ସଙ୍ଘ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ସରପଞ୍ଚ ନିଲମ୍ବିତ

ମୋରଡା,୧୨।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ସରପଞ୍ଚ ସଙ୍ଘରୁ ଦୁଇଜଣ ସରପଞ୍ଚ ନିଲମ୍ବିତ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ବିଭିନ୍ନ ଦାବିକୁ ନେଇ ସୋମବାର ନବୀନ ନିବାସ ଘେରାଉ ପାଇଁ ରାଜ୍ୟ ସରପଞ୍ଚ ମହାସଂଘ ଡାକରା ଦେଇଥିଲା ଏବଂ ବାରିପଦା ଠାରେ ଏକ ଡିପିଆରସି ବୈଠକ ଥିଲା କିନ୍ତୁ ଉକ୍ତ ବୈଠକରେ କୌଣସି ସରପଞ୍ଚ ଭାଗ ନ ନେବାକୁ ନିଷ୍ପତି ନିଆଯାଇଥିଲା ବୋଲି କହିଥିଲେ ମୋରଡା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ତଥା ମୋରଡା ସରପଞ୍ଚ ରବି ସିଂ । କିନ୍ତୁ ଉକ୍ତ ନିଷ୍ପତିକୁ ଅବମାନନା କରି ଧଡ଼ାସାହି ସରପଞ୍ଚ ତିଲକା ହାଁସଦା ଏବଂ ଚଢ଼େଇଗାଁ ସରପଞ୍ଚ ଅନୁରାଧା ସିଂ ଡିପିଆରସି ବୈଠକରେ ଯୋଗଦେଇଥିଲେ, ଯାହାକୁ ନେଇ କ୍ଷୁବ୍ଧ ପ୍ରକାଶ କରିଥିଲେ ବ୍ଲକର ଅନ୍ୟ ପଞ୍ଚାୟତର ସରପଞ୍ଚଗଣ। ତେବେ ମଙ୍ଗଳବାର ସଭାପତି ରବି ସିଂଙ୍କ ସମେତ ଅନ୍ୟ ସରପଞ୍ଚ ମାନେ ଅପରାହ୍ନ ପାଞ୍ଚଟା ସମୟରେ ଚିତ୍ରଡାସ୍ଥିତ ଶୀର୍ଷାପାଳ ଛକ ନିକଟରେ ଏକାଠି ହୋଇଥିଲେ ଏବଂ ତିଲକା ହାଁସଦା, ଅନୁରାଧା ସିଂଙ୍କୁ ବ୍ଲକ ସରପଞ୍ଚ ସଙ୍ଘରୁ ନିଲମ୍ବିତ କରାଗଲା ବୋଲି ସୂଚନା ଦେଇଥିଲେ। ଉକ୍ତ ଦୁଇ ସରପଞ୍ଚଙ୍କ କାର୍ଯ୍ୟକଳାପ ଉପରେ ପ୍ରଚ୍ଛଦ ପଟ୍ଟରେ କୌଣସି ରାଜନେତା ଅଛନ୍ତି ବୋଲି କହିଛନ୍ତି ସଭାପତି ରବି ସିଂ। ଶ୍ରୀ ସିଂଙ୍କ ସମେତ ଚିତ୍ରଡା ସରପଞ୍ଚ ବାଲକ ମାର୍ଣ୍ଡି,ହଳଦୀପାଳ ସରପଞ୍ଚ ମାଳତୀ ମାର୍ଣ୍ଡି, ଚିକିଟାମାଟିଆ ସରପଞ୍ଚ ବାର୍ସା ହେମ୍ବ୍ରମ,ଘୋଳମୁଁହା ସରପଞ୍ଚ ବିରୁଆ ମୁର୍ମୁ,ପଳାସମୁଣ୍ଡୁଳି ସରପଞ୍ଚ ଲାଲମୋହନ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଏଠାରୁ ପ୍ରାର୍ଥୀ କଲା ଭାଜପା

ଖୋର୍ଦ୍ଧା,୨୭ା୪: ଶନିବାର ଭାଜପା ଆଉ ୮ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଭାଜପା ପ୍ରାର୍ଥୀ କରିଛି। ସେହିପରି ଭାଜପା  ତେଲକୋଇରୁ...

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ଜାଣନ୍ତୁ କାହାକୁ ମିଳିଲା ଟିକେଟ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ତେଲକୋଇରୁ ଫକିର ମୋହନ ନାଏକ, ଚମ୍ପୁଆରୁ ମୁରଲୀ...

ଅରିନ୍ଦମଙ୍କୁ ମିଳିଲା ଟିକେଟ୍‌, ଏଇଠୁ ଲଢିବେ…

ଭୁବନେଶ୍ୱର,୨୭।୪: ଓଡିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି। ଭାଜପା ଏଥିରେ ୮ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।...

ବନ କର୍ମଚାରୀଙ୍କୁ ଆକ୍ରମଣ କରି ବନ୍ଧା ହେଲେ ୩

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଜୁଆଙ୍ଗ ପୀଢ଼ ରେଞ୍ଜର ନୟାକୋଟ ବିଟ୍‌ର ଫରେଷ୍ଟର ଏବଂ ସ୍କ୍ବାଡ କର୍ମଚାରୀଙ୍କୁ ଆକ୍ରମଣ କରିବା ଘଟଣାରେ ବନ ବିଭାଗ ୩ଜଣଙ୍କୁ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

ଯୋଡିଶଙ୍ଖ ପାଇଁ ପ୍ରଚାର କଲେ ସୁର ରାଉତରାୟ, ଭିଡିଓ ଭାଇରାଲ

ଭୁବନେଶ୍ୱର,୨୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଯୋଡି ଶଙ୍ଖକୁ ଭୋଟ ନାରା ପରେ ସୁର ରାଉତରାୟ ଶନିବାର ଏହାକୁ ନେଇ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri