ଦୁଇଟି ବିଚାର

ଭାରତର ପ୍ରଧାନମନ୍ତ୍ରୀ ଦୁଇଟି ବିଚାର ବା ଯୋଜନାକୁ ନେଇ ପ୍ରତିଶ୍ରୁତିବଦ୍ଧ, ଯାହା ତାଙ୍କ ଶାସନକାଳରେ ବି ପ୍ରକାଶ ପାଇଛି। ପ୍ରଥମଟି ହେଉଛି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଭାବେ ଗଢ଼ି ତୋଳିବା। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନା ଭଳି ଭାରତ ବୃହତ୍‌ ଶକ୍ତି ଭାବେ ଧନୀ ଏବଂ ପ୍ରଭାବଶାଳୀ ଦେଶ ହୋଇଯିବ। ଏହା ଏକ ବଡ଼ ବିଚାର ହେଲେ ବି କିଭଳି ପରିବର୍ତ୍ତନ ହେବ କିମ୍ବା କେଉଁ ଧାରାରେ ଏହା ସଞ୍ଚାଳିତ ହେବ ତାହାର କୌଣସି ସିଦ୍ଧାନ୍ତ ନାହିଁ। ନରେନ୍ଦ୍ର ମୋଦି ଏହା କରିବାକୁ ଚାହୁଁଥିଲେ ମଧ୍ୟ ଆରମ୍ଭରୁ କିପରି ଏହା କରାଯିବ ତାହା ଜ୍ଞାତ ବାହାରେ । ଅପରପକ୍ଷେ ତାଙ୍କ ପରାମର୍ଶଦାତାମାନେ ଏ ବିଷୟରେ ଅବଗତ । ହେଲେ ଅର୍ଥ ବ୍ୟବସ୍ଥାର ଚିରାଚରିତ କିମ୍ବା ତ୍ରୁଟିପୂର୍ଣ୍ଣ ଧାରା ଅର୍ଥାତ୍‌ ମାନ୍ଦା ଅଭିବୃଦ୍ଧି ଆଣୁଥିବା ବେଳେ ସେମାନେ ନୀରବ ରହୁଛନ୍ତି। କିନ୍ତୁ ସେମାନେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ବିଷୟ ଚିତ୍କାର କରି କହୁଛନ୍ତି । ସାଧାରଣତଃ ନେହେରୁଙ୍କ ନୀତି ଭୟଙ୍କର ଥିଲା ବୋଲି ସମାଲୋଚନା କରାଯାଉଛି। କିନ୍ତୁ ନେହେରୁ ଅନାବଶ୍ୟକ ଭାବେ ଭାରତର ଅର୍ଥ ବ୍ୟବସ୍ଥାକୁ କ୍ଷତି କରି ନ ଥିଲେ କିମ୍ବା ସବୁଠୁ ଗରିବ ଏବଂ ବିପଦରେ ଥିବା ଭାରତୀୟଙ୍କୁ ହଠାତ୍‌ ବିମୁଦ୍ରୀକରଣ କରି ଅନେକ ସପ୍ତାହ କଠିନ ସ୍ଥିତି ମଧ୍ୟକୁ ଠେଲି ଦେଇ ନ ଥିଲେ।
ମାର୍ଚ୍ଚ ୨୦୨୦ରେ କୋଭିଡ୍‌ ପ୍ରକାଶ ପାଇବା ପୂର୍ବରୁ ୨ ବର୍ଷ ୩ ମାସ, ଅର୍ଥାତ୍‌ ୯ଟି ତ୍ରୈମାସକରେ ଜିଡିପି ଅଭିବୃଦ୍ଧି ହାର ଧିମା ହୋଇଯାଇଥିଲା। କାହିଁକି ହୋଇଥିଲା ସରକାର ତାହା କହିଲେ ନାହିଁ। କାରଣ ସରକାରଙ୍କ ପାଖରେ କୌଣସି ବାସ୍ତବ ବାଟ ଏବଂ ଯୋଜନା ନ ଥିଲା। ଯେତେବେଳେ କୋଭିଡ୍‌ ଚାଲିଗଲା ସେତେବେଳେ ଲକ୍‌ଡାଉନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଭିବୃଦ୍ଧି ସୁଧୁରିବାରେ ଲାଗିଲା। ଏହି ସମୟରେ ପ୍ରଶଂସକମାନେ ଉଚ୍ଚ ସ୍ବରରେ ପ୍ରଶଂସା କରିବାକୁ ଲାଗିଲେ। ଏବେ ଯେତେବେଳେ ଆମେ ପୂର୍ବର ମାନ୍ଦାବସ୍ଥା କଥା କହୁଛୁ ସେତେବେଳେ କାହା ମୁହଁ ଖୋଲୁନାହିଁ। ତେବେ ଏ କ୍ଷେତ୍ରରେ ସବୁଠୁ ବଡ଼ ସମର୍ଥକ ହେଉଛନ୍ତି କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ତଥା ଅର୍ଥନୀତିଜ୍ଞ ଅରବିନ୍ଦ ପାନଗାରିଆ ।
ସେ ମୋଦିଙ୍କ ପ୍ରତି ଆକର୍ଷିତ ହୋଇଥିଲେ। କାରଣ ପାନଗାରିଆଙ୍କ ଧାରଣା ଥିଲା ଯେ,ତାଙ୍କ ଭଳି ମୋଦି ଥିଲେ ଜଣେ ଫ୍ରି- ମାର୍କେଟ ମ୍ୟାନ ବା ମୁକ୍ତ ବଜାରରେ ବିଶ୍ୱାସ କରୁଥିବା ମଣିଷ। ସେ ଆମେରିକା ଫେରିଯିବା ଲାଗି ୨୦୧୭ ସେପ୍ଟେମ୍ବରରେ ନୀତିି ଆୟୋଗ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ଭାରତ ସରକାରଙ୍କ ପ୍ରୋଟେକ୍‌ସନିଜମ୍‌ (ନିଜ ଦେଶର ଶିଳ୍ପକୁ ବଞ୍ଚାଇବା ଲାଗି ଅନ୍ତର୍ଜାତୀୟ ବାଣିଜ୍ୟ ନୀତିରେ କଠୋରତା ଆଣିବା)କୁ ସମାଲୋଚନ କରି ଆସୁଛନ୍ତି। ତାଙ୍କ ବିଶ୍ୱାସ ଥିଲା ଯେ ୨୦୨୦ରେ ଟାୟାର, ଟେଲିଭିଜନସେଟ୍‌ ପରି ଦ୍ରବ୍ୟଗୁଡ଼ିକ ଉପରେ ଭାରତର ଆମଦାନୀ ଶୁଳ୍କ, ଯାହା ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ଗଠନକୁ ଉତ୍ସାହିତ କରିବା ଲାଗି ଉଦ୍ଦିଷ୍ଟ ଥିଲା, ତାହା ବିମୁଦ୍ରୀକରଣ ବିଚାର ଭଳି କ୍ଷତିକାରକ ହେବ। ୨୦୧୭ରେ ମୋଦି ପ୍ରୋଟେକ୍‌ସନିଜମ୍‌ ଦିଗରେ ନେଇଥିବା ଭୁଲ୍‌ ପଦକ୍ଷେପକୁ ନେଇ ଚିନ୍ତିତ ଥିଲେ ବୋଲି ସେ କହିଥିଲେ। ଏହା ଏଯାବତ୍‌ ବଦଳି ନାହିଁ।
୨୦୨୦ ଅଗଷ୍ଟରେ ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କରାଯାଇଥିଲା। ଅନ୍ତର୍ଜାତୀୟ ବାଣିଜ୍ୟ ଉପରେ ମୋଦି କରିଥିବା ନୀତିଗତ ତ୍ରୁଟି ୧୯୯୧ରେ କରାଯାଇଥିବା ଭଲ କାମକୁ ବ୍ୟର୍ଥ କରିଦେଇଥିଲା। ଆତ୍ମନିର୍ଭର ଭାରତ ଯୋଜନାର ୬ ବର୍ଷ ମଧ୍ୟରେ କ’ଣ ହାସଲ କରିଛି ବୋଲି ସେ ପଚାରିଛନ୍ତି। ବରଂ ଇଲେକ୍‌ଟ୍ରୋନିକ ସାମଗ୍ରୀର ଆମଦାନୀ ବୃଦ୍ଧିପାଇଛି। ୨୦୧୩-୧୪ରେ ଏହା ୩୨.୪ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୧୮-୧୯ରେ ଏହା ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ଘଟିଥିଲା। ଏହି ସମାନ ଅବଧିରେ ରପ୍ତାନି ମନ୍ଥର ଗତିରେ ଅର୍ଥାତ୍‌ ୭.୬ ବିଲିୟନ ଡଲାରରୁ ୮.୯ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା। ଏହି ବର୍ଷଗୁଡ଼ିକରେ ସୁରକ୍ଷିତ ଭାବେ ସବ୍‌ସିଡିରେ ଅନେକ ମୋବାଇଲ ଫୋନ ଆସେମ୍ବ୍ଲି ଫାର୍ମଗୁଡ଼ିକ ଆସିଛନ୍ତି, କିନ୍ତୁ ସେମାନେ ଏକ ଶକ୍ତିଶାଳୀ ଇଲେକ୍ଟ୍ରୋନିକ ଶିଳ୍ପ ସୃଷ୍ଟି କରିପାରି ନାହାନ୍ତି। ଅପରପଟେ ଭାରତୀୟଙ୍କ ମାଲିକାନାରେ ଥିବା ପ୍ରାୟ ସବୁ ଫାର୍ମ ବୈଶ୍ୱିକ ମାନକ ଅନୁଯାୟୀ ଛୋଟ ଏବଂ ଏଗୁଡ଼ିକ ମଧ୍ୟରୁ କୌଣସିଟି ନିଜସ୍ବ ରପ୍ତାନି କ୍ଷମତା ହାସଲ କରିନାହାନ୍ତି। ତେବେ ଏଭଳି ଦୃଷ୍ଟିକୋଣ ଥିବା ବ୍ୟକ୍ତି ମୋଦିଙ୍କର ଜଣେ ସମର୍ଥକ ହେବା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପ୍ରଥମ ଘଟଣାରେ ଅର୍ଥାତ୍‌ ଦେଶକୁ ବିକଶିକ କରିବାରେ ମୋଦିଙ୍କର କିଛି ରଣନୀତିକ ଦିଗ ରହିଥିବା ଅନୁମାନ କରାଯାଉଥିଲା। ପାନଗାରିଆ ତାଙ୍କ ମୁକ୍ତ ବଜାର ବିଚାରଧାରା ମୋଦିଙ୍କଠାରେ ଥିଲା ବୋଲି ମଧ୍ୟ ବିଚାର କରିଥିଲେ। ଏହା ହିଁ ସମସ୍ୟା। ଦିନେ ପାନଗାରିଆ ମୋଦିଙ୍କ ପ୍ରତି ଥିବା ଆନୁଗତ୍ୟକୁ ଏଡାଇ ଚାଲିଯାଇଥିଲେ ଓ ତା’ପରଦିନ ଏକ ସିଦ୍ଧାନ୍ତ ସମ୍ବଳିତ ରିପୋର୍ଟ ଉପସ୍ଥାପନ କରିଥିଲେ, ଯେଉଁଥିରେ ବାସ୍ତବରେ ୨୦୦୩ରୁ ୨୦୧୪ ଭାରତର ସବୁଠୁ ଭଲ ଅଭିବୃଦ୍ଧିଶୀଳ ବର୍ଷ ଥିଲା ବୋଲି ଉଲ୍ଲେଖ ରହିଥିଲା।
ପାନଗାରିଆଙ୍କ ଭଳି ଅନ୍ୟମାନେ ଭୟରେ ରହିବାର କାରଣ ପଛରେ ରହିଛି ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବୃହତ୍‌ ବିଚାରର ପ୍ରତିବଦ୍ଧତା। ଏହି ବିଚାର ହେଉଛି ସାମ୍ବିଧାନିକ ସହାବସ୍ଥାନକୁ ଧ୍ୱଂସ କରି ଏକ ସଂଖ୍ୟାଗରିଷ୍ଠବାଦ ଦେଶ ପ୍ରତିଷ୍ଠା କରିବା। ଅର୍ଥ ବ୍ୟବସ୍ଥାରେ ସଫଳ ନ ହେଲେ ବି ଏଥିରେ ଅତ୍ୟନ୍ତ ସଫଳ ଯୋଜନା ରହିଛି। ପରିଣାମ ମଧ୍ୟ ଆମ ସମ୍ମୁଖରେ ସ୍ପଷ୍ଟ। ସେ ଗୁଜରାଟରେ ଯାହା ଚାହିଁଥିଲେ ଏବଂ ଏବେ ଦେଶରେ ଯାହା ଚାହଁୁଛନ୍ତି, ଉଭୟକୁ ହାସଲ କରିବାକୁ ସେ ପ୍ରଭାବୀ ପଦକ୍ଷେପ ନେଇ ଆସିଛନ୍ତି, ଯାହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଦେଶରେ ବାଛବିଚାର, ବାଦ୍‌ଦେବା, ନିର୍ଯାତନା ତଥା ଉତ୍ପୀଡ଼ନର ପଥ ଭାଜପା ଶାସିତ ରାଜ୍ୟଗୁଡ଼ିକ ଆପଣାଇଛନ୍ତି। ମୁସଲମାନଙ୍କ ଖାଦ୍ୟ, ସେମାନଙ୍କ କାମ ଓ ବାସସ୍ଥାନ, ପୋଷାକ, ବିବାହ, ଛାଡ଼ପତ୍ରକୁ ନେଇ ଆଇନ ଅଣାଯାଇଛି। ଏଭଳି ଏକ ବିଚାର ଭାରତର ରାଜନୀତିରେ ଦୃଢ଼ ଭାବେ ରହିଛି, ଯାହାକୁ ୧୫ ବର୍ଷ ମଧ୍ୟରେ ବଦଳାଇବା କଠିନ ହୋଇପଡ଼ିଛି।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?