Posted inଖେଳ

ବିଶ୍ୱକପ୍‌ରେ ଦୁଇ ଦ୍ୱିଶତକ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୩ ଦିନ ବାକି ରହିଛି। ବିଶ୍ୱକପରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ। ଏହି ଚାପ ସତ୍ତ୍ୱେ ଅନେକ ଖେଳାଳି ସଫଳତାର ସହ ରନ୍‌ ସ୍କୋର କରିଥାନ୍ତି। ମାର୍ଟିନ୍‌ ଗପ୍ଟିଲ ଓ କ୍ରିସ୍‌ ଗେଲ୍‌ ଏମିତି ଦୁଇ ଜଣ ଖେଳାଳି ଯେଉଁମାନେ ବିଶ୍ୱକପରେ ଦ୍ୱିଶତକ ଅର୍ଜନ କରିଛନ୍ତି। ଆଜି ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ୫ ଖେଳାଳିଙ୍କ ଉପରେ ଏକ ନଜର….
ମାର୍ଟିନ୍‌ ଗପ୍ଟିଲ: ୨୩୭* ରନ୍‌
ବିଶ୍ୱକପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗପ୍ଟିଲ ପ୍ରଥମ ସ୍ଥାନରେ ରହିଛନ୍ତି। ୨୦୧୫ ମସିହାର ବିଶ୍ୱକପରେ ଓ୍ବେଲିଂଟନ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚରେ ସେ ଏହି ରେକର୍ଡ କରିଥିଲେ। ୧୬୩ ବଲ୍‌ ଖେଳି ସେ ୨୪ ଚୌକା ୧୧ ଛକା ମାରିଥିଲେ। ଦିନିକିଆ ବିଶ୍ୱକପ ଇତିହାସରେ ଏହା ରହିଥିଲା ଦ୍ୱିତୀୟ ଦ୍ୱିଶତକ।
କ୍ରିସ୍‌ ଗେଲ୍‌: ୨୧୫ ରନ୍‌
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ତଥା ବିସ୍ଫୋରକ ବ୍ୟାଟର କ୍ରିସ୍‌ ଗେଲ୍‌ ପ୍ରଥମ ଖେଳାଳି ଭାବରେ ବିଶ୍ୱକପରେ ଦ୍ୱିଶତକ ଅର୍ଜନ କରିଥିଲେ। ଜିମ୍ବାଓ୍ବେ ବିପକ୍ଷ ଏହି ମ୍ୟାଚରେ ସେ ୨୧୫ ରନ୍‌ ସ୍କୋର କରିଥିଲେ। ୧୪୭ ବଲ୍‌ର ଏହି ଇନିଂସରେ ସେ ୧୦ ଚୌକା ଓ ୧୬ ଛକା ମାରିଥିଲେ। ବିଶ୍ୱକପରେ ସ୍କୋର ହୋଇଥିବା ଦୁଇଟି ଯାକ ଦ୍ୱିଶତକ ୨୦୧୫ ସଂସ୍କରଣରେ ହୋଇଥିଲା
ଗ୍ୟାରୀ କର୍ଷ୍ଟେନ୍‌: ୧୮୮* ରନ୍‌
ଦକ୍ଷିଣ ଆଫ୍ରିକାର ପୂର୍ବତନ ଓପନର ତଥା ବିଶ୍ୱକପ ବିଜୟୀ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିବା ଗ୍ୟାରୀ କର୍ଷ୍ଟେନ୍‌ ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୮୮ ରନ୍‌ କରିଥିଲେ। ପାକିସ୍ତାନର ରାଓ୍ବଲପିଣ୍ଡିରେ ସେ ଏହି ଇନିଂସ ଖେଳିଥିଲେ। ୟୁଏଇ ବିପକ୍ଷରେ ଖେଳିଥିବା ଏହି ଇନିଂସରେ ୧୫୯ ବଲ୍‌ ଖେଳି ୧୩ ଚୌକା ଓ ୪ ଛକା ମାରିଥିଲେ।
ସୌରଭ ଗାଙ୍ଗୁଲି: ୧୮୩ ରନ୍‌
ଭାରତର ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱକପର ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ୧୯୯୯ ଦିନିକିଆ ବିଶ୍ୱକପରେ ସେ ଶ୍ରୀଲଙ୍କା ବିପକ୍ଷରେ ଏହି ସ୍କୋର କରିଥିଲେ। ରାହୁଲ ଡ୍ରାଭିଡଙ୍କ ସହିତ ୩୩୧ ରନ୍‌ର ପାର୍ଟନରଶିପ୍‌ ଅବସରରେ ଟନ୍‌ଟନ୍‌ରେ ଖେଳିଥିଲେ ଏହି ଐତିହାସିକ ଇନିଂସ। ୧୫୮ ବଲ୍‌ର ଏହି ଇନିଂସରେ ସାମିଲ ଥିଲା ୧୭ ଚୌକା ଓ ୭ ଛକା।
ଭିଭିଆନ୍‌ ରିଚାର୍ଡସ୍‌: ୧୮୧ ରନ୍‌
ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟର ଭିଭିଆନ୍‌ ରିଚାର୍ଡସ ୧୮୧ ରନ୍‌ ସ୍କୋର କରିବା ସହିତ ବିଶ୍ୱକପରେ ସର୍ବାଧିକ ସ୍କୋର ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?