ଅକାଳରେ ଝଡ଼ିଗଲେ ଦୁଇ ଭଉଣୀ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ

କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ ନାବାଳିକା ଝିଅ ହେଲେ ଇତିଶ୍ରୀ (୪) ଏବଂ ଲିପି (୨)। ୨ ଶିଶୁକନ୍ୟାଙ୍କ ଅକାଳ ମୃତ୍ୟୁ ପରେ ପରିବାର ଓ ଗାଁ ଦାଣ୍ଡ କାନ୍ଦବୋବାଳିରେ ଫାଟିବଡୁଛି।

ଖବର ଅନୁଯାୟୀ, ଉଭୟ ଭଉଣୀଙ୍କର ହଠାତ୍‌ ପ୍ରଥମେ ବାନ୍ତି ଓ ପରେ ଝାଡ଼ା ହୋଇଥିଲା। ଅସୁସ୍ଥ ହେବାରୁ ଦୁଇ ଜଣଙ୍କୁ ରାତି ପ୍ରାୟ ୮ ଟା ବେଳେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଲିପିଙ୍କ ମୃତ୍ୟୁ ଚିକିତ୍ସିତ ଅବସ୍ଥାରେ ରାତି ପ୍ରାୟ ୩ଟାରେ ମୃତ୍ୟୁ  ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। କୌଣସି ପ୍ରକାର ଅଖାଦ୍ୟ ଖାଇ ଅଥବା କୌଣସି ବିଶାକ୍ତ ଜୀବ କାମୁଡ଼ିଦେବା କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏହାକୁ ନେଇ ପରିବାରରେ ଶୋକ ଖେଳି ଯାଇଥିବା ବେଳେ ଗ୍ରାମରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ମେଡିକାଲରେ ମୃତ୍ୟୁବରଣ କରିଥିବା ଶିଶୁର ମୃତ୍ୟୁର କାରଣ ନିମୋନିଆ ବୋଲି ଜଣାପଡ଼ିଛି। ଅନ୍ୟ ଜଣଙ୍କର ମେଡିକାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡ଼ିବ ବୋଲି ସିଡିଏମଓ ଡାକ୍ତର କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟରେ ସୁନେଲି ସ୍ୱପ୍ନ: ବଢ଼ିଲା ମୁଣ୍ଡପିଛା ଋଣବୋଝ

ଭୁବନେଶ୍ୱର,୧୮।୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ୨୦୨୫-୨୬ ଆର୍ଥିକବର୍ଷ ପାଇଁ ୨.୯୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି, ଯାହାକି ୨୦୨୪-୨୫ ଆର୍ଥିକବର୍ଷର ବଜେଟ...

ଏସ୍‌ସିବିରେ ଶିଶୁ ବଦଳ ଅଭିଯୋଗ: ଅଭିଭାବକଙ୍କୁ ଧରାଇଦେଲେ ମୃତ ଶିଶୁ

କଟକ,୧୮।୨: ପୁଣି ଚର୍ଚ୍ଚାରେ ଏସ୍‌ସିବି। ଏସ୍‌ସିବି ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଜନ୍ମିତ ସନ୍ତାନ ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ବେଳେ ବଦଳ ହୋଇଥିବା ଅଭିଯୋଗ ହୋଇଛି।...

କାର୍ଯ୍ୟକାରୀ ହେବ ‘ସୁଭଦ୍ରା ପ୍ଲସ୍’: ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨: ରାଜ୍ୟରେ ଭାଜପା ସରକାର କ୍ଷମତାସୀନ ହେବା ପରଠୁ ଓଡ଼ିଶାର ମହିଳାମାନଙ୍କର ଉନ୍ନତୀକରଣ ଓ ସଶକରଣ ଦିରରେ ଗୁରୁତ୍ୱାରୋପ କରି ଆସୁଛନ୍ତି। ଏହି କ୍ରମରେ ରାଜା...

KIIT ବିଶ୍ବବିଦ୍ୟାଳୟର ଲାଇସେନ୍ସ ରଦ୍ଦ ପାଇଁ ଶିଳ୍ପମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର,୧୮।୨: KIIT ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲମସାଲ ମୃତ୍ୟୁ ମାମଲାରେ ସାରା ବିଶ୍ୱରେ ନିନ୍ଦିତ ହୋଇଛି ଓଡିଶା। ଏହି ଘଟଣାରେ ଶିକ୍ଷାନୁଷ୍ଠାନରେ ଅଶାନ୍ତ ବାତାବରଣ...

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁଆ ପାଠପଢ଼ା ସହ ପରୀକ୍ଷା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଖରା ତାତି ଅସହ୍ୟ ହେଉଥିବାରୁ ଏହା ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ ପ୍ରଭାବିତ କରୁଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି...

ଆଜିଠାରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରିଚାଳିତ ଯୁକ୍ତ୨ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମଥର କଳା, ବାଣିଜ୍ୟ, ବିଜ୍ଞାନ ଓ...

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅଶ୍ଳୀଳ ଇଙ୍ଗିତ ,ପରେ…

ନିରାକାରପୁର,୧୭ା୨(ମାନାସ ଚନ୍ଦ୍ର ପଟ୍ଟନାୟକ): ଟାଙ୍ଗୀ ବ୍ଲକ ଅଧୀନ ଡିଆ ପଞ୍ଚାୟତର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ବରିଷ୍ଠ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା...

ମୋ ବସ୍‌ ଦୁର୍ଘଟଣା ମାମଲା : ଝିଅ ପରେ ଚାଲିଗଲା ମା’ଙ୍କ ଜୀବନ

ଭୁବନେଶ୍ୱର,୧୭ା୨(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ତମାଣ୍ଡୋ ଥାନା ଅନ୍ତର୍ଗତ ପାତ୍ରପଡ଼ା ଡିଏନ୍‌ ରେଗାଲିଆ ନିକଟରେ ଶୁକ୍ରବାର ରାତିର ଘଟିଥିବା ମୋ ବସ୍‌ ଦୁର୍ଘଟଣାରେ ଆହତ ଆଉ ଜଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri