ବାଇକ୍‌ ଦୁର୍ଘଟଣାରେ ଗଲା ୨ ଜୀବନ

ବଡ଼ଗାଁ, ୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅଧୀନ କଣ୍ଟିଆମୁରା ଗାଁ ନିକଟ ୧୦ ନମ୍ବର ରାଜପଥରେ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କଣ୍ଟିଆମୁରା ଗ୍ରାମର ଅନିଲ ଖଡ଼ିଆ (୩୮) ଓ ବାଇବାଇ ଗ୍ରାମର ସଞ୍ଜୟ କିଷାନ (୨୨)।

ମିଳିଥିବା ସୂଚନା ମୁତାବକ, ଅନିଲ ଓ ବିରଙ୍ଗାଟୋଲି ଗ୍ରାମର ବୈଦ୍ୟନାଥ ନାଏକ(୬୦) ରାଜଗାଙ୍ଗପୁରରେ ଏକ କମ୍ପାନୀରେ ଡ୍ୟୁଟିସାରି ଘରକୁ ବାଇକ୍‌ରେ ଫେରୁଥିଲେ। ସଞ୍ଜୟ ଓ ତାଙ୍କର ସମ୍ପର୍କୀୟ ଭାଇ ଧରୁଆଡିହି ଥାନା ଲମତି ଗ୍ରାମର ଦେବାନନ୍ଦ କିଷାନ(୨୨) ଅନ୍ୟ ଏକ ବାଇକ୍‌ରେ ବାଇବାଇ ଗ୍ରାମକୁ ଫେରୁଥିଲେ। କଣ୍ଟିଆମୁରା ଗାଁ ନିକଟରେ ରାସ୍ତା ଅତିକ୍ରମ କରିବାବେଳେ ଦୁଇ ବାଇକ୍‌ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଅନିଲଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳକୁ ୭୭୫୪ ସ୍ଥାନାନ୍ତର

କେନ୍ଦ୍ରାପଡ଼ା ଅଫିସ,୨୫ା୫: ବାତ୍ୟା ୟାସ୍‌ ଅତି ଭୟଙ୍କର ଭାବେ ମାଡ଼ି ଆସୁଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲା ପ୍ରଭାବିତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଏହି...

ଆଇଟିଆଇ ଛାତ୍ରଙ୍କୁ ଧକ୍କା ଦେଲା ହାଇଓ୍ବା

ପଦ୍ମପୁର,୭।୧୨(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବଜାର ପୁରୁଣା ଷ୍ଟେଟବ୍ୟାଙ୍କ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରଙ୍କ...

ଜୁଆଆଡ୍ଡାରେ ଚଢ଼ାଉ, ୭ କୋର୍ଟ ଚାଲାଣ

ରାୟଗଡ଼ା ଅଫିସ,୬।୧୦: ରାୟଗଡ଼ା ଜିଲା ଇନ୍ଦିରାନଗରର ୬ ଲେନ୍‌ରେ ଜୁଆଆଡ୍ଡା ଚାଲିଥିବା କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଶନିବାର ରାତିରେ ଚଢ଼ାଉ କରିଥିଲା।...

୬ ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳିଗଲା

ଜୁନାଗଡ,୨୨।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା କେନ୍ଦୁପତ୍ର ଫଡିରେ ନିଆଁ ଲାଗି ଯାଇଛି। ଏଥିଯୋଗୁ ପ୍ରାୟ ୬ଲକ୍ଷ ଟଙ୍କାର କେନ୍ଦୁ...

ଆବାସ ଯୋଜନା ବାଟ୍‌ବନା: ପତରା ଜଂଗଲ ପାଲଟିଛେ ଉଜଲିକଁର ଠିକାନା

ବେଲପଡ଼ା,୧୫।୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ଘାଗୁର୍ଲୀ ପଁଚେତ୍‌ ଅଧୀନ ଘଘରା ଗଁାର ବିଧବା ମହିଲା ଉଜଲି ମାଝି। ଗଲା ବଛର ବରଷାରେ ତାକର ପୁରନା...

କାର୍ଯ୍ୟରେ ଅବହେଳା: ଅତିରିକ୍ତ ତହସିଲଦାର ନିଲମ୍ବିତ

ଭଦ୍ରକ ଅଫିସ, ୨୩ା୪- ଭଦ୍ରକ ଜିଲା ତିହିଡ଼ି ଅତିରିକ୍ତ ତହସିଲଦାର ସ୍ବେତପଦ୍ମା ଧଳଙ୍କୁ ଗୁରୁବାର ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି।...

ପୁଅକୁ ବଞ୍ଚାଇବାକୁ ଯାଇ ଗଲା ବାପାଙ୍କ ଜୀବନ

ଭବାନୀପାଟଣା,୨୪।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ନିକଟ ଫୁର୍ଲିଝରଣ ଜଳପ୍ରପାତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଜଳପ୍ରପାତରେ ଖସିପଡିଥିବା ୨ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି...

ଶାଳଗଛ କାଟିବା ଅଭିଯୋଗରେ ଜଣେ ଗିରଫ

ଦାରିଙ୍ଗବାଡ଼ି,୧୮।୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ବନ ବିଭାଗ ପକ୍ଷରୁ ଜଣେ କାଠ ମାଫିଆକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି...

Advertisement
Archives

Model This Week