ବଜେଟ୍‌ ଘୋଷଣା ପରେ ତାତିଲେ ନବୀନ, କହିଦେଲେ ଏତେ ବଡ଼କଥା…

ଭୁବନେଶ୍ୱର,୨।୨: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରାମନ ଶନିବାର ପାର୍ଲାମେଣ୍ଟରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରମାଗତ ୮ମ ଥର ସେ ବଜେଟ ଉପସ୍ଥାପନ କରିଥିବାବେଳେ ଏଥିରେ ଆୟକରଦାତା, ମଧ୍ୟବିତ୍ତଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି। ୧୨ ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ। ଏହାଦ୍ୱାରା ୧ କୋଟି ଆୟକରଦାତା ଲାଭବାନ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଦେଖିବାକୁ ଗଲେ ୧୪୦ କୋଟି ଜନସଂଖ୍ୟ ବିଶିଷ୍ଟ ଦେଶରେ ଏମାନଙ୍କ ସଂଖ୍ୟା ନଗଣ୍ୟ। ଅଳ୍ପଙ୍କୁ ଖୁସି କରିବାକୁ ଯାଇ ଅନେକଙ୍କୁ ଅନ୍ଧାରରେ ରଖାଯାଇଥିବା ଭଳି ବଜେଟର ସ୍ବରୂପ ଦେଖିଲେ ବୁଝାପଡ଼ିଯାଉଛି। କାରଣ ପରୋକ୍ଷ ଟିକସ (ସାମଗ୍ରୀ ଓ ସେବା ଟିକସ-ଜିଏସ୍ଟି) ଦେଶର ପ୍ରତ୍ୟେକ ବର୍ଗଙ୍କୁ ଦେବାକୁ ପଡ଼ୁଛି। ସେଥିରେ ସେଭଳି କୋହଳ ବ୍ୟବସ୍ଥା କରାଯାଇଥିବା ଲକ୍ଷ୍ୟ କରାଯାଇନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଦର ଖୁବ ଉଚ୍ଚାରେ ରହିଥିବାବେଳେ ତାହାକୁ ହ୍ରାସ କରିବା ଦିଗରେ କୌଣସି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇ ନ ଥିବା ଦେଖିବାକୁ ମିଳିଛି। ବିହାର ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖାଯାଇ ସେଠାକାର ଭୋଟରଙ୍କୁ ସନ୍ତୁଷ୍ଟ କରିବା ସକାଶେ ମାଖନା ବୋର୍ଡ, ଖାଦ୍ୟ ପ୍ରତିଷ୍ଠାନ, ବିମାନବନ୍ଦର ଓ କେନାଲ ପ୍ରକଳ୍ପକୁ ଅଗ୍ରାଧିକାର ଦିଆଯାଇଛି।

ତେବେ ବଜେଟକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଚଳିତ ବଜେଟରେ ଯୁବବର୍ଗଙ୍କ ପାଇଁ ରୋଜଗାର ଯୋଗାଇଦେବା ସମ୍ପର୍କରେ କିଛି ନାହିଁ। ସେହିପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ବର୍ଦ୍ଧିତ ଦରଦାମ୍‌ ପାଇଁ ଜନସାଧାରଣ ବିଭିନ୍ନ ସମସ୍ୟା ଭୋଗୁଥିବାବେଳେ ବଜେଟରେ ଏହାର ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ସେହିପରି ଓଡ଼ିଶାକୁ ସ୍ପେଶାଲ କାଟାଗୋରି ଷ୍ଟାଟସ୍‌ ପ୍ରଦାନ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲେ ହେଁ ଏଥର ବଜେଟରେ ସେ ନେଇ କୌଣସି ପ୍ରାବଧାନ ନାହିଁ। ବଜେଟରେ ଅନ୍ୟ ରାଜ୍ୟଗୁଡ଼କୁ ସ୍ବତନ୍ତ୍ର ପ୍ରାବଧାନ ମିଳିଥିଲେ ହେଁ, ଓଡ଼ିଶାର ନ୍ୟାଯ୍ୟ ଦାବିଗୁଡ଼ିକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଓ ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏଥର ବଜେଟର ଆକାର ୫୦ଲକ୍ଷ ୬୫ହାଜର କୋଟି ଟଙ୍କା, ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ। ସାମଗ୍ରିକ ଭାବେ ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ। ଚାଷୀ, ଦିନମଜୁରିଆ, ମଧ୍ୟମବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟରେ କିଛି ନା କିଛି ଭଲ ଖବର ଅଛି। ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି। ଏଥରର ବଜେଟରେ ୧୦୦ଟି ଜିଲାରେ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚାଷୀଙ୍କ ପାଇଁ ‘ଧନଧାନ୍ୟ କୃଷି ଯୋଜନା’ ପ୍ରସ୍ତାବିତ କରାଯାଇଛି। ଏହି ନୂତନ ଯୋଜନାରେ ଦେଶର ୧.୭୦କୋଟି ଚାଷୀ ଉପକୃତ ହେବେ। ବଜେଟରେ ରେକର୍ଡ ୧୫ଲକ୍ଷ ୫୦ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପ୍ରାବଧାନ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୪ହଜାର ୮୩୨କୋଟି ଟଙ୍କା ପ୍ରାବଧାନ କରାଯାଇଛି। ଏହି ବର୍ଦ୍ଧିତ ପ୍ରାବଧାନରେ ଆସନ୍ତା ବର୍ଷ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ। ଜଳଜୀବନ ମିଶନ ଯୋଜନାରେ ଆସନ୍ତା ୨ବର୍ଷ ମଧ୍ୟରେ ରାଜ୍ୟର ସବୁ ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟ ପୂରଣ ହେବ। ଏହା ଲୋକାଭିମୁଖୀ, ଜନକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ ବଜେଟ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?