ଦୁଇ ପ୍ରତିଦ୍ୱନ୍ଦ୍ୱୀ

ଜାନୁଆରୀ ୨୨ରେ ତିନୋଟି କମ୍ପାନୀ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଡେଟା ସେଣ୍ଟର ଓ ବିଦ୍ୟୁତ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ୫୦୦ ବିଲିୟନ ଆମେରିକୀୟ ଡଲାର ଘୋଷଣା କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଆମେରିକାର ପ୍ରାଧାନ୍ୟ ଜାରି ରଖିବାକୁ ସେମାନେ ଏଭଳି କରିଥିଲେ। ଏହାର ଠିକ୍‌ ୫ ଦିନ ପରେ ଚାଇନାର ଡିପ୍‌ସିକ୍‌ ଏଆଇ ଚାଟ୍‌ବୋଟ ଅଧିକ ଲୋକପ୍ରିୟ ହୋଇଥିଲା, କାରଣ ଏହା ଉତ୍କୃଷ୍ଟ। ଡିପ୍‌ସିକ୍‌ର ସଫଳତା ଥିଲା ଅପ୍ରତ୍ୟାଶିତ। ଏବେ ଡିପ୍‌ସିକ୍‌ର ଆଗକୁ ଆସିବା ଘଟଣାକୁ କେହି ଜଣେ ସ୍ପେସ୍‌ ରେସ୍‌ ବା ମହାକାଶ ଦୌଡ଼ର ‘ସ୍ପୁଟନିକ ମୁମେଣ୍ଟ’ ସହ ତୁଳନା କରିଛନ୍ତି। ମହାକାଶକୁ ନେଇ ଆମେରିକା ଓ ସୋଭିଏଟ୍‌ ମଧ୍ୟରେ ଥିବା ଦୌଡ଼ ତୁଳନାରେ ଏବକାର ଆମେରିକା ଓ ଚାଇନା ମଧ୍ୟରେ ଚାଲିଥିବା ଏଆଇ ପ୍ରତିଦ୍ୱନ୍ଦ୍ୱିିତା ସମାନ ପ୍ରକାରର କି ନାହିଁ ତାହା ବୁଝିବା ପାଇଁ ପ୍ରଥମେ ସ୍ପେସ୍‌ ରେସ୍‌ ଉପରେ ନଜର ପକାଇବା। ସୋଭିଏଟ୍‌ ୧୯୫୭ରେ ସ୍ପୁଟନିକକୁ କକ୍ଷପଥକୁ ପଠାଇଥିଲା। ରୁଷୀୟ ଏବଂ ଆମେରିକୀୟମାନେ ଜର୍ମାନୀ ବୈଜ୍ଞାନିକମାନଙ୍କୁ ଗିରଫ କରି ରକେଟ ନିର୍ମାଣ କାର୍ଯ୍ୟରେ ଲଗାଇବାର ଏକ ଦଶନ୍ଧି ପରେ ଏହା ଘଟିଥିଲା। ବନ୍ଦୀ ହୋଇଥିବା ସବୁଠୁ ପ୍ରତିଷ୍ଠିତ ବୈଜ୍ଞାନିକ ଓ୍ବେନର ଭନ୍‌ ବ୍ରାଉନ ଆମେରିକା ଆସିଥିଲେ। ଏହା ସତ୍ତ୍ୱେ ସୋଭିଏଟମାନେ ସେର୍ଜି କୋରୋଲେଭଙ୍କ ଭଳି ରକେଟ ଡିଜାଇନରଙ୍କ ସହଯୋଗରେ କକ୍ଷପଥରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା। ସେର୍ଜିଙ୍କ ଡିଜାଇନ ୨୦୨୫ରେ ବି ରୁଷିଆର ରକେଟରେ ବ୍ୟବହାର ହେଉଛି। ସ୍ପୁଟନିକ୍‌ ଭଳି ରକେଟ ନିର୍ମାଣରେ ସଫଳତା ପାଇବା ପାଇଁ ଆମେରିକା ବ୍ୟାପକ ସଂଶାଧନ ଖଟାଇଥିଲେ। ହେଲେ ସ୍ପେସ୍‌ ରେସ୍‌ରେ ସୋଭିଏଟ ଅନେକ ବର୍ଷ ଧରି ଆମେରିକାଠାରୁ ଆଗରେ ରହିଲା। ଏହି କ୍ରମରେ କକ୍ଷକୁ ପ୍ରଥମ ପ୍ରାଣୀ ପଠାଇବା(୧୯୫୭), କକ୍ଷରେ ପ୍ରଥମେ ମଣିଷକୁ ପହଞ୍ଚାଇବା (୧୯୬୧ରେ ୟୁରି ଗାଗାରିନ୍‌), ମଙ୍ଗଳକୁ ପ୍ରଥମ ଯାନ ପ୍ରେରଣ (୧୯୬୨), ମହାକାଶକୁ ପ୍ରଥମ ମହିଳା ଯିବା (୧୯୬୩), ମହାକାଶରେ ଚାଲିବା(୧୯୬୫), ପ୍ରଥମେ ଚନ୍ଦ୍ରରେ ଯାନ ଅବତରଣ କରାଇବା(୧୯୬୬) ଏବଂ ଏପରି କି ୧୯୬୬ରେ ଚନ୍ଦ୍ରକୁ ପ୍ରାଣୀ ପଠାଇ ଫେରାଇ ଆଣିବା ଭଳି କାର୍ଯ୍ୟ କରିଥିଲା। ରୁଷୀୟମାନଙ୍କ ଏହିସବୁ ଆଖିଦୃଶିଆ ସଫଳତାକୁ ପଛରେ ପକାଇଦେଇ ଆମେରିକୀୟମାନେ ଯେତେବେଳେ ୧୯୬୯ରେ ସେମାନଙ୍କ ମହାକାଶଚାରୀମାନେ ଚନ୍ଦ୍ରରେ ପାଦ ଥାପିଲେ, ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ବଜେଟ ସେ ସମୟରେ ଆମେରିକା ସରକାରଙ୍କ ମୋଟ ବ୍ୟୟର ୪ ପ୍ରତିଶତ ଥିଲା। ଆମେରିକୀୟମାନେ ଆଉ କିଛି ଅଧିକ ଯାନ ଚନ୍ଦ୍ରକୁ ପଠାଇବା ପରେ ନାସାର ବଜେଟ ହ୍ରାସ କରାଗଲା ଏବଂ ଭନ୍‌ ବ୍ରାଉନଙ୍କ ଦ୍ୱାରା ବିକଶିତ ସାଟର୍ନ ଭି ବଦଳରେ ସ୍ପେସ୍‌ ସଟଲ୍‌ ବ୍ୟବହାର କରାଗଲା, ଯାହାର କ୍ଷମତା କମ୍‌ ଥିଲା। ଅନ୍ୟପକ୍ଷରେ ସୋଭିଏଟ ନିଜସ୍ବ ରକେଟ ଏନ୍‌ଓ୍ବାନରେ ଚନ୍ଦ୍ରରେ ଅବତରଣ କରିବାରେ ବିଫଳ ହେବା ଯୋଗୁ ଏଭଳି ପ୍ରୟାସରୁ ଓହରିଗଲା। ଏହାଥିଲା ଜିପିଏସ୍‌ ଏବଂ ମୋବାଇଲ ଫୋନ୍‌ ଆସିବା ପୂର୍ବ ସମୟର ଘଟଣା। ଏପରି କି ସେ ସମୟରେ କେବଳ ଆଞ୍ଚଳିକ ସ୍ତରରେ ଟେଲିଭିଜନ ପ୍ରସାରଣ ହେଉଥିଲା। ଏଥିରୁ ବୁଝାପଡ଼ୁଛି, ସେତେବେଳେ ଅଳ୍ପ କେତେକେ ମହାକାଶ ଓ ସାଟେଲାଇଟରେ ନିବେଶ କରିବାକୁ ଚାହଁୁଥିଲେ। ଏହା ଥିଲା ସେତେବେଳର ମହାକାଶ ଦୌଡ଼ର କାହାଣୀ।
ଏଆଇରେ ଅଳ୍ପ କିଛି ବିଷୟରେ ପାର୍ଥକ୍ୟ ରହିଛି। ପ୍ରଥମ ପାର୍ଥକ୍ୟ ହେଉଛି, ଏହାକୁ ଗ୍ରହଣ କିମ୍ବା ବିକାଶ କରିବାରେ ଜାତୀୟ ଗର୍ବ କିମ୍ବା ସରକାରୀ ବ୍ୟୟ ସହିତ ଜଡ଼ିତ ନୁହେଁ। ଏ କ୍ଷେତ୍ରରେ କର୍ପୋରେଟଗୁଡ଼ିକ ଆଧୁନିକତା ଓ ବିକାଶକୁ ଆଗକୁ ବଢ଼ାଇଥାନ୍ତି। ଆମେରିକାରେ ଅଧିକ ସଂସାଧନ ଥିବା କର୍ପୋରେଟମାନେ ଯଥା ଗୁଗଲ, ଫେସ୍‌ବୁକ, ଏଲନମସ୍କ, ମାଇକ୍ରୋସଫ୍ଟ ଓ ଓପନ୍‌ ଏଆଇ ନିଜ ମଧ୍ୟରେ ପ୍ରତିଯୋଗିତା କରୁଛନ୍ତି। ଏହା ସହ ସେମାନଙ୍କ ଲକ୍ଷ୍ୟ ହେଉଛି ମାନବସ୍ତରୀୟ ବୁଦ୍ଧି ହାସଲ କରି ତାହାକୁ ବିକଶିତ କରିବା। ଯେତେବେଳେ ପ୍ରଥମ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ସେତେବେଳେ ଦ୍ୱିତୀୟ ଲକ୍ଷ୍ୟ ଖୁବ୍‌ଶୀଘ୍ର ହାସଲ ହୋଇପାରିବ ବୋଲି ମନେକରାଯାଏ। ଏହା ସେହି କମ୍ପାନୀକୁ ବ୍ୟାପକ ଲାଭ ଦେବା ସହ ଅନ୍ୟମାନଙ୍କଠାରୁ ଆଗକୁ ନେଇଯିବ। ଏହି କାରଣରୁ ଏହା ଉପରେ ନିବେଶ ସେହିସବୁ ବିଷୟ ଉପରେ ନିର୍ଭର କରେ ନାହିଁ, ଯାହା ସ୍ପେସ୍‌ ରେସ୍‌କୁ ଶେଷ କରିଦେଇଥିଲା। ଏଆଇ ଗବେଷଣା ଉପରେ ମୋଟ ଖର୍ଚ୍ଚ ନାସା ଏବଂ ସୋଭିଏଟ୍‌ ମହାକାଶ କାର୍ଯ୍ୟକ୍ରମରେ ହୋଇଥିବା ସମୁଦାୟ ବ୍ୟୟଠାରୁ ଅନେକ ଗୁଣ ଅଧିକ।
ଦ୍ୱିତୀୟ ପାର୍ଥକ୍ୟ ହେଉଛି, ଏଥିରେ ଜାତୀୟ ନିରାପତ୍ତା ସ୍ବାର୍ଥ ଜଡ଼ିତ। କାରଣ ଡିପ୍‌ସିକ୍‌ ଭଳି ଏକ ଏଆଇ ଯଦି ଚାଇନା ପ୍ରଥମେ ବିକାଶ କରେ, ତେବେ ଆମେରିକାର ବୈଶ୍ୱିକ ପ୍ରାଧାନ୍ୟ କ୍ଷୁଣ୍ଣ ହେବାର ଭୟ ଆସିବ। ଏହିସବୁ କାରଣରୁ ଆମେରିକା ଓ ଚାଇନାର ରାଷ୍ଟ୍ରପତି ଯିଏ ରୁହନ୍ତୁ ନା କାହିଁକି, ସେମାନେ ସେମାନଙ୍କ କମ୍ପାନୀଗୁଡ଼ିକୁ ଅଧିକ ଅଗ୍ରଗତି କରିବା ପାଇଁ ଚାପ ଜାରି ରଖିବେ। ଉଲ୍ଲେଖନୀୟ ଯେ, ୟୁରୋପୀୟ ସଂଘ (ଇୟୁ), ଯାହା ଆମେରିକା ଓ ଚାଇନା ଭଳି ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ, ଏହି କ୍ଷେତ୍ରରେ ପ୍ରତିଯୋଗିତାକୁ ନେଇ ତାହା ଗମ୍ଭୀର ନୁହେଁ। ଏପରି କି ୬୦ ବର୍ଷ ପୂର୍ବେ ବିଶାଳ ପ୍ରଯୁକ୍ତିର ଅଧିକାରୀ ହୋଇଥିବା ରୁଷିଆ ଭଳି ଅନ୍ୟ ଦେଶମାନେ ମଧ୍ୟ ଆଗ୍ରହୀ ନୁହନ୍ତି। ଏଆଇ ରେସ୍‌ କେବଳ ଆମେରିକା ଓ ଚାଇନା ମଧ୍ୟରେ ଚାଲିଛି। ଗତ ଦୁଇ ଶତାବ୍ଦୀରେ ଦୁଇ ଦେଶ ମଧ୍ୟରେ ପ୍ରଯୁକ୍ତି ଅନ୍ତର ହ୍ରାସ ପାଇଥିଲା। କିନ୍ତୁ ଦକ୍ଷିଣ ଏସିଆ, ଉତ୍ତର ଓ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାର ଅଧିକାଂଶ ଭାଗରେ ଉପନିବେଶ ପ୍ରତିଷ୍ଠା ହେବା ପରେ ପ୍ରଯୁକ୍ତି ଅନ୍ତର ଅଧିକ ହେଲା। ଅଧିକ ଜନବହୁଳ ଦେଶଗୁଡ଼ିକ ଛୋଟ ଓ ଅଧିକ ବିକଶିତ ଦେଶର ନିୟନ୍ତ୍ରଣକୁ ଆସିଲେ। ଏହାଦ୍ୱାରା ଚାଇନା ଅଧିକ ପ୍ରଭାବିତ ହେଲା ଏବଂ ଏହା ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିଲା। ଏବେ ୨୦୨୫ରେ, ଆଧିପତ୍ୟକୁ ବିରୋଧ କରିବାର କ୍ଷମତା ଚାଇନାର ରହିଛି। ସ୍ପେସ୍‌ ରେସ୍‌ ତୁଳନାରେ ଏଆଇ ରେସ୍‌ରେ ଆଉ ଗୋଟିଏ ଶେଷ ପ୍ରଭେଦ ରହିଛି। ଦୁଇଟି ରେସ୍‌କୁ ଗଣତନ୍ତ୍ର ଓ ଏକଚ୍ଛତ୍ରବାଦ ବ୍ୟବସ୍ଥା ମଧ୍ୟରେ ଏକ ବଡ଼ ପ୍ରତିଦ୍ୱନ୍ଦ୍ୱିତା ଭାବେ ଦର୍ଶାଯାଉଥିବାବେଳେ, ଏବେ ଏହା ହେଉଛି ପାଶ୍ଚାତ୍ୟ ଓ ପ୍ରାଚ୍ୟ ମଧ୍ୟରେ। ଭାରତ ଭଳି ବିକଶିତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଟ୍ରମ୍ପ୍‌ଙ୍କ ଆମେରିକା ପ୍ରତି ଆକର୍ଷିତ ହୋଇଥାଇପାରନ୍ତି, କିନ୍ତୁ ମନେରଖିବା ଦରକାର ଯେ, ଏହା ମଧ୍ୟ ଆମେରିକା ଓ ଏସିଆ ମଧ୍ୟରେ ଏକ ପ୍ରତିଦ୍ୱନ୍ଦ୍ୱିତା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି।…

ଭାରତ-ଇଟାଲୀ ସମ୍ପର୍କ: ଭାରତ-ଭୂମଧ୍ୟସାଗର କ୍ଷେତ୍ର ପାଇଁ ଏକ ରଣନୀତିକ ଭାଗୀଦାରି

ଭାରତ ଓ ଇଟାଲୀ ମଧ୍ୟରେ ସମ୍ପର୍କ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚତ୍ଛି। ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ଭିତରେ ସମ୍ପର୍କ ଅଭୂତପୂର୍ବ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri