନ ଓ ମୁଗ ବ୍ୟବସାୟୀ। ତାଙ୍କ ବ୍ୟବସାୟର ସବୁ ଟଙ୍କା ଦେବେନ୍ଦ୍ରଙ୍କ ଆକାଉଣ୍ଟରେ ରୁହେ। ଉକ୍ତ ଆକାଉଣ୍ଟରେ ପ୍ରାୟ ୪ ଲକ୍ଷ ଟଙ୍କା ଥିଲା।

ଦେବେନ୍ଦ୍ର କିଛି ଦିନ ତଳେ ନିଜ ମୋବାଇଲରେ ଏକ ଅନ୍‌ଲାଇନ ଗେମ୍‌ ଖେଳିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସବୁ ଟଙ୍କା ହରାଇ ଦେବା ପରେ ସେ ଉଦାସ ରହୁଥିଲେ। ପରିବାର ଲୋକେ ତାଙ୍କୁ ପଚରାଉଚରା କରିବା ପରେ ସେ ସବୁ କଥା ମାନି ଯାଇଥିଲେ। ଏହା ଶୁଣି ପରିବାର ସଦସ୍ୟ ବିରକ୍ତ ହୋଇଥିଲେ। ରବିବାର ରାତିରେ ଦେବେନ୍ଦ୍ର ଖାଇସାରି ଶୋଇବାକୁ ଯାଇଥିଲେ। ସୋମବାର ସକାଳେ ସେ ଘର କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗିବା ପରେ ତାଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ ବୋଲି ଭଗବାନ ବାଲିକୁଦା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୧୦/୨୨) ରୁଜୁ ହୋଇଛି।
ସେହିପରି ଆଶିଷ ସୋମବାର ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିଲେ। ଏଥିରେ ସେ ୧୦ହଜାର ଟଙ୍କା ହାରିଯିବାରୁ ମ୍ରିୟମାଣ ହୋଇ ଫ୍ୟାନ୍‌ରେ ଗାମୁଛା ଲଗାଇ ଝୁଲିପଡିଥିଲେ। ଆଶିଷଙ୍କ ଦାଦା ରାଜକିଶୋର ଥାନାରେ ଏନେଇ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଶିଷ ଅପରାହ୍ନ ପ୍ରାୟ ୫ଟାରେ ନିଜ ଶୋଇବା ରୁମ୍‌ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ପରିବାର ଲୋକେ ତାଙ୍କୁ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ରାଜକିଶୋର ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ରୁମ୍‌ ଭିତରକୁ ଯିବାବେଳକୁ ଆଶିଷ ଫ୍ୟାନ୍‌ରେ ଝୁଲୁଥିଲେ। ତାଙ୍କୁ ତୁରନ୍ତ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩୬/୨୨) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri