୨ଦିନ କହି ସପ୍ତାହେ ବିତିଲା: ଫଳ ଶୂନ

ଡେରାବିଶ, ୧୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ସପ୍ତାହକ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏକ ସ୍ବତନ୍ତ୍ର ବୈଠକ ଡାକି ଏହାର ଆଶୁ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସବୁ ସମସ୍ୟା ଦୁଇଦିନ ଭିତରେ ସମାଧାନ ହୋଇଯିବ ବୋଲି କହି ଉପସ୍ଥିତ ଥିବା ଲୋକପ୍ରତିନିଧିଙ୍କୁ ବ୍ଲକରେ ଥିବା ଯନ୍ତ୍ରୀ ଦ୍ୱୟ ଆଶ୍ୱାସନା ଦେଇଥିଲେ। ଇତିମଧ୍ୟରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ପାନୀୟଜଳ ସମସ୍ୟାର ଆଦୌ ସମାଧାନ ହୋଇ ପାରିନାହିଁ। ଠାକୁରହାଟଠାରେ ଥିବା ଓଭରହେଡ୍‌ ଟାଙ୍କିରେ ପାଣି ବୁନ୍ଦାଏ ନ ଥିବାବେଳେ ଏହାକୁ ମରାମତି ଓ ରଙ୍ଗ କରିବା ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି।
ଦୀର୍ଘ ମାସେ ହେବ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ପାଇଁ ବ୍ଲକରେ ପାନୀୟ ଜଳ ସମସ୍ୟା ଦିନକୁଦିନ ଉତ୍କଟ ହେବାରେ ଲାଗିଛି। ବ୍ଲକ ଅଧୀନ ଗୁଆଳସିଂ ଓ କୁଶିଆପଳ ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ଅନ୍ୟ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଲୋକଙ୍କୁ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଗୁଆଳସିଂ ପଞ୍ଚାୟତ ଠାକୁରହାଟଠାରେ ଏକ ଓଭରହେଡ ଟାଙ୍କି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଦୀର୍ଘ ବର୍ଷ ହେବ ଓଭରହେଡ୍‌ ଟାଙ୍କିକୁ ପାଣି ନ ଉଠିବା ଯୋଗୁ ପଞ୍ଚାୟତର ବହୁ ୱାର୍ଡବାସୀ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତ। ଏ ବିଷୟରେ ଉଭୟ ଗୁଆଳସିଂ ଓ କୁଶିଆପାଳ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ମାର୍ଚ୍ଚ ମାସଠାରୁ ଏଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଗ୍ରାମଗୁଡ଼ିକରେ ଥିବା ଅଗଭୀର ନଳକୂପରୁ ଆଇରନ୍‌ଯୁକ୍ତ ପାଣି ବାହାରୁ ଥିବାରୁ ବିଶୁଦ୍ଧ ପାଣି ଟୋପାଏ ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ବ୍ଲକ ଅଧୀନ ଇନ୍ଦାଳୋ, ଚାଟରାଚକଡ଼ା, ବେଣୀପୁର, ରତାଦିଆଖଣ୍ଡସାହି ସମେତ ଅନ୍ୟ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବ୍ଲକରେ ଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ବିଭୁଦତ୍ତ ଦାସ ଓ ଦେବାଶିଷ ଧଳ ସବୁ ଜାଣି କୌଣସି ପଦକ୍ଷେପ ନେଉନାହାନ୍ତି। ଯେତେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀଦ୍ୱୟ କେବଳ ଲୋକଙ୍କୁ ଆଶ୍ୱାସନା ଦେଇ ବିଦା କରିଛନ୍ତି। ବିଶେଷକରି ଗୁଆଳସିଂ ପାନୀୟଜଳ ସମସ୍ୟା ସମ୍ପର୍କରେ ସରପଞ୍ଚ ମଧୁସ୍ମିତା ଦାସ ପଞ୍ଚାୟତ ସମିତିରେ ବାରମ୍ବାର ଅଭିଯୋଗ ଆଣିଥିଲେ। ଏଯାଏ ତା’ର କୌଣସି ସମାଧାନ ହୋଇ ନ ଥିବାରୁ ସପ୍ତାହକ ମଧ୍ୟରେ ପାନୀୟ ଜଳ ସମସ୍ୟାର ଯଦି ସମାଧାନ ନ ହୁଏ ସେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଧଳଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ମୋ ପାଖରେ ପହଞ୍ଚତ୍ ନାହିଁ। ଅଭିଯୋଗ ପହଞ୍ଚତ୍ବା ପରେ କେଉଁ ଗାଁ ରେ ପାଣି ପହଞ୍ଚୁନି ସେ ସ୍ଥିତି ପରଖିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri