ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କୁ ଆକ୍ରମଣ

ବୁଗୁଡ଼ା,୧୯ ।୬(ଡି.ଏନ.ଏ.) ସ୍ତ୍ରୀ ଫରେଷ୍ଟର ହେଲେ ସ୍ବାମୀ ଚଳାଇଛନ୍ତି ଦୌରାତ୍ମ୍ୟ। ଗତ ଶୁକ୍ରବାର ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କ ହାତ ଭାଙ୍ଗି ଦେଇଥିବା ଜଣେ ଫରେଷ୍ଟରଙ୍କ ସ୍ବାମୀଙ୍କ ନଁାରେ ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ତାମ୍ବିରି ଗ୍ରାମର ବାଉଁଶରେ ବିଭିନ୍ନ ସାମଗ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ଚୈତନ୍ୟ ନାୟକ ଓ ପ୍ରତାପ ନାୟକ ନଗୁଡୁ ପାହାଡ଼ରୁ କୁଲା, ଡାଲା ଓ ବାଉଁଶ ତାଟ ପାଇଁ ବାଉଁଶ ନେଇ ଆସୁଥିବା ବେଳେ ନଗୁଡୁ-ଭୋଗଡ଼ା ରାସ୍ତାରେ ସମ୍ପୃକ୍ତ ଫରେଷ୍ଟରଙ୍କ ସ୍ବାମୀ ସେମାନଙ୍କୁ ଧରି ନେଇ ଫରେଷ୍ଟ ବଙ୍ଗଳାର ଗୋଟିଏ ଘରେ ତାଲା ପକାଇ ରଖି ପ୍ରବଳ ମାଡ଼ ମାରିଥିଲେ। ସେମାନେ ଘରକୁ ଫେରିବା ଡେରି ହେବାରୁ ଚୈତନ୍ୟଙ୍କ ସ୍ତ୍ରୀ ଜୟନ୍ତୀ ଓ ପ୍ରତାପର ସ୍ତ୍ରୀ ଝୁନୁ ନାୟକ ଖୋଜି ଖୋଜି କରି ଅପରାହ୍ନରେ ମାଣିତରା ଫରେଷ୍ଟ ବଙ୍ଗଳାରେ ଭେଟିଥିଲେ। ସେମାନଙ୍କୁ ଖାଇବାକୁ ନ ଦେଇ ପ୍ରବଳ ମାଡ଼ ମରାଯାଇଥିବାରୁ ହାତ ଗୋଡ଼ ଫୁଲି ଯାଇଥିବା ଦେଖିଥିଲେ ଏବଂ ଉଭୟଙ୍କୁ ଛାଡି ଦେବାକୁ ଫରେଷ୍ଟରଙ୍କ ଆଗରେ ଜୟନ୍ତୀ ଓ ଝୁନୁ ନେହୁରା ହୋଇଥିଲେ। କିନ୍ତୁ ୫ ହଜାର ଟଙ୍କା ଓ ଗାଁର ୫ ଜଣକୁ ଧରିକି ଆସିଲେ ସେମାନଙ୍କୁ ଛଡା ଯିବ ବୋଲି ଫରେଷ୍ଟରଙ୍କ ସ୍ବାମୀ କହିଥିଲେ। ଦୁଇ ମହିଳା ଫେରି ଯାଇ ଗାଁ ଲୋକଙ୍କୁ ସବୁ ବିଷୟ କହିବା ପରେ ଫରେଷ୍ଟରଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ପଞ୍ଜିକରଣ ହୋଇ ନ ଥିବା ବେଳେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜମିସ୍ତ୍ରୀ କାମ କରୁଥିଲେ ସୌରଭ, ହଠାତ୍‌ ଲାଗିଲା କରେଣ୍ଟ: ଆଉ ତା’ପରେ…

ଦିଗପହଣ୍ଡି/ଚିକିଟି, ୧୦।୧୦(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମା’ ରତନେଇ ଠାକୁରାଣୀ ମନ୍ଦିର ପାଖରେ କୋଠା ନିର୍ମାଣ କାମ…

ଜୁଆଆଡ୍ଡା ପରିଚାଳନାକୁ ନେଇ ଉତ୍ତେଜନା: ହତ୍ୟା ଉଦ୍ୟମ ଘଟଣାରେ …

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ବ୍ରହ୍ମପୁର ସଦର ଥାନା ବାଲିପଡ଼ା ଗ୍ରାମର ନିଲୁ ଗୌଡ଼(୨୧) ଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?