ଦାଦନ ନେଲା ଦୁଇ ଭାଇଙ୍କ ଜୀବନ: ସାନ ପରେ ବଡ଼ଭାଇଙ୍କ ଜୀବନ ଗଲା

ରାୟଗଡ଼ା,୧୧।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସରୁନି ଦାଦନ ଦୁଃଖ। କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗ୍ରାମର ୨ ଭାଇ ରୋଜଗାର ଆଶାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିଲେ। ସେଠାରେ ଜ୍ୱରରେ ପୀଡ଼ିତ ହେବା ସହ ନିର୍ଯାତନା ମିଳିବାରୁ ବାଧ୍ୟହୋଇ ଶନିବାର ଲୁଚିକରି ନିଜ ଭିଟାମାଟିକୁ ଫେରୁଥିଲେ। ହେଲେ ୨ ଭାଇଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନେ ଘରକୁ ନ ଯାଇ ଗତ ଶନିବାର ରାତିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେହିଦିନ ରାତିରେ ସାନଭାଇ ନାବାଳକ ରଙ୍ଗାଧର ମାଝି(୧୭)ଙ୍କ ମୃତ୍ୟୁ ହୋଇଥିବାବେଳେ ରବିବାର ରାତିରେ ବଡ଼ଭାଇ ମହେଶ୍ୱର ମାଝି(୨୦)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗତ ୪ମାସ ତଳେ ମକାପଦର ଗ୍ରାମର ୨ ଭାଇ ମହେଶ୍ୱର ଓ ତାଙ୍କ ଦାଦାପୁଅ ଭାଇ ନାବାଳକ ରଙ୍ଗାଧର ବିଶାଖାପାଟଣା ଜିଲା ପାଲମନପେଟାସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ କାମ କରିବାକୁ ଯାଇଥିଲେ। ସେଠାରେ କାମ କରିବା ସମୟରେ ନଭେମ୍ବରରେ ୨ ଭାଇ ଜ୍ୱରରେ ପୀଡ଼ିତ ହୋଇଥିଲେ  । ଫ୍ୟାକ୍ଟ୍ରି ମାଲିକ ୨ଭାଇଙ୍କୁ ଅସୁସ୍ଥ ଅବସ୍ଥାରେ କାମ କରାଇବା ସହ ନିର୍ଯାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ୨ ଭାଇ ବାଧ୍ୟହୋଇ ଗତ ଶନିବାର ଲୁଚି ବିଶାଖାପାଟଣା ଆସି ଟ୍ରେନ୍‌ ଯୋଗେ ରାୟଗଡ଼ାରେ ପହଞ୍ଚି ଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଶନିବାର ରାତିରେ ସେମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ରଙ୍ଗାଧରଙ୍କ ମୃତ୍ୟୁ ହୋଇଥିବାବେଳେ ଏହାର ୨୪ ଘଣ୍ଟା ନ ପୂରୁଣୁ ରବିବାର ରାତିରେ ବଡ଼ଭାଇ ମହେଶ୍ୱରଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜହ୍ନିମୂଳ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଶନିବାର ଅପରାହ୍ନରେ ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହୋଇଥିଲା।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ସାଲେପୁରରୁ ଟିକେଟ ମିଳିବା ପରେ ଏମିତି ପ୍ରତିକ୍ରିୟା ଦେଲେ ଅରିନ୍ଦମ, କହିଲେ…

ଭୁବନେଶ୍ୱର,୨୭।୪: ଭାଜପା ପକ୍ଷରୁ ଶନିବାର ଓଡ଼ିଶାର ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ତାଲିକାରେ ସାଲେପୁରରୁ ଅରିନ୍ଦମ ରାୟଙ୍କୁ ଟିକେଟ ମିଳିଛି।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri