ଜଗା ଦର୍ଶନ ଲାଗି ପଦଯାତ୍ରାରେ ବୃଦ୍ଧ

ବାଲେଶ୍ୱର ଅଫିସ,୧୯ ।୬: ବାଲେଶ୍ୱର ଜିଲା ଔପଦା ବ୍ଲକ ସାନପାଟପୁର ଗାଁର ବୃଦ୍ଧ ସୁରେନ୍ଦ୍ର ମଣ୍ଡଳ ଚାଲି ଚାଲି ଜଗା ଦର୍ଶନ ପାଇଁ ବାହାରିଛନ୍ତି। ହାତରେ କିଛି ଲୁଗାପଟା ରଖିଥିବା ବ୍ୟାଗ୍‌, ସାହସ କହିଲେ ଖଣ୍ଡେ ବାଡ଼ି ବ୍ୟତୀତ ଆଉ କିଛି ନାହିଁ। ହେଲେ ମନରେ ଅଗାଢ଼ ଭକ୍ତି ନେଇ ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ଆଗେଇ ଚାଲିଛନ୍ତି। ଶନିବାର ସନ୍ଧ୍ୟା ସୁଦ୍ଧା ଭଦ୍ରକ ପାରି ହୋଇ ଯାଜପୁର ପାଖାପାଖି ପହଞ୍ଚିଥିବା ଜଣାପଡ଼ିଛି।
ଅନୁଯାୟୀ, ସୁରେନ୍ଦ୍ର ଦିନେ ମାନସିକ ରୋଗୀ ଭାବେ ଚିକତ୍ସିତ ହେଉଥିଲେ। ବହୁ ସ୍ଥାନରେ ଚିକିତ୍ସିତ ହେବା ପରେ ଶେଷରେ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପଣ କରି ସେ ଆରଗ୍ୟେ ହୋଇଛନ୍ତି। ମିଛ ମାୟା ଦୁନିଆରେ କେତେଦିନ ଏ ଜୀବନ କିଏ ଅବା ଜାଣିଛି। ଫଳରେ ଶେଷ ସମୟରେ ଅନ୍ତତଃ କାଳିଆ ଠାକୁରଙ୍କ ସାନିଧ୍ୟ ଟିକେ ପାଇଲେ ମଣିଷ ଜନ୍ମରୁ ମୁକ୍ତି ମିଳିଯାଇପାରେ। ବାସ ଏତିକି ଆଶା ନେଇ ସେ ପୁରୀ ଯାଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏ ଭକ୍ତି ଭାବକୁ ସାଧାରଣରେ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?