ଗୋଟିଏ ଘଟଣାରେ ଦୁଇଟି ମାମଲା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ହାଟଡିହୀ,୧୪ା୭(ଡି.ଏନ୍‌.ଏ.): ସରକାରୀ ଅର୍ଥ ଆତ୍ମସାତ ନେଇ କେନ୍ଦୁଝର ଜିଲା ହାଟଡିହୀ ତହସିଲର ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ନାମରେ ତହସିଲଦାର ଦିଲ୍ଲୀପ କୁମାର ସାହୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ ୧୩୭/୨୦.୬.୨୨ ଅଟେ। ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା କହିଛି l ଅପରପକ୍ଷେ ସେହି ସମାନ ଘଟଣାକୁ ନେଇ ୩ ସପ୍ତାହ ପରେ ଭିଜିଲାନ୍ସ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି। କେସ୍‌ ନଂ ୨୦/୧୧.୭.୨୦୨୨ ଅଟେ l ଭଦ୍ରକ ଭିଜିଲାନ୍ସ ୟୁନିଟର ଇନ୍ସପେକ୍ଟର ସୁଲୋଚନା ନାୟକ ବୁଧବାର ତହସିଲକୁ ଯାଇ ତଦନ୍ତ କରିଥିବା ଏବଂ କ୍ୟାଶ ବହି ଜବତ କରିଥିବା କହିଛନ୍ତି। ତାଙ୍କ କହିବା ଅନୁସାରେ ଜିତେନ୍ଦ୍ର ରାଉତ ରାୟ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ରୟାଲିଟି ଏବଂ ପେନାଲ୍ଟି ବାବଦରେ ୪୦ ହଜାର ଟଙ୍କା ଆଦାୟ କରାଯାଇଥିଲା। କିନ୍ତୁ ସରକାରୀ ରାଜକୋଷରେ ୪ ହଜାର ଟଙ୍କା ଜମା କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଥିଲେ। ଲୋକାୟୁକ୍ତରେ ହୋଇଥିବା କେସ୍‌ ନଂ ୧୨୨/୨୨ ଅଟେ l ଲୋକାୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ବିଭାଗରେ ମାମଲା ରୁଜୁ ହୋଇଛି। ତେବେ ଗୋଟିଏ ଘଟଣାକୁ ନେଇ ଦୁଇଟି ପୃଥକ୍‌ ମାମଲା ରୁଜୁ ହେବା ଆଶ୍ଚର୍ଯ୍ୟଜନକ। ତେବେ ଅଭିଯୁକ୍ତଙ୍କୁ ପୋଲିସ ନା ଭିଜିଲାନ୍ସ କିଏ ଗିରଫ କରିବ ତାହା ବଡ଼ ପ୍ରଶ୍ନ ସାଜିଛି। ଯାହାକି ଅଭିଯୁକ୍ତଙ୍କୁ ସୁହାଇବ l ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ପଟ୍ଟନାୟକ କହିଛନ୍ତି, ଗୋଟିଏ ଘଟଣାକୁ ନେଇ ଦୁଇଟି ମାମଲା ରୁଜୁ ହୋଇ ପୃଥକ୍‌ ବିଚାର ହୋଇପାରିବ ନାହିଁ। ଦୁଇଟି ଯାକ ମାମଲା ମିଶି ଗୋଟିଏ ହେବ ଏବଂ ବିଚାର ହେବ। ଅପରପକ୍ଷେ ଶ୍ରୀକାନ୍ତ ଜେନା ଏବଂ ଅଭିମନ୍ୟୁ ଭୂୟାଁ ଜାମିନ ପାଇଁ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବିଏଲଏପିଏଲ କେସ୍‌ ନଂ ୭୬୪୭/୨୨ ଏବଂ ୮୩୫୬/୨୨ ଅଟେ l ଅଭିଯୁକ୍ତ ଶ୍ରୀକାନ୍ତ ଏବଂ ଅଭିମନ୍ୟୁ କହିଛନ୍ତି, ଆମର କୌଣସି ଦୋଷ ନାହିଁ l ଆମକୁ ଫସାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri