ପ୍ରକୃତିର ଦୁଇ ଅଂଶ

ପ୍ରକୃତି ମହାନ୍‌। ଏହାର ଗୌରବ, ଗରିମା ବିଶ୍ୱବିଦିତ। ଏ ମାଟିର ବାସ୍ନା, ଅସୀମ କାନ୍ତିମୟୀ ପ୍ରକୃତି ମଧ୍ୟରେ ବିଶ୍ୱନିୟନ୍ତାଙ୍କ ସନ୍ଧାନ, ଅରୂପର ମୋହାଚ୍ଛନ୍ନ ବାସ୍ତବ ଅନୁଭବ ହିଁ ମାନବ ଦର୍ଶନ-ତତ୍ତ୍ୱ ଦର୍ଶାଇଥାଏ। ସକଳ ବିଡ଼ମ୍ବନା ଓ ହତାଶ ମଧ୍ୟରେ ଆଶାବାଦ ଓ ଆନନ୍ଦବୋଧ ହିଁ ସକଳ ବ୍ୟକ୍ତିଙ୍କର ମହତ ଚିନ୍ତାଧାରା ହେବା ଉଚିତ। ଆଜିର ବିଷାଦଗ୍ରସ୍ତ, କଳୁଷ-କାଳିମାଲିପ୍ତ ଧରା ଓ ଧରାବାସୀଙ୍କୁ ସ୍ରଷ୍ଟାଙ୍କ ଅମୃତମୟ ବାଣୀ ବିମୁକ୍ତ କରି ଏକ ସୁନ୍ଦର ମଧୁମୟ ବିଶ୍ୱ ଗଠନରେ ଆମେ ପୃଥିବୀବାସୀ ସହାୟ ହେବା ଉଚିତ।
ପ୍ରକୃତିର ଦୁଇ ଅଂଶ, ଏକ ପକ୍ଷରେ ବିଜ୍ଞାନ ଓ ଅନ୍ୟପକ୍ଷରେ ଆଧ୍ୟାମତ୍ିକତା, ମାନବୀୟ ନୈତିକତା ମଧ୍ୟରେ ସମନ୍ବୟ ଓ ସଂହତି ସ୍ଥାପନ କରେ। ବୈଜ୍ଞାନିକମାନେ ବିଜ୍ଞାନର ଅନ୍ବେଷା ଭିତରେ ଥାଇ ସୁଦ୍ଧା ଆଧ୍ୟାମତ୍ିକ ସତ୍ୟର ଆବିଷ୍କାର କରିଛନ୍ତି। ନିଉଟନ ମାଧ୍ୟାକର୍ଷଣ ଶକ୍ତିର ଅନ୍ତରାଳରେ ଏହି ଶକ୍ତିର ଅନୁଭବ କରିଥିଲେ। ପ୍ରକୃତିର କ୍ରିୟାଶୀଳତା ମଧ୍ୟରେ ସମ୍ପର୍କସୂତ୍ର ଧରି ଯୋଗ ଶାସ୍ତ୍ରର ରହସ୍ୟ ସନ୍ଧାନ କରିଥିଲେ। ତାଙ୍କ ବକ୍ତବ୍ୟ ଥିଲା, ‘ମନକୁ ଆୟତ୍ତ କର, ମହାମନରେ ପରିଣତ ହୁଅ।’ ବୈଜ୍ଞାନିକ ଗ୍ରୋଡ଼ିଂ ଆଧ୍ୟାମତ୍ିକତା ହିଁ ବସ୍ତୁର ଆଧାର ବୋଲି ସ୍ବୀକାର କରିଥିଲେ। ବସ୍ତୁର ଅନ୍ତର୍ନିହିତ ସତ୍ତାର ଗଭୀର ଅନୁଶୀଳନ କରି ଡାରଉଇନ୍‌ଙ୍କର ଉପଲବ୍ଧି ଥିଲା, ‘ସର୍ବଦା ପ୍ରେମ କର, ଅନ୍ୟର ଅନିଷ୍ଟ କରନାହିଁ।’ ନଦୀ ଯେମିତି ଭିନ୍ନ ଭିନ୍ନ ସ୍ରୋତରୁ ଜଳ ସଂଗ୍ରହ କରି କ୍ଷିପ୍ରତା ଓ ଗଭୀରତା ଲାଭ କରେ ସେହିପରି ମଣିଷ ଜୀବନର ସମସ୍ତ ଅବକାଶରୁ ପ୍ରେମ ସଂଗ୍ରହ କରି ବ୍ୟକ୍ତିର ଦର୍ଶନ ଦୃଢ଼ ଓ ବଳଶାଳୀ ହୋଇଥାଏ।
ପ୍ରଖ୍ୟାତ ଫରାସୀ ଲେଖକ ଜଁା-ମାରି-ଗୁସ୍ତାର ଲି କ୍ଲେଜିଓ ଯିଏ ୨୦୦୮ ପାଇଁ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ଲାଭ କରିଥିଲେ, ଯିଏ ସାରାଜୀବନ ପ୍ରାକୃତିକ ପରିବେଶ ଭିତରେ କଟାଇଥିଲେ, ତାଙ୍କ ଜୀବନ୍ତ ଲେଖାରେ ଥିଲା ଦେଶାନ୍ତରୀ ହେବାର ଦୁଃଖ ଏବଂ ନିଜକୁ ଖୋଜି ପାଇବାର ସଂଗ୍ରାମ। କଲମରେ ସେ ପୃଥିବୀର ବିଭିନ୍ନ ଦେଶ ମଧ୍ୟରେ ଥିବା ଭୌଗୋଳିକ ପରିସୀମାଙ୍କୁ ଭାଙ୍ଗିଛନ୍ତି। ଖୁବ୍‌ ଭାବପ୍ରବଣ ଓ ସ୍ନେହୀ ସେ। ତାଙ୍କ ଭ୍ରମଣ କାହାଣୀରେ ରହିଛି ମାନବିକତାର ଝଙ୍କାର ଓ ବିଶ୍ୱଦୃଷ୍ଟିର ଆଲୋକିତ ଚିତ୍ରଭୂମି। ତାଙ୍କର କେତେକ ଲେଖାରେ ଭାରତୀୟ ପରମ୍ପରା ଓ ଲୋକକଥାର ଅଫୁରନ୍ତି ଛବି ପରିଦୃଶ୍ୟ ହୋଇଥାଏ। ସହରୀ ସଂସ୍କୃତିକୁ ତୀବ୍ର ସମାଲୋଚନା କରାଯାଇଥିବା ତଥା ଏକାଧିକ ମହାଦେଶର ବିସ୍ତୃତ ପୃଷ୍ଠଭୂମି ଉପରେ ଗଢ଼ା ଯାଇଥିବା ତାଙ୍କ ପ୍ରଥମ ଉପନ୍ୟାସ ‘ଲେ ପ୍ରସେସ୍‌- ଭାର୍ବଲ’ ଫରାସୀ ପାଠକଙ୍କୁ ଏକ ନୂତନ ଅଭିଜ୍ଞତା ସହିତ ପରିଚିତ କଲା ଏବଂ ସେମାନେ ନିଜକୁ ନୂଆକରି ଦେଖିବାକୁ ଚିନ୍ତା କରିବସିଲେ। ୧୯୮୦ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଡିଜିଟ’। ଉତ୍ତର ଆଫ୍ରିକାର ଧ୍ୱଂସାଭିମୁଖୀ ସଂସ୍କୃତିର ନଗ୍ନ ଚିତ୍ର ସ୍ଥାନ ପାଇଛି ଏହି ଉପନ୍ୟାସରେ। ସମଗ୍ର ବିଶ୍ୱରେ ଏହି ଉପନ୍ୟାସ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ତାଙ୍କ ଲେଖାରେ ପ୍ରସ୍ଫୁଟିତ ହୋଇଛି, ‘ଏକ ସୂର୍ଯ୍ୟ, ଏକ ପୃଥିବୀ ଏକ ପରିବାର।’
ଆଧୁନିକ ମଣିଷର ଅସ୍ତିତ୍ୱଗତ ବିଷାଦ- ବେଦନା ବିଶେଷକରି ଜଣେ ଅତି ସୂକ୍ଷ୍ମ ସ୍ପର୍ଶକାତର ଚିନ୍ତାଚେତନାର ମଣିଷ ଅନୁଭବ କରୁଥିବା ଜୀବନ ଯନ୍ତ୍ରଣାର ବାସ୍ତବ ଚିତ୍ର ପାଠକ ପାଇଥାଏ ଚେକୋସ୍ଲୋଭାକିଆ ଜନ୍ମିତ ଦାର୍ଶନିକ ଫ୍ରାନଜ କାଫ୍‌କାଙ୍କ ମୌଳିକ ଲେଖାଗୁଡ଼ିକରେ। ଆପାତତଃ ଏକ ଉଦ୍ଭଟ୍‌, ଦୁର୍ବୋଧ, ଅର୍ଥହୀନ ଜୀବନଟିଏ ବଞ୍ଚିବାକୁ ମଣିଷ ଏକପ୍ରକାର ବାଧ୍ୟ ହେଉଥିବାବେଳେ ପ୍ରତି ପଦକ୍ଷେପରେ ସେ ଯେଉଁ ଅନିଶ୍ଚିତତା, ଯେଉଁ ଆକସ୍ମିକ ଘଟଣା ବା ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ, ତା’ର ମର୍ମଥରା ଦୃଶ୍ୟ ନିଖୁଣ ଭାବରେ ବର୍ଣ୍ଣନା କରିଛନ୍ତି ସେ ତାଙ୍କର ‘ଦି ଟ୍ରାଏଲ’ ଉପନ୍ୟାସରେ। ସେ ତାଙ୍କର ବଳିଷ୍ଠ ଲେଖାରେ ଆଙ୍କି ଦେଇଛନ୍ତି ମଣିଷର ଅସହାୟତା, ମାନସିକ ଦୌର୍ବଲ୍ୟ ଓ ସ୍ଥିବିରତା। ନିର୍ଦ୍ଦିଷ୍ଟ ଭାବରେ ଆମର ଆଖି ଖୋଲି ଦେଇଛନ୍ତି ତଥାକଥିତ ଆଧୁନିକ ସଭ୍ୟ ସମାଜର ଦରଦହୀନ ବିଚାର ବ୍ୟବସ୍ଥା ଓ ଆଇନକାନୁନର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇ ପଡ଼ୁଥିବା ଅମଲାତନ୍ତ୍ରୀ ଶୋଷଣ, ଉପତ୍ୀଡ଼ନରେ ଅସହାୟ ଶରବ୍ୟ ହେଉଥିବା ମଣିଷର ମାନସିକ ତଥା ଶାରୀରିକ ପୀଡ଼ାର ଚିତ୍ର।
ଅପରପକ୍ଷେ ନିର୍ଭୀକତାର ସହ ନିଜ କଥାକୁ ଦୁନିଆ ସମ୍ମୁଖରେ ଉପସ୍ଥାପିତ କରିବା ଏବଂ ସେହି ଅନୁସାରେ ଜୀବନ ବଞ୍ଚିବା ସହଜ ନୁହେଁ, କିନ୍ତୁ ନିଜ ଚରିତ୍ରମାନଙ୍କୁ ଏଭଳି ନିର୍ଭୀକ ହେବାକୁ ପ୍ରବର୍ତ୍ତାଇଥାନ୍ତି ମହାନ୍‌ ଲେଖିକା ଓ ୨୦୨୪ ମସିହାର ନୋବେଲ ସାହିତ୍ୟ ପୁରସ୍କାର ବିଜୟିନୀ ଦକ୍ଷିଣ କୋରିଆର ହାନ୍‌ କାଙ୍ଗ। ତାଙ୍କ ଭାଷାରେ ‘ଶରୀର ତାଙ୍କ ପାଇଁ କେବଳ କ୍ରୂରତାର ଏକ ସ୍ଥାନ ନୁହେଁ, ତାହା ମଧ୍ୟ ଅନ୍ତିମ ପ୍ରତିରୋଧର ସ୍ଥାନ।’ ଆଜିର ଯୁଦ୍ଧଲିପ୍ତ ବିଶ୍ୱ ପାଇଁ ଶକ୍ତି ଆରାଧନାରେ ଶ୍ରଦ୍ଧା- ବିଶ୍ୱାସ ସହ ବିନମ୍ରତା ଆଣିଲେ ମନୁଷ୍ୟ ଆମତ୍ସ୍ଥ ହୋଇପାରିବ ଓ ଦୈବୀ ଆଶୀର୍ବାଦ ପାଇପାରିବ। ଏ କ୍ଷେତ୍ରରେ ଆଜିର ମାନବ ଜାତି, ଧର୍ମ ଓ ଶ୍ରମ ଲାଭ କରିପାରିବ।
ଉପରୋକ୍ତ ବର୍ଣ୍ଣିତ ବାର୍ତ୍ତାକୁ ସମୀକ୍ଷଣ କରି ଏକ କ୍ଷୁଦ୍ର ଶିକ୍ଷଣୀୟ ଉଦାହରଣ ଏଠାରେ ଦିଆଯାଇପାରେ। ଅନେକ ଦିନର ତଳର ଘଟଣା। ଜଳାଶୟ ତୀର ଦେଶରେ ପଡ଼ିରହିଥିଲା ଏକ ଖପୁରି। ସେହି ବାଟ ଦେଇ ଯାଉଥିଲେ ଜଣେ କ୍ଷମତାପନ୍ନ ବ୍ୟକ୍ତି। ଖପୁରିଟି ଆଶ୍ଚର୍ଯ୍ୟଜନକ ଭାବେ କହିଥିଲା, ”ହେ ପଥଚାରୀ! ସାବଧାନ, ଦେଖିଚାହିଁ ଚାଲ, ବୁଝି ବିଚାରି କାମ କର, ବିବେକର ଆହ୍ବାନକୁ ଶୁଣ। ମୁଁ ବି ଦିନେ ତୁମ ପରି ଅତୁଳନୀୟ ଐଶ୍ଚର୍ଯ୍ୟର ଅଧିକାରୀ ଥିଲି। କ୍ଷମତା, ପ୍ରତିପତ୍ତି ସବୁକିଛି ଥିଲା-ପ୍ରଭୁତ୍ୱ ଜାହିରରେ ମୁଁ ଆନନ୍ଦ ପାଉଥିଲି। ମୋର ଶିରରେ ଥିଲା ହୀରାଖଚିତ ରାଜମହଲର ପ୍ରତିମୂର୍ତ୍ତି। କେତେକେତେ ତୋଷାମଦକାରୀ, ଅନୁଗ୍ରହ ପ୍ରାର୍ଥୀ ମୋର ଆଗ-ପଛରେ ଜୟଜୟ ଗାନ କରି ଚାଲୁଥିଲେ। ମୋର ପାଦ ଭୂମିସ୍ପର୍ଶ କରୁ ନ ଥିଲା। ବାସ୍ତବରେ ହୋସ୍‌ରେ ନ ଥିଲି ମୁଁ। ମସ୍ତବଡ଼ ଭୁଲ ମୁଁ କରୁଥିଲି। ମାରାମତ୍କ କର୍କଟ ରୋଗର ଶିକାର ହେଲି। କୋଟି କୋଟି ଟଙ୍କା ଖର୍ଚ୍ଚ କରି, ପୃଥିବୀର ଶ୍ର୍ରେଷ୍ଠ ଡାକ୍ତରଙ୍କ ଚିକିସତ୍ା ସତ୍ତ୍ୱେ ମାତ୍ର ୫୧ ବର୍ଷରେ ଇହଧାମ ତ୍ୟାଗ କଲି। ସବୁକିଛି ଲୀନ ହୋଇଗଲା, ମାଟିର ଶରୀର ମାଟିରେ ମିଶିଗଲା। ମୃତ୍ୟୁ ପରେ ମୋର ଶବକୁ କୃମି, କୀଟ ଖିନ୍‌ଭିନ୍‌ କରି ଖାଇଗଲେ। ଆଉ ମୋର ଅବଶେଷ ଯାହା ଧୂଳି ହୋଇଯାଇଛି ପଥଚାରୀ ଏବେ ପଦାଘାତ କରି ଯାଉଛନ୍ତି। ତୁମେ ବି ଭଲଭାବେ ଶୁଣ, ଏଭଳି ମାରାମତ୍କ ଭୁଲ ଯେମିତି ନ କର।“
ଜନ୍ମ ମୃତ୍ୟୁ ମଧ୍ୟରେ ଯାହା ବିଦ୍ୟମାନ ତାହା ହେଉଛି ଜୀବନ। ଯେଉଁ ସାଧୁ ଓ ମହାପୁରୁଷମାନେ ସତ୍ୟ ଓ ଧର୍ମପଥେ ସଦା ଅଗ୍ରସର ହୁଅନ୍ତି, ଦାରିଦ୍ର୍ୟ ପୀଡ଼ିତ ଲୋକଙ୍କର ସେବାରେ ବ୍ରତୀ ହୁଅନ୍ତି, ଏକ ସୂର୍ଯ୍ୟ, ଏକ ପୃଥିବୀ, ଏକ ପରିବାର, ମହାମନ୍ତ୍ରରେ ଦୀକ୍ଷିତ ହୋଇଥାନ୍ତି, ସେହିମାନେ ହିଁ କେବଳ ମୃତ୍ୟୁ ପରେ ମଧ୍ୟ ଅମର ହୋଇଥାନ୍ତି।
ପରିବେଶ ବିଜ୍ଞାନୀ
ମୋ: ୯୪୩୮୬୨୧୩୯୧


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?