୨ ଦିନ ପରେ ମିଳିଲା ଅପହୃତା ବର, ମିଳୁନି କନ୍ୟାଙ୍କ ପତ୍ତା

ତରବୋଡ଼/ନୂଆପଡ଼ା ଅଫିସ, ୨୫।୨: ନବବିବାହିତ ସ୍ବାମୀ ସ୍ତ୍ରୀଙ୍କୁ ଅପହରଣର ୨ ଦିନ ପରେ ଗରୁତର ଅବସ୍ଥାରେ ସ୍ବାମୀଙ୍କୁ ଉଦ୍ଧାର କରାଯାଇଛି। ହେଲେ କନ୍ୟାଙ୍କ ପତ୍ତା ମିଳିପାରୁ ନାହିଁ। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ୧୬ ତାରିଖରେ ସାମାଜିକ ରିତୀରେ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କ ସହିତ ସଦର ବ୍ଲକ ଅଞ୍ଚଳର ଯୁବତୀଙ୍କ ସହ ବିବାହ ହୋଇଥିଲା। ୨୧ ତାରିଖରେ ନବବିବାହିତ ଜିଲା ଚିକିତ୍ସାଳୟ ଯିବାକୁ କହି ଘରୁ ଏକ ବାଇକ୍‌ ଯୋଗେ ବାହାରି ଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଫେରି ନ ଥିଲେ। ଯୁବକଙ୍କ ମୋବାଇଲରୁ ଏକ ମେସେଜ ଆସିଥିଲା। ଯେଉଁଥିରେ ସାଙ୍ଗ ଘରକୁ ଯାଉଛୁ। ୨୨ ତାରିଖରେ ଘରକୁ ଫେରିବୁ ବୋଲି ଲେଖାଯାଇଥିଲା। ହେଲେ ୨୨ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଦୁହେଁ ଘରକୁ ଫେରି ନ ଥିଲେ। ପରିବାର ଲୋକେ ତାଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା। ଏନେଇ ପରିବାର ଲୋକେ କୋମନା ଥାନାର ଦ୍ୱାରସ୍ଥ ହୋଇଥିଲେ। ସେତିକିବେଳେ ଏକ ଅଜଣା ନମ୍ବରରୁ ଏକ ଫୋନ କଲ୍‌ ଆସିଥିଲା। ଯୁବକ ଜଣକ ତାଙ୍କ ଜୀବନ ପ୍ରତି ବିପଦ ଥିବା ସହ ତୁରନ୍ତ ଉଦ୍ଧାର କରିବାକୁ କହିଥିଲେ। ପରବର୍ତ୍ତି ସମୟରେ ପରିବାର ଲୋକେ ଛତିଶଗଡ଼ ରାଜ୍ୟ ଦୁର୍ଗଠାରୁ ୧୮ କି.ମି. ଦୂର ନାଗପୁରା ଛକ ପାଖରୁ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେ କଥା କହିପାରୁ ନାହାନ୍ତି। ତାଙ୍କ ଶରୀରର ବେକ, ପଞ୍ଜରା, ଛାତି, ମୁଣ୍ଡରେ ଶକ୍ତ ଆଘାତ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱାସ କମୁଛି

ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟକାଳ ବୃଦ୍ଧି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ସମ୍ପ୍ରତି ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ କାର୍ଯ୍ୟକାଳକୁ ମୋଦି ସରକାର ୩୧…

ଏହି ଦିନ ଅବସର ନେବେ ରୋହିତ-କୋହଲି! ବଡ଼ ଖୁଲାସା କରିଦେଲେ ଯୁବରାଜ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୧୦: ନିକଟରେ ଯୁବରାଜ ସିଂ ବଡ଼ ବୟାନ ଦେଇଛନ୍ତି। ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଭଳି ଯୁବ ଖେଳାଳିଙ୍କୁ ଦିନିକିଆ ଦଳରେ ନିଶ୍ଚିତ ସୁଯୋଗ ମିଳିବା…

ଉତକେଲା-ଭୁବନେଶ୍ୱର ବିମାନ ଭଡ଼ା ୫ ଗୁଣା ବୃଦ୍ଧି: ସାଧାରଣ ଯାତ୍ରୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ

କେସିଙ୍ଗା,୩୧।୧୦(ତୁମେଶ୍ୱର ସାହୁ): ଉତକେଲାରୁ ଭୁବନେଶ୍ୱରକୁ ବିମାନ ଯାତ୍ରା ଏବେ ସାଧାରଣ ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି। କଳାହାଣ୍ଡି ଜିଲାର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱର ଯିବା ପାଇଁ…

ଶେଷରେ ରୋହିତ ଶର୍ମାଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ଦେଲା ବଡ଼ ଅପଡେଟ୍‌! IPL ପୂର୍ବରୁ ହଇଚଇ

ନୂଆଦିଲ୍ଲୀ,୩୧।୧୦: IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ କିଛି ବଡ଼ ପରିବର୍ତ୍ତନ କରାଯାଇଛି। କିରନ ପୋଲାର୍ଡଙ୍କୁ ଦଳର ନୂଆ ହେଡ କୋଚ ନିଯୁକ୍ତ କରାଯାଇଥିବା ବେଳେ…

ମାତ୍ର ୧୫୭୭ ଦିନରେ ଏମିତି କାରନାମା କଲେ ଅର୍ଶଦୀପ ସିଂହ: ଭାଙ୍ଗିଲେ ୩ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜ ନାମରେ ଏକାଧିକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ…

ବାପା-ଝିଅଙ୍କୁ ଧକ୍କା ଦେଲା ଅଜଣା କାର୍‌: ଆଉ ତା’ପରେ ଘଟିଲା…

ଦାରିଙ୍ଗବାଡ଼ି, ୩୧।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଜଣା କାର୍‌ ଧକ୍କାରେ ବାପା ଓ ତାଙ୍କ ୬…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ବଢ଼ିଲା ଟିମଇଣ୍ଡିଆର ଟେନ୍‌ସନ୍‌: ପୁଣି ଫେଲ ମାରିଲେ..

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳର ଷ୍ଟାର୍‌ ଓପନର ଯଶସ୍ବୀ ଜୟସ୍ବାଲଙ୍କ ଖରାପ ଫର୍ମ ଏବେ ଟିମ ଇଣ୍ଡିଆର ଚିନ୍ତା ବଢ଼ାଇଛି। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ…

ବଡ଼ ରେକର୍ଡ କରିଦେଲେ ଶ୍ରେୟସ ଆୟର: ରୋହିତ ଶର୍ମାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଭାରତୀୟ ଦଳକୁ ଚତୁର୍ଥ ମ୍ୟାଚ୍‌ରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରଥମ ୩ଟି ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?