Odisha Elections 2024

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ ୨ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି।

ସ୍ଥାନୀୟ ଗ୍ରାମର ଜଣେ ଯୁବକ ମାରଣାସ୍ତ୍ର ଧରି ଦୀର୍ଘ ଅଧଘଣ୍ଟାକାଳ କାର୍ଯ୍ୟାଳୟରେ ଉତ୍ପାତ କରିବା ଫଳରେ ସେଠାରେ ସମସ୍ତଙ୍କ ଭିତରେ ଭୟ ଖେଳିଯାଇଥିଲା। ତେବେ ଯୁବକଙ୍କ ଏପରି କରିବା ପଛର କାରଣ ଜଣାପଡ଼ିନାହିଁ।

ଯୁବକ ଜଣଙ୍କ ଅପରାହ୍ନରେ ହଠାତ ଖଣ୍ଡା ଧରି ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଭିତରକୁ ପଶିଆସିଥିଲେ। କେହି କିଛି ଜାଣିବା ପୂର୍ବରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ ଅଧିକାରୀ, କର୍ମଚାରୀମାନେ ଭୟରେ କାର୍ଯ୍ୟାଳୟ ବାହାରକୁ ବାହାରି ନ ଥିବା ଜଣାପଡ଼ିଛି।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସମ୍ପୃକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ଯୁବକଙ୍କ ସମସ୍ତ କାଣ୍ଡର ଭିଡିଓକୁ ପୋଲିସ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଛାଡି ପୁଣି ଶଙ୍ଖ ଧରିଲେ ରାଜୁ ଦାସ

ଭୁବନେଶ୍ୱର,୧୬।୫: ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗୁରୁବାର ଭାଜପାରୁ ଇସ୍ତଫା ଦେବା ପରେ ପୁଣିଥରେ ବିଜେଡିରେ ସାମିଲ ହୋଇଛନ୍ତି। ରାଜୁ ଦାସ ତାଙ୍କ ଇସ୍ତଫା...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଭୁବନେଶ୍ୱର,୧୬।୫: ଭାଜପାରୁ ଇସ୍ତଫା ଦେଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ସେ ତାଙ୍କ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଭାଜପା...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ଖାର୍ଗେଙ୍କ ଭାଷଣ ବେଳେ ପଶି ଆସିଲା ଅନ୍ୟ ଦଳର ପ୍ରଚାର ଗାଡ଼ି, ଆଉ ତା’ପରେ…

ଭୁବନେଶ୍ୱର,୧୬।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ଓଡ଼ିଶା ଗସ୍ତରେ ଆସି ଫୁଲବାଣୀର ଏକ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଉଛନ୍ତି। ଏହି ସମୟରେ ଅନ୍ୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri