ଆଢୁଆଳର ଦୁଇ କଥା

ଢ଼ୁଆଳର ଦୁଇ କଥା, ଯାହା ଉପରେ ସାରା ସମାଜ ଛିଡ଼ା ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାହା ଅତି ଶକ୍ତିଶାଳୀ, ତାହାର ଠିକ୍‌ ଉପଯୋଗ ନ ହେଲେ ସମାଜର ଅନେକ କ୍ଷତି ଘଟାଇବ, ଆମେ ମଧ୍ୟ କହିପାରିବା ସମାଜରେ ଯେତେ ବି ଅଘଟଣ ଘଟୁଛି, ତାହାର ମୂଳରେ ସେହି ଦୁଇଟିରୁ କୌଣସି ଗୋଟିଏ କାରକ ହୋଇଥିବ ନିଶ୍ଚିତ। ସେଥିପାଇଁ ଜ୍ଞାନୀଗୁଣୀଜନ ତାହାକୁ ଅତି ସନ୍ତର୍ପଣରେ, ସତର୍କତାର ସହିତ ସ୍ଥାନ, କାଳ, ପାତ୍ରରେ ଦେଖି ଆଲୋଚନା କରିବା ପାଇଁ ସବୁବେଳେ ଉପଦେଶ ଦେଇଥାନ୍ତି, ଯାହା ସର୍ବସମ୍ମୁଖରେ ସର୍ବଦା ପ୍ରକାଶ ଯୋଗ୍ୟ ନୁହେଁ ମଧ୍ୟ।
ସାମାଜିକ ବିଜ୍ଞାନରେ ରଚିଥିବା ବ୍ୟକ୍ତିଙ୍କୁ ଯଦି ପଚରା ଯାଏ କାହା ବିନା ମଣିଷ ସମାଜ ବଞ୍ଚିପାରିବ ନାହିଁ, ତାହାର ଉତ୍ତର ସେମାନଙ୍କ ନିକଟରୁ ଆସିବ ‘ଯୌନାକାଂକ୍ଷା’। ଯଦିଓ ଆମଭଳି ସାଧାରଣ ମଣିଷ ମନକୁ ଅନେକ ଉତ୍ତର ଆସିବ, କିନ୍ତୁ ଆମେ ପଛକୁପଛ ସମୟକୁ ଫେରିଯିବା, ଶେଷରେ ଏହି ଉତ୍ତରରେ ଏକମତ ହେବା। ପଶୁପକ୍ଷୀ ପ୍ରାକୃତିକ ନିୟମକୁ ସମାହିତ କରି ବଂଶ ବିସ୍ତାର କରନ୍ତି। ସେହିପରି ଜୈବ ବିବର୍ତ୍ତନର ଧାରାରେ ଆଦିମ ମଣିଷ ଏହି ପ୍ରାକୃତିକ କ୍ରିୟାକୁ ସମାପନ କରୁଥିଲା। ଏହାକୁ ଆମେ ସମସ୍ତେ ଜାଣୁ, କିନ୍ତୁ ସର୍ବସମ୍ମୁଖରେ ଆଲୋଚନାକୁ ସମାଜ ଗ୍ରହଣ କରେ ନାହିଁ। ସମସ୍ତେ ସର୍ବଦା ଉହ୍ୟ ରଖିବାକୁ ଚାହାନ୍ତି।
ସରକାର ଏବେ ଏକ ପ୍ରୟାସ କରିଛନ୍ତି ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ଯୌନ ଶିକ୍ଷା ଦେବେ। ଏହା ଏକ ସମୟୋପଯୋଗୀ ପଦକ୍ଷେପ ହୋଇପାରେ, କିନ୍ତୁ କେଉଁ ଉପାୟରେ ଶିକ୍ଷାଦାନ କରାଯିବ ତାହା ବିଚାରଯୋଗ୍ୟ। ଶିକ୍ଷକ ଉଭୟ ଛାତ୍ରୀ ଓ ଛାତ୍ର ଉପସ୍ଥିତିରେ ଏହି ଶିକ୍ଷାର ଆଲୋଚନା କଲାବେଳେ ମାନସପଟରେ ସକାରାତ୍ମକଠାରୁ ନକାରାତ୍ମକ ଭାବ ଅଧିକ ଉଦ୍ରେକ ହୋଇପାରେ। କିନ୍ତୁ ଛାତ୍ର ଓ ଛାତ୍ରୀଙ୍କୁ ପୃଥକ୍‌ ଭାବେ, ସେମାନଙ୍କ ଅଗୋଚରରେ, ସ୍ବାସ୍ଥ୍ୟ କର୍ମୀ, ନର୍ସ ବା ଡାକ୍ତରମାନଙ୍କ ଦ୍ୱାରା ଗୋଟିଏ ଶିକ୍ଷା ବର୍ଷରେ ଅନେକ ସ୍ବାସ୍ଥ୍ୟ କର୍ମଶାଳା ନାମରେ ଯୌନଶିକ୍ଷା ଦିଆଯାଇପାରେ। ଏହା ସତ୍ୟ, ଅନେକ ନାରୀ ଅଜ୍ଞତା ପାଇଁ ଅନେକ ଯୌନ ସମ୍ବନ୍ଧୀୟ ରୋଗର ସମ୍ମୁଖୀନ ହେଉଛନ୍ତି। ଏପରିକି ସହର, ଗଁାରେ ସମସ୍ତ ନାରୀଙ୍କୁ ସାମୂହିକ ଭାବେ ସ୍ବାସ୍ଥ୍ୟ କର୍ମୀ, ମହିଳା ଡାକ୍ତରଙ୍କ ମାଧ୍ୟମରେ ସ୍ବାସ୍ଥ୍ୟ ସାକ୍ଷରତା ଅନୁଷ୍ଠିତ ହେବା ଉଚିତ। କେହି କେହି ଯୁକ୍ତି ରଖିପାରନ୍ତି, ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ତ ଏକାଠି ପୁଣି ଏ ସମ୍ବନ୍ଧୀୟ ପାଠ ପଢ଼ା ଯାଉଛି। ଏହା ଠିକ୍‌ କଥା। କିନ୍ତୁ ସେମାନେ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବୟସରେ ଆଉ ସେ ପାଠପଢ଼ା ବୃତ୍ତିକୁ ନେଇ। ତେଣୁ କୌଣସି ବିଷମ ଏତେଟା ଆସି ନ ପାରେ। ଜ୍ଞାନ ଅର୍ଜନ କ୍ଷେତ୍ରରେ ପରିବେଶ ଟିକେ ସକାରାତ୍ମକ ହେବା ଜରୁରୀ।
ଅନେକଙ୍କ ମନେଥିବ ନବେ ଦଶକରେ ଯେତେବେଳେ ଏଡ୍‌ସ ରୋଗ ବ୍ୟାପିବାକୁ ଲାଗିଲା, ଏ ସମ୍ବନ୍ଧରେ ଦୂରଦର୍ଶନରେ ବାରମ୍ବାର ସଚେତନତା ବିଜ୍ଞାପନ ପ୍ରଚାର କରାଗଲା, ଏହାକୁ ସମାଜ ସହଜରେ ଗ୍ରହଣ କଲା ନାହିଁ। ଅନେକେ ଅଭିଯୋଗ କଲେ ଘରେ ପରିବାର ସହିତ ଦୂରଦର୍ଶନ ଦେଖିବା ସହଜ ହେଉନାହିଁ ଅର୍ଥାତ୍‌ ଲଜ୍ଜାବୋଧ ହେଉଛି। ଏପରିକି କଥା ବିଧାନସଭାରେ ମଧ୍ୟ ଉଠିଥିଲା।
ଦି୍ବତୀୟ ଆଢ଼ୁଆଳର କଥା ହେଉଛି ଅର୍ଥ ବା ଧନ ଉପାର୍ଜନ କରିବାର ସଚେତନତା ଶିକ୍ଷା। ଆମେ ସାଧାରଣତଃ ବିଦ୍ୟାର୍ଥୀଙ୍କୁ ଯାହା ଦରକାର ନିଜେ କିଣି ଦେଇଥାଉ। ଆମର ଅନେକଙ୍କ ଧାରଣା ପିଲାଙ୍କ ହାତରେ ପଇସା ପଡ଼ିଲେ, ସେମାନେ ବିପଥଗାମୀ ହୋଇଯିବେ। ଅନେକ ସମୟରେ ଜ୍ଞାନୀଗୁଣୀ କହିଥାନ୍ତି ଯଦିଓ ବଞ୍ଚିବା ପାଇଁ କିଛି ଅର୍ଥର ପ୍ରୟୋଜନ, ତଥାପି ଟଙ୍କା ଜୀବନର ସବୁକିଛି ନୁହେଁ। ‘ଅର୍ଥ’ର ଗୁରୁତ୍ୱକୁ ଆଖିଆଗରେ ରଖି କୌଟିଲ୍ୟ ରାଷ୍ଟ୍ର ପରିଚାଳନା ସମ୍ବନ୍ଧୀୟ ଶାସ୍ତ୍ରର ନାମ ରଖିଥିଲେ ‘ଅର୍ଥ ଶାସ୍ତ୍ର’, ଯଦିଓ ଏହି ଶାସ୍ତ୍ରର ଅର୍ଥ ସହିତ କିଛି ନେଣଦେଣ ନାହିଁ।
ଆମ ପିଲାମାନଙ୍କୁ ବ୍ୟବସାୟ ସମ୍ବନ୍ଧୀୟ ଜ୍ଞାନ ଆହରଣ ପାଇଁ ବାଣିଜ୍ୟ ପାଠ ରହିଛି। ସରକାର ଏବେ ଗୋଟିଏ ପ୍ରସ୍ତାବ ରଖିଛନ୍ତି, ଶେୟାର୍‌ ମାର୍କେଟ ସମ୍ବନ୍ଧରେ ସବୁପିଲାଙ୍କୁ ଶିକ୍ଷା ଦିଆଯିବ। ଏ ସମ୍ବନ୍ଧରେ ଅନେକେ ଏକମତ ହେଉ ନାହାନ୍ତି। ବିଦ୍ୟାର୍ଥୀଟିଏ ଧନ ଆଡ଼କୁ ମନ ଚଞ୍ଚଳ ହୋଇଗଲେ, ତାହା ସମାଜ ଉପରେ, ପରିବାର ଉପରେ, ନିଜ ଉପରେ ଅନେକ କୁପ୍ରଭାବ ପକାଇବ। ମାନସିକ ଭାବେ ଅନ୍ୟ କୌଣସି ସୃଜନାତ୍ମକ କାର୍ଯ୍ୟ ପ୍ରତି ଉଦାସୀନ ରହିବ। ଯଦିଓ କିଛି ଠିକ୍‌ ଆଉ ଭୁଲ୍‌ର ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଅନେକଙ୍କ ମତ ଏହା ପିଲାଙ୍କୁ ଜ୍ଞାନ ଅର୍ଜନ କରିବାର ପ୍ରକ୍ରିୟାକୁ ବ୍ୟାଘାତ କରିବ। ଏଠାରେ ସୂଚିତ କରାଯାଇପାରେ ଶେୟାର ମାର୍କେଟକୁ ଫଟକା ବଜାର ବୋଲି କୁହାଯାଏ। ମୋବାଇଲ ଯୁଗରେ ପିଲାଏ ଏମିତି ବିଭିନ୍ନ ଠକାମିର ଶିକାର ହେଉଛନ୍ତି, ଅଜଣା ଯୋଗୁ ନୁହେଁ, ଲୋଭ ଯୋଗୁ। ତାହା ଅନ୍‌ଲାଇନ ଜୁଆ ଖେଳ ହୋଇପାରେ ବା ଶେୟାର ମାର୍କେଟର ମନୋଲୋଭା ବିଜ୍ଞାପନ ହୋଇପାରେ। ସେଥିପାଇଁ କୌଣସି କଥା ସର୍ବସମ୍ମୁଖରେ ଥୋଇବା ବିଚାରର ବିଷୟ। ସବୁ ଛାତ୍ରୀଛାତ୍ରଙ୍କୁ ଶେୟାର ମାର୍କେଟର ଶିକ୍ଷା ଦେଲେ, ଆଉ ଯଦି ସଭିଏଁ ଷଣ୍ଢ ଲଢ଼େଇ ଆଉ ଭାଲୁ ଲଢ଼େଇ ମଧ୍ୟରେ ମନୋନିବେଶ କରନ୍ତି, ପିଲାଏ ପ୍ରକୃତ ଜ୍ଞାନ ଅର୍ଜନରୁ ବିରତ ରହିବେ ନିଶ୍ଚିତ। ସାମାଜିକ ଦାୟିତ୍ୱବୋଧ ଟିକକ କ୍ଷୁଣ୍ଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ମଣିଷର ସ୍ବଭାବ ସହଜରେ କିପରି ଅର୍ଥ ଉପାର୍ଜନ କରିବ, ଆଉ ରାତିକା ରାତି ଧନୀ ହୋଇଯିବ। ଲଟେରି କ’ଣ ସମସ୍ତେ ଜାଣନ୍ତି, ଆଉ ଲଟେରି ଖେଳି ଅନେକେ କ୍ଷତି ସହୁଥିବାର ମଧ୍ୟ ଦେଖାଯାଉଛି, ଆଉ ଜୀବନ ବି ଯାଉଛି। ଆର୍ଥିକ ସାକ୍ଷରତା ପାଇଁ ସବୁ ବର୍ଗର ମଣିଷଙ୍କୁ ନେଇ ଅନେକ କର୍ମଶାଳା କରାଯାଇପାରେ।
ଅନେକ ଆଢ଼ୁଆଳର କଥା ଅଛି, ଯାହା ସର୍ବସମ୍ମୁଖରେ ବିଚାର ହେବା ଉଚିତ। କିନ୍ତୁ ଅନେକ କଥା ସମାଜ ଚାହେଁ ସ୍ଥାନ, କାଳ, ପାତ୍ରକୁ ତଉଲି ଆଲୋଚନା ହେଉ। ସେଥିପାଇଁ ଶିକ୍ଷାବିତ୍‌, ମନସ୍ତତ୍ୱବିତ୍‌, ସମାଜର ଜ୍ଞାନୀଗୁଣୀଙ୍କ ପରାମର୍ଶ ନେଇ ତଥା ଅନେକ ବିଚାର କରି ଏସବୁ ପ୍ରୟୋଗ ହେବା ଜରୁରୀ ମନେହୁଏ, ନଚେତ୍‌ ପରବର୍ତ୍ତୀ ସାମାଜିକ ବିଭ୍ରାଟକୁ ହାତ,କାତ ପାଇବ ନାହିଁ….।

ଗଣେଶ୍ୱର ନାୟକ
ଗୋଗଳ, କାଏମା, ଯାଜପୁର ମୋ:୯୭୭୭୭୪୯୭୨୭

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଥିବା ବେଳେ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?