ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ

କେନ୍ଦ୍ରାପଡ଼ା ଅଫିସ,୧୦ା୬: ବନ୍ୟା ମୁକାବିଲା ପାଇଁ ଜିଲାସ୍ତରୀୟ ବୈଠକ ହେଉଛି। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ ଟଙ୍କା ଖର୍ଚ୍ଚ ସତ୍ତ୍ୱେ କେନ୍ଦ୍ରାପଡ଼ା ଜିଲାରେ ନଦୀବନ୍ଧ ସୁଦୃଢ ହେଉନାହିଁ। ଫଳରେ ଏହାର ପ୍ରଭାବରେ ପ୍ରତିବର୍ଷ ଜିଲାର ୫୫ ପଞ୍ଚାୟତରେ ବନ୍ୟା ଜଳ ପଶୁଛି। ଗରଦପୁର ବ୍ଲକ ଅଞ୍ଚଳର ସର୍ବାଧିତ୍କ କ୍ଷତି ହେଉଥିବା ବେଳେ ଫସଲ, ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀବନ୍ଧ ସୁଦୃଢ଼ ନ ଥିବାରୁ ଆଳିର ୧୬ ପଞ୍ଚାୟତ, ପଟ୍ଟାମୁଣ୍ଡାଇର ୧୪, ରାଜନଗରର ୪, ମାର୍ଶାଘାଇର ୯, ଡେରାବିଶର୨, ମହାକାଳପଡାର ୯ ଓ ଗରଦପୁର ବ୍ଲକ ଅଞ୍ଚଳରେ ବନ୍ୟା ଜଳ ମାଡିଯାଉଛି।
ଏ ସମ୍ପର୍କରେ ସାମାଜିକ କର୍ମୀ ବାନାମ୍ବର ସାହୁ କୁହନ୍ତି, ଜିଲାରେ ଉଦ୍‌ବୃତ୍ତ ଜଳ ନିଷ୍କାସନ ବ୍ୟବସ୍ଥା ଏକ ବଡ ସମସ୍ୟା ହୋଇଛି। ଜିଲାରେ ୭ ନଦୀ ଓ ୨୭ ଶାଖା ନାଳ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ନଦୀରେ ସାମାନ୍ୟ ଅଧିକ ପାଣି ଜିଲାର ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ନଦୀବନ୍ଧର ସୁଦୃଢ଼ୀକରଣ ସହ ନିଷ୍କାସନ ପଥ ବର୍ଷାଋତୁ ପୂର୍ବରୁ ସଫା ରଖିବା ଆବଶ୍ୟକ। ଇତିମଧ୍ୟରେ କେନ୍ଦ୍ରାପଡ଼ା ଜିଲା ମାନ୍ୟତାକୁ ୨୭ ବର୍ଷ ବିତିଛି। ବନ୍ୟା ଜଳ ନିଷ୍କାସନ ପାଇଁ ଅଦ୍ୟାବଧି କୌଣସି ଯୋଜନା କାର୍ଯ୍ୟକାରୀ ହୋଇ ନ ଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ମହାକାଳପଡ଼ାର ସୂର୍ଯ୍ୟପ୍ରକାଶ ପାଣି କହିଛନ୍ତି, ଏହି ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ। ବର୍ଷା ଅଧିକ ହେଲେ ଜିଲାର ୧୬୦ ଗ୍ରାମରେ ବନ୍ୟାଜଳ ପ୍ରବେଶ କରୁଛି। ବିଶେଷ ଭାବେ ରାଜକନିକା ଓ ଆଳି ବ୍ଲକ ଅଞ୍ଚଳର ସର୍ବାଧିକ ୫୦ ଗଁା ବନ୍ୟା ଯୋଗୁ ପ୍ରଭାବିତ ହେଉଛିି। ସେହିପରି ରାଜନଗରର ୩୪ ଗଁା, ପଟ୍ଟାମୁଣ୍ଡାଇର ୨୫ ଗଁା ବନ୍ୟା ଘେରରେ ରହୁଥିବା ବେଳେ ମହାକାଳପଡା, ମାର୍ଶାଘାଇ, ଡେରାବିଶ, ଗରଦପୁର ବ୍ଲକ ଅଞ୍ଚଳର କେତେକ ଗ୍ରାମ ପ୍ରଭାବିତ ହେଉଛି। ଅତ୍ୟଧିକ ବନ୍ୟା ଆସିଲେ ଗରଦପୁର ବ୍ଲକ ଅଞ୍ଚଳର ୫ ଗଁାର ଜନଜୀବନକୁ ବ୍ୟତିବ୍ୟସ୍ତ କରୁଛି। ଚାଷ ଉଜୁଡିବା ସହ ଅନେକ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। ନଦୀ ଶଯ୍ୟା ଖନନ, ବନ୍ଧବାଡର ମରାମତି ସହ ନୂତନ ବନ୍ଧର ଆବଶ୍ୟକତା ଅଛି। ସାମାଜିକ କର୍ମୀ ବିଭୂତି ଭୂଷଣ ରାଉତ କହିଛନ୍ତି, ଗୋବରୀ ନଦୀରେ ବନ୍ଧ ନାହିଁ। ଏହି ନଦୀ କୂଳରେ ଘର ଓ ଗ୍ରାମ ରହିଛି। ବର୍ଷାଋତୁରେ ନଦୀରୁ ପାଣି ଉଛୁଳି ଘରେ ପଶୁଛି। କୁମ୍ଭୀର ଭୟ ଥିବାରୁ ଗ୍ରାମବାସୀ ସର୍ବଦା ଭୟଭୀତ ହୋଇଥାନ୍ତି। ଏ ନେଇ ସ୍ଥାନୀୟ ଅଧିବାସୀ ଜିଲା ପ୍ରଶାସନ ନିକଟରେ ବନ୍ଧ ପାଇଁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ତେବେ ଏହି ସମସ୍ୟାର ସମାଧାନ ହେଉନାହିଁ। ପରିବେଶବିତ୍‌ ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ନଦୀ ସଂଯୋଗୀକରଣକୁ ଜିଲାବାସୀ ଅଗ୍ରାଧିକାର ଦେଇଛନ୍ତି। ନଦୀର ସୁମଧୁର ପାଣିକୁ ସମୁଦ୍ରକୁ ନିର୍ଦ୍ଦିଷ୍ଟ ମାତ୍ରାରେ ଛାଡି ଅବଶିଷ୍ଟ ଜଳକୁ ପାନୀୟ ଓ କ୍ଷେତରେ ବ୍ୟବହାର କରାଯାଇ ପାରିବ। ବିଭିନ୍ନ ସ୍ଥାନରେ କ୍ରିକ୍‌ ବନ୍ଧ ସହ ବନ୍ୟାକୁ ରୋକିବାକୁ ନଦୀବନ୍ଧ ବ୍ୟବସ୍ଥା କରିବାକୁ ପଡିବ। ଏଥିସହ କ୍ଷେତରୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ସ୍ବତନ୍ତ୍ର ଯୋଜନା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଉଦ୍‌ବୃତ୍ତ ଜଳର ନିଷ୍କାସନ ସହ ବନ୍ୟା ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏଥିପାଇଁ ଗତ ବୈଠକରେ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଛି। ନଦୀବନ୍ଧ ସୁଦୃଢ଼ୀକରଣ ସହ ଉଦ୍‌ବୃତ୍ତ ଜଳ ନିଷ୍କାସନକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?