୨ ବର୍ଷ ବିତିଲା, ଚାଲିପାରିଲାନି ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୧୬ା୭(ଡି.ଏନ୍‌.ଏ.): ବହୁ ଆଶା ଭରସା ନେଇ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଲଳିତଗିରି, ରନତ୍ଗିରି, ଉଦୟଗିରି, ଓଳାଶୁଣୀ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ବାହାର ରାଜ୍ୟର ପର୍ଯ୍ୟଟକ ଆସିବେ ବୋଲି ସେତେବେଳେ ଘୋଷଣା କରାଯାଇଥିଲା। ତେବେ ଏହାମଧ୍ୟରେ ୨ ବର୍ଷ ହେବ ଏହି ରେଳପଥରେ ମାଲବାହୀ ଟ୍ରେନ୍‌ ଚଳାଚଳ କରୁଥିଲେ ମଧ୍ୟ ଅଦ୍ୟାବଧି ପାସେଞ୍ଜର ଟ୍ରେନ୍‌ ଚାଲିପାରିଲା ନାହିଁ। ୨୦୨୦ ଜୁଲାଇ ୩୦ରେ ଏହି ରେଳପଥରେ ପ୍ରଥମ କରି ମାଲବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଏହାପରେ ପାସେଞ୍ଜର ଟ୍ରେନ୍‌ ପ୍ରଥମେ ଚଳାଇବାକୁ ଦାବି କରି ଲୋକେ ରେଳରୋକୋ ଆନ୍ଦୋଳନ ଆରମ୍ଭ କରିଥିଲେ। ଫଳରେ ୭ଦିନ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ପରେ ପୂର୍ବତଟ ରେଳପଥ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ, କରୋନା କଟକଣା ହଟିବା ପରେ ଏହି ରେଳପଥରେ ପାସେଞ୍ଜର ଟ୍ରେନ୍‌ ଚାଲିବ। ଏହାମଧ୍ୟରେ ପ୍ରତିଶ୍ରୁତିକୁ ୨ ବର୍ଷ ଅତିକ୍ରମ ହୋଇଗଲାଣି। କିନ୍ତୁ ପାସେଞ୍ଜର ଟ୍ରେନ୍‌ ଚାଲିପାରିନାହିଁ। କେବେ ଚାଲିବ ତାହା ମଧ୍ୟ ଠିକ୍‌ରେ କେହି କହି ପାରୁନାହାନ୍ତି। ୨୦୨୧ରେ କେନ୍ଦ୍ର ସରକାର ରେଳ ବଜେଟ୍‌ରେ ୧୦୦ କୋଟି ଟଙ୍କା ଏହି ରେଳପଥର ଉନ୍ନତି ପାଇଁ ପ୍ରଦାନ କରିଥିଲେ। ଶୀଘ୍ର ୮୨ କିଲୋମିଟର ଅତିକ୍ରମ କରିଥିବା ଏହି ରେଳପଥରେ ବିଭିନ୍ନ ସ୍ଥାନରେ ହୋଇଥିବା ରେଳ ଷ୍ଟେଶନ୍‌ଗୁଡ଼ିକର ଉନ୍ନତୀକରଣ କରାଗଲାପରେ ପାସେଞ୍ଜର ଟ୍ରେନ୍‌ ଚାଲିବ ବୋଲି ସେତେବେଳେ ପୂର୍ବତଟ ରେଳପଥ ଓ ରେଳ ବିକାଶ ନିଗମ ଲିମିଟେଡ୍‌ ତରଫରୁ କୁହାଯାଇଥିଲା।
ସୂଚନା ଥାଉକି, ଭାରତର ପ୍ରଥମ ଫାଟକ ବିହୀନ ରେଳପଥ ଭାବେ ପରିଗଣିତ ହରିଦାସପୁର-ପାରାଦୀପ ରେଳପଥ ୧୯୯୭ରେ କେନ୍ଦ୍ର ସରକାରଙ୍କ ତରଫରୁ ଘୋଷଣା କରାଯାଇ ଜମି ଅଧିଗ୍ରହଣ କାମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ୨୦୦୭ରେ ଶେଷ ହେବାର ଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ବିଳମ୍ବ ହୋଇଥିଲା। ୨୦୨୦ ଜୁନ୍‌ରେ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପ୍ରଥମ କରି ମାଲବାହୀ ଟ୍ରେନ୍‌ ଚାଲିଲା। ଏହି ରେଳପଥ ପିପିପି ମୋଡ୍‌ରେ ହୋଇଛି, ଯାହାକି ବହୁ ବଡ଼ବଡ଼ କମ୍ପାନୀ ରେଳପଥ ନିର୍ମାଣରେ ଅର୍ଥ ଲଗାଣ କରିଛନ୍ତି। ଉକ୍ତ ରେଳପଥ ମଧ୍ୟରେ ୯ଟି ଷ୍ଟେଶନ୍‌ ନିର୍ମାଣ କରାଯାଇଛି। ପୂର୍ବରୁ ହରିଦାସପୁର ଷ୍ଟେଶନ ଥିଲାବେଳେ ନୂତନ କରି ଚଣ୍ଡିଖୋଲ, ରନତ୍ଗିରି ରୋଡ୍‌, ଲଳିତଗିରିରୋଡ୍‌, ବାଜିପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ରୋଡ଼, କଳାଗଡ଼, ନୂଆଗାଁ ଓ ସିଜୁ ଷ୍ଟେଶନ୍‌ ନିର୍ମାଣ କରାଯାଇଛି। ରେଳ ବିକାଶ ନିଗମ ଲିମିଟେଡ୍‌ ଏହି ଷ୍ଟେଶନ୍‌ଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଛି। ତେବେ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ହେତୁ ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି। ତୁରନ୍ତ ପାସେଞ୍ଜର ଟ୍ରେନ୍‌ ନ ଚାଲିଲେ ଆଞ୍ଚଳିକ ବିକାଶ ପରିଷଦ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ଲୋକସମ୍ପର୍କ ଅଧିକାରୀ ନିରାକାର ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ଉକ୍ତ ରେଳପଥରେ ଷ୍ଟେଶନଗୁଡ଼ିକର ଆଧୁନିକୀକରଣ କାର୍ଯ୍ୟ ଅଦ୍ୟାବଧି ସରିନାହିଁ। ମାଲବାହୀ ଟ୍ରେନ୍‌ରେ ଯିବାରେ ବିଶେଷ ଅସୁବିଧା ନାହିଁ। ମାତ୍ର ପାସେଞ୍ଜର ଟ୍ରେନ୍‌ ଯିବାକୁ ହେଲେ ସିଗନାଲ ପଏଣ୍ଟଠୁ ଆରମ୍ଭ କରି ଯାତ୍ରୀଙ୍କ ସମସ୍ତ ପ୍ରକାର ସୁବିଧା ଆବଶ୍ୟକ ଅଛି। ତେଣୁ କାର୍ଯ୍ୟ ଶେଷ ହେଲାପରେ ପାସେଞ୍ଜର ଟ୍ରେନ୍‌ ଚାଲିବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri