୨ଦିନ କହି ସପ୍ତାହେ ବିତିଲା: ଫଳ ଶୂନ

ଡେରାବିଶ, ୧୦ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ ସପ୍ତାହକ ତଳେ ପାନୀୟ ଜଳ ସମସ୍ୟାକୁ ନେଇ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ଏକ ସ୍ବତନ୍ତ୍ର ବୈଠକ ଡାକି ଏହାର ଆଶୁ ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସବୁ ସମସ୍ୟା ଦୁଇଦିନ ଭିତରେ ସମାଧାନ ହୋଇଯିବ ବୋଲି କହି ଉପସ୍ଥିତ ଥିବା ଲୋକପ୍ରତିନିଧିଙ୍କୁ ବ୍ଲକରେ ଥିବା ଯନ୍ତ୍ରୀ ଦ୍ୱୟ ଆଶ୍ୱାସନା ଦେଇଥିଲେ। ଇତିମଧ୍ୟରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ପାନୀୟଜଳ ସମସ୍ୟାର ଆଦୌ ସମାଧାନ ହୋଇ ପାରିନାହିଁ। ଠାକୁରହାଟଠାରେ ଥିବା ଓଭରହେଡ୍‌ ଟାଙ୍କିରେ ପାଣି ବୁନ୍ଦାଏ ନ ଥିବାବେଳେ ଏହାକୁ ମରାମତି ଓ ରଙ୍ଗ କରିବା ବାବଦରେ ବାର୍ଷିକ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି।
ଦୀର୍ଘ ମାସେ ହେବ କେନ୍ଦ୍ରାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ଅପାରଗତା ପାଇଁ ବ୍ଲକରେ ପାନୀୟ ଜଳ ସମସ୍ୟା ଦିନକୁଦିନ ଉତ୍କଟ ହେବାରେ ଲାଗିଛି। ବ୍ଲକ ଅଧୀନ ଗୁଆଳସିଂ ଓ କୁଶିଆପଳ ପଞ୍ଚାୟତର ବିଭିନ୍ନ ଗ୍ରାମ ସମେତ ଅନ୍ୟ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଲୋକଙ୍କୁ ଯୋଗାଇବା ପାଇଁ ବିଭାଗ ପକ୍ଷରୁ ଗୁଆଳସିଂ ପଞ୍ଚାୟତ ଠାକୁରହାଟଠାରେ ଏକ ଓଭରହେଡ ଟାଙ୍କି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇ ପାନୀୟ ଜଳଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଦୀର୍ଘ ବର୍ଷ ହେବ ଓଭରହେଡ୍‌ ଟାଙ୍କିକୁ ପାଣି ନ ଉଠିବା ଯୋଗୁ ପଞ୍ଚାୟତର ବହୁ ୱାର୍ଡବାସୀ ପାନୀୟଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତ। ଏ ବିଷୟରେ ଉଭୟ ଗୁଆଳସିଂ ଓ କୁଶିଆପାଳ ପଞ୍ଚାୟତବାସୀଙ୍କ ପକ୍ଷରୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ମାର୍ଚ୍ଚ ମାସଠାରୁ ଏଯାଏ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଗ୍ରାମଗୁଡ଼ିକରେ ଥିବା ଅଗଭୀର ନଳକୂପରୁ ଆଇରନ୍‌ଯୁକ୍ତ ପାଣି ବାହାରୁ ଥିବାରୁ ବିଶୁଦ୍ଧ ପାଣି ଟୋପାଏ ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ବ୍ଲକ ଅଧୀନ ଇନ୍ଦାଳୋ, ଚାଟରାଚକଡ଼ା, ବେଣୀପୁର, ରତାଦିଆଖଣ୍ଡସାହି ସମେତ ଅନ୍ୟ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ବ୍ଲକରେ ଥିବା ବିଭାଗୀୟ କନିଷ୍ଠଯନ୍ତ୍ରୀ ବିଭୁଦତ୍ତ ଦାସ ଓ ଦେବାଶିଷ ଧଳ ସବୁ ଜାଣି କୌଣସି ପଦକ୍ଷେପ ନେଉନାହାନ୍ତି। ଯେତେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀଦ୍ୱୟ କେବଳ ଲୋକଙ୍କୁ ଆଶ୍ୱାସନା ଦେଇ ବିଦା କରିଛନ୍ତି। ବିଶେଷକରି ଗୁଆଳସିଂ ପାନୀୟଜଳ ସମସ୍ୟା ସମ୍ପର୍କରେ ସରପଞ୍ଚ ମଧୁସ୍ମିତା ଦାସ ପଞ୍ଚାୟତ ସମିତିରେ ବାରମ୍ବାର ଅଭିଯୋଗ ଆଣିଥିଲେ। ଏଯାଏ ତା’ର କୌଣସି ସମାଧାନ ହୋଇ ନ ଥିବାରୁ ସପ୍ତାହକ ମଧ୍ୟରେ ପାନୀୟ ଜଳ ସମସ୍ୟାର ଯଦି ସମାଧାନ ନ ହୁଏ ସେ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ଧଳଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ମୋ ପାଖରେ ପହଞ୍ଚତ୍ ନାହିଁ। ଅଭିଯୋଗ ପହଞ୍ଚତ୍ବା ପରେ କେଉଁ ଗାଁ ରେ ପାଣି ପହଞ୍ଚୁନି ସେ ସ୍ଥିତି ପରଖିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri