୨ଶହ ବର୍ଷ ପରେ ବେଲାଦୁଲାରେ ଛାତଘର

ଆଠମଲ୍ଲିକ,୧୧ା୨: ଗାଁରେ କୋଠାଘର ନିର୍ମାଣ ହେଉଥିଲେ ମଧ୍ୟ ଛାତ ପଡ଼ୁ ନ ଥିଲା। ମା’ ରକ୍ତମାଉଳୀଙ୍କ କୋପର ଶିକାର ହେବା ଭୟରେ କିଏ ଟାଇଲ ଛପର କରୁଥିଲେ ତ ଆଉ କିଏ ଆଜବେଷ୍ଟସ ପକାଇ ପୂର୍ବ ପରମ୍ପରା, ଅନ୍ଧବିଶ୍ୱାସକୁ ଆହୁରି ଆଗକୁ ନେଉଥିଲେ। ଫଳରେ ସ୍ବଚ୍ଛ ଭାରତଠାରୁ ଆବାସ ଯାଏ କୌଣସି ଯୋଜନାର ସୁଫଳ ଏଠି ମିଳୁ ନ ଥିଲା। ହେଲେ ଉପଖଣ୍ଡ ଓ ବ୍ଲକ ପ୍ରଶାସନର ଅବିରତ ଉଦ୍ୟମ ପରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ବେଲାଦୁଲା ଗାଁରେ ବୁଧବାର ପ୍ରଥମ କରି କୋଠାଘରେ ଛାତ ପକାଯାଇଛି। ୨ଶହ ବର୍ଷର ରୋଗ, ଦୁଃଖ ଓ ମୃତ୍ୟୁ ଭୋଗିବା ଭୟକୁ ମନରୁ ଦୂର କରି ଅନେକ ପରିବାର ଆତ୍ମବିଶ୍ୱାସର ସହ ଆଗେଇ ଆସି ଗାଁ କୋଠଘର ଛାତ ପକା କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟଙ୍କ ଉପସ୍ଥିତିରେ ହରିବୋଲ, ହୁଳହୁଳିରେ ଗାଁର ପ୍ରଥମ ଛାତ ଘର ନିର୍ମାଣ ହୋଇଥିବାରୁ ବ୍ଲକ ପ୍ରଶାସନକୁ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବେଲାଦୁଲା ଓ ଫକୀରପୁରକୁ ରକ୍ତମାଉଳୀ ମାଟିର ଗାଁ ବୋଲି କୁହାଯାଉଛି। ମା’ ରକ୍ତମାଉଳୀଙ୍କୁ ଛାତ ଘରେ ପୂଜା କରାଯାଉ ନାହିଁ। ତେଣୁ ଛାତ ଘର ମା’ଙ୍କ ପସନ୍ଦ ନୁହେଁ ଓ କେହି ଏହାକୁ ଅମାନ୍ୟ କଲେ ରୋଗ, ଦୁଃଖ ସହ ମୃତ୍ୟୁର ଭୟ ମାଡ଼ି ଆସିବ ବୋଲି ପୂର୍ବରୁ ବିଶ୍ୱାସ ରହିଆସିଥିଲା। ଅତୀତର ଅନେକ ଅଘଟଣକୁ ଲୋକେ ଏହି ବିଶ୍ୱାସ ସହ ଯୋଡ଼ିଥିବାରୁ କୋଠାଘରେ ଛାତ ପକା ନ ଯିବା ଏଠାକାର ପରମ୍ପରାରେ ପରିଣତ ହୋଇଯାଇଥିଲା। ଏହି କାରଣରୁ ଗାଁର ସ୍କୁଲ, ଅଙ୍ଗନୱାଡି, କୋଠଘର ଆଦିରେ ଛାତ ପକାଯାଉ ନ ଥିଲା। ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି କାର୍ଯ୍ୟକାରୀ ହୋଇପାରୁ ନ ଥିଲା। ଏପରି କି ସ୍ବଚ୍ଛ ଭାରତ ମିଶନରେ ପାଇଖାନା ଉପରେ ମଧ୍ୟ ଛାତ ପଡ଼ୁ ନ ଥିଲା। ଲୋକଙ୍କ ମନରୁ ସେହି ଅନ୍ଧବିଶ୍ୱାସ ଦୂର କରିବାକୁ ଏକ ବର୍ଷ ହେଲା ବ୍ଲକ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ବାରମ୍ବାର ଗାଁରେ ବୈଠକ କରାଯାଇ ବୁଝାଯାଉଥିଲା। କିଛି ଲୋକ ମନରୁ ଭୟ ଦୂର କରି ଛାତ ପକାଇବାକୁ ପ୍ରସ୍ତୁତ ଥିବା କହିବା ପରେ ପ୍ରଥମେ ଗାଁ କୋଠଘରର ଛାତ ପକାଯାଇଥିଲା। ବହୁ ସଂଖ୍ୟାରେ ମହିଳା ପୁରୁଷ ଏଥିରେ ସହଯୋଗ କରିଥିଲେ। କେତେଜଣ ଖଳ ପ୍ରକୃତିର ଲୋକ ଭୟ ଖେଳାଇବାକୁ ମଙ୍ଗଳବାର ରାତିରେ ବିଦ୍ୟୁତ୍‌ କାଟି ଗ୍ରାମରେ ଥିବା ଜଗନ୍ନାଥଙ୍କୁ ଚୋରାଇ ନେଇଥିଲେ। ହେଲେ ଏହାର ପ୍ରଭାବ ଲୋକଙ୍କ ଉପରେ ପଡ଼ି ନ ଥିଲା। ବାବା ନିରଞ୍ଜନ ଦାସ କୋଠଘର ଛାତରେ ପ୍ରଥମେ ସିମେଣ୍ଟ ଢାଳିବା ବେଳେ ହରିବୋଲ, ହୁଳହୁଳି ପକାଇ ଲୋକେ ଏହାକୁ ସ୍ବାଗତ କରିଥିଲେ।

ଗ୍ରାମବାସୀଙ୍କ ସହଯୋଗରୁ ସମ୍ଭବ
ଗ୍ରାମବାସୀଙ୍କ ସହଯୋଗରୁ ପ୍ରଥମ କରି କୌଣସି କୋଠାଘରେ ଛାତ ପକାଇବା ସମ୍ଭବ ହୋଇଛି। ଏଣିକି ଗ୍ରାମବାସୀ ନିଜ ନିଜ ଘରେ ଛାତ ପକାଇ ପାରିବେ। ଗାଁର ୨୭ ପରିବାରକୁ ବ୍ଲକ ପକ୍ଷରୁ ଇନ୍ଦିରା ଆବାସ ଯୋଗାଇ ଦିଆଯାଇଛି। ଏହି ସମସ୍ତ ବ୍ୟକ୍ତି ଘର ନିର୍ମାଣ କରିବା ସହ ଛାତ ପକାଇବେ।
-ସଞ୍ଜୟ କୁମାର ଆଚାର୍ଯ୍ୟ, ବିଡିଓ, ଆଠମଲ୍ଲିକ

ଉଦ୍ୟମ ସଫଳ ହେଲା
ଦୀର୍ଘବର୍ଷର ପରମ୍ପରା ଭାଙ୍ଗି କୋଠାଘରେ ଛାତ ପକାଇବାକୁ ସଭାରେ ଲୋକଙ୍କୁ ବୁଝାଯାଇଥିଲା। କିନ୍ତୁ ଅନେକେ ପୂର୍ବ ଅନ୍ଧବିଶ୍ୱାସରୁ ବାହାରିବାକୁ ଚାହିଁ ନ ଥିଲେ। ତେଣୁ ଯେତିକି ଲୋକ ରାଜି ହେଲେ ସେମାନଙ୍କୁ ନେଇ କାମ କରିବାକୁ ପଡ଼ିଲା। ଉଦ୍ୟମ ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।
-ସୁଦାମ ମେହେର, ଗ୍ରାମ ସମ୍ପାଦକ

ଅନ୍ଧବିଶ୍ୱାସକୁ ନେଇ ଭୟ ଥିଲା
ଲୋକଙ୍କ ମନରେ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ବସା ବାନ୍ଧିସାରିଥିଲା। ଛାତ ଘର ନିର୍ମାଣ ହେଲେ କେହି ମରିଯିବେ ବୋଲି ଭାବିବା ସହ ଭୟଭୀତ ଥିଲେ। ଫଳରେ ସରକାରୀ ଯୋଜନାରେ ଛାତ ଘର ହୋଇପାରୁ ନ ଥିଲା। ବିଡିଓଙ୍କ ବହୁ ଉଦ୍ୟମ ପରେ କିଛି ଲୋକଙ୍କ ମନରୁ ଭୟ ଦୂର ହୋଇପାରିଛି।
-ଗୁଣନିଧି ମେହେର, ଗ୍ରାମବାସୀ

୭୦ ପରିବାର ଆଗେଇ ଆସିଛନ୍ତି
ଅନେକ ଥର ଗାଁରେ ସଭା କରାଯାଇଥିଲା। ମୋଟ୍‌ ୧୮୦ ପରିବାର ମଧ୍ୟରୁ ମାତ୍ର ୭୦ ପରିବାର ସହମତି ପ୍ରକାଶ କରିଥିଲେ। ଅନ୍ୟମାନେ ଏବେ ରାଜି ହୋଇ ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନେ ପୂର୍ବ ପରମ୍ପରା ଭାଙ୍ଗିବାକୁ ନିଶ୍ଚିତ ଆଗ୍ରହ ଦେଖାଇବେ। ଅନ୍ଧବିଶ୍ୱାସ ଦୂର କରିବାରେ ସଫଳତା ମିଳିଥିବାରୁ ଖୁସି ଲାଗୁଛି।
-ପ୍ରତାପ ମେହେର, ସାମାଜିକକର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

ଜୟପୁର,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

ଗୁଡ଼ାରୀକୁ ରେଳପଥ ସଂଯୋଗ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି, ଗୋପାଳପୁର-ରାୟଗଡ଼ା…

ଗୁଡ଼ାରୀ,୧୧ା୭(ପ୍ରମୋଦ କୁମାର ପତି): କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗୋପାଳପୁର-ରାୟଗଡ଼ା ପ୍ରସ୍ତାବିତ ନୂତନ ରେଳପଥର ଫାଇନାଲ ଲୋକେଶନ ସର୍ଭେ(FLS)ରେ ସାମାନ୍ୟ ପରିବର୍ତ୍ତନ କରି ଗୁଡ଼ାରୀକୁ ରେଳ ସଂଯୋଗ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

ଗାଧୋଇବାକୁ ଯାଇ ଫେରିଲେନି ଯୁବକ, ପାଣିରୁ ମୃତଦେହ କାଢ଼ି…

ଖଲ୍ଲିକୋଟ,୧୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ୧୬ ନଂ ଜାତୀୟ ରାଜପଥ କଡ଼ରେ ଥିବା ଦୋଳା ପୋଖରୀରେ ବୁଡ଼ି ଜଣେ…

ବିଦେଶୀ ମଦ ଦୋକାନ ଉପରେ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ, ପୁରୁଣା କର୍ମଚାରୀଙ୍କ…

କୋଣାର୍କ,୧୧ା୭(ଜ୍ୟୋତିରାଜ ମହାନ୍ତି): କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନକୁ ଜଣେ ଦୁର୍ବୃତ୍ତ ଶନିବାର ପୂର୍ବାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିବାବେଳେ…

ପାଠ୍ୟପୁସ୍ତକ ତ୍ରୁଟି: କଡ଼ା ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ, SCERT ନିର୍ଦ୍ଦେଶକଙ୍କୁ ଏଫ୍‌ଆଇଆର୍‌ ଦାୟର କରିବାକୁ କହି…

ଭୁବନେଶ୍ୱର,୧୧ା୭(ସୁନିତ୍‌ ମିଶ୍ର): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଏ ସମ୍ପର୍କରେ…

କେଜିରୁ ପିଜି ନାମଲେଖା ଦ୍ୱନ୍ଦ୍ୱ ଦୂର ପାଇଁ ଆସିବ ଏସ୍‌ଓପି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୧୧।୭: ରାଜ୍ୟରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନା କାର୍ଯ୍ୟକାରୀ ହେବା ପରେ ନାମଲେଖା ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri