ଗୋଷ୍ଠୀ ସଂଘର୍ଷରେ ୨ଜଣଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ/ଦେଓଗାଁ, ୨୩।୧: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଜରାସିଂହା ଗ୍ରାମରେ ଶନିବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଜରାସିଂହା ହରିଜନପଡ଼ାର ଶ୍ରୀପତି ଭେସ୍ରା ଓ ବାହାରପଡ଼ାର ଧନମତ ରାଉତ। ଏ ନେଇ ଜରାସିଂହା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଶ୍ରୀପତି ଭେସ୍ରା ଛେଳି ଚରାଉଥିବା ସମୟରେ ଧନମତ ରାଉତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପ୍ରତିହିଂସା ପରାୟଣ ହୋଇ କେତେଜଣ ଲୋକ ମାରଣାସ୍ତ୍ର ଧରି ଜରାସିଂହା ବାହାରପଡାକୁ ଆସି ଧନମତ ରାଉତଙ୍କ ଘରେ ପଶିଥିଲେ। ସଂଘବଦ୍ଧ ଆକ୍ରମଣରେ ଧନମତଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଆହତ ହୋଇଛନ୍ତି। ଏପରିକି ପରିବାରର କେତେଜଣ ସଦସ୍ୟ ଘରୁ ବାହାରି ଅନ୍ୟତ୍ର ପଳାୟନ କରିଥିବା ସୂଚନା ମିଳିଛି। ଗୋଷ୍ଠୀ ସଂଘର୍ଷରେ ଆହତ ୪ଜଣଙ୍କ ମଧ୍ୟରୁ ବ୍ରହ୍ମ ସୁନା ଓ କର୍ମ ସୁନାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ପ୍ରାରମ୍ଭିକ ସୂଚନାରୁ ରାଉତ ପରିବାର ଓ ଭେସ୍ରା ପରିବାର ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା ା ଜମିରେ ପାଣିମଡାକୁ ନେଇ କୁହୁଳୁ ଥିବା ଅସନ୍ତୋଷରୁ ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥୀ, ନେତାଙ୍କ ଚରିତ୍ରସଂହାର ମନା

ଜଗତ୍‌ସିଂହପୁର ଅଫିସ, ୯ା୩: ପୌର ନିର୍ବାଚନ ନିମନ୍ତେ ଫେବୃୟାରୀ ୨୫ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହି ସମୟ ମଧ୍ୟରେ...

ବନ୍ତଳା ଜଙ୍ଗଲରେ ସନ୍ଦିଗ୍ଧଙ୍କ କ୍ୟାମ୍ପ

ବନ୍ତଳା,୧୨ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗ୍ରାମ ଜଙ୍ଗଲ ଭିତରେ ହୋଇଥିବା ସନ୍ଦିଗ୍ଧଙ୍କ କ୍ୟାମ୍ପକୁ ନେଇ...

ବାପାଙ୍କୁ ନୂଆ ଜୀବନ ଦେଲା ପୁଅ

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ସମ୍‌ ହସ୍ପିଟାଲରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ ହୋଇଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ୫୫ବର୍ଷ ବୟସ୍କ ଜୟନ୍ତ ବିଶ୍ୱାଳଙ୍କ ଶରୀରରେ...

ସାଇ ଇଣ୍ଟରନ୍ୟାଶନାଲ୍‌ ସ୍କୁଲ ଛାତ୍ର ଏନ୍‌ଇଇଟି ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୯।୯ (ବ୍ୟୁରୋ) : ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି)-୨୦୨୨ରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର ପ୍ରିୟ ସୋମଦତ୍ତ ନାୟକ...

ଉଚ୍ଛେଦ ନ କରି ପଟ୍ଟା ଦେବାକୁ ଦାବି

ଫୁଲବାଣୀ ଅଫିସ, ୬ା୧୨- ଖଜୁରିପଡା ବ୍ଲକ ପାଖ ସୁରାଦେଇ ଗ୍ରାମରେ ସରକାରୀ ଜାଗା ଜବରଦଖଲ କରିଥିବା ୮୫ ପରିବାରକୁ ଉଚ୍ଛେଦ କରାଯିବ। ତେଣୁ ଜାଗା ଛାଡି...

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ନବରଙ୍ଗପୁର,୩୦।୧୨(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ନିରଞ୍ଜନ ଜେନା ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ସ୍ଥଗିତ ରଥଯାତ୍ରାର ଇତିହାସ

ପୁରୀ ଅଫିସ,୨୫ା୪: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌...

ପେଣ୍ଠ ବେଳାଭୂମିରେ ପୁଣି ହେବ ଇକୋ ରିଟ୍ରିଟ୍‌

ରାଜନଗର, ୨ା୧୧(ଡି.ଏନ.ଏ.): ଭିତରକନିକାକୁ କିପରି ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ସେ ନେଇ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୨୦୨୦ରେ...

Advertisement
Archives

Model This Week